ଟିମ ଇଣ୍ଡିଆ ଏମିତି ଜିତି ପାରିବେ Australia ବିପକ୍ଷରେ ଚାଲିଥିବା Test Series, ଜାଣନ୍ତୁ କେମିତି

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଅଷ୍ଟ୍ରେଲିୟାରେ ଇଣ୍ଡିଆ ଓ ଅଷ୍ଟ୍ରେଲିୟା ମଧ୍ୟରେ ଟେସ୍ଟ ସିରିଜ ଚାଲିଛି । ଏମିତିରେ ପ୍ରଥମ ଟେସ୍ଟ ମ୍ୟାଚକୁ ଅଷ୍ଟ୍ରେଲିୟା ଜିତି ସାରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଇଣ୍ଡିଆ ପାଖରେ ଚାନ୍ସ ଅଛି ଏହି ପୁରା ସିରିଜକୁ ନିଜ ନାଁରେ କରିବା ପାଇଁ ଆହୁରି ୩ଟି ମ୍ୟାଚ ଅଛି । ଏହି ତିନୋଟି ମ୍ୟାଚକୁ ଜିତି କିମ୍ବା ଦୁଇଟି ଜିତି ଓ ଗୋଟିଏ ଡ୍ର ରଖି ବି ଟିମ ଇଣ୍ଡିଆ ଏହି ସିରିଜକୁ ନିଜ ନାଁରେ କରି ପାରିବ ।

କହିବାକୁ ଗଲେ ଏହିଭଳି ମନ୍ତବ୍ୟ ଦେଇଛନ୍ତି ଅଷ୍ଟ୍ରେଲିୟାର ଜଣେ କ୍ରିକେଟର । ସେ ହେଉଛି ଡେରେନ ଲେହମନ । ସେ କୋଚ ବି ରହିସାରିଛନ୍ତି ଓ ସେ ନିଜ ସମୟରେ ବାମ ହାତ ଖେଳାଳି ଥିଲେ ଓ ସେ ଉଭୟ ବୋଲିଙ୍ଗ ଏବଂ ବ୍ୟାଟିଙ୍ଗ କରୁଥିଲେ ।

ଅଷ୍ଟ୍ରେଲିୟା ପାଇଁ ସେ ବହୁତ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିଛନ୍ତି । ତାଙ୍କର କହିବା ଅଟେ କି ପ୍ରଥମ ଟେସ୍ଟ ମ୍ୟାଚ ହାରିବା ପରେ ଭାରତ ପାଖରେ ଏମିତି ବହୁତ ଖେଳାଳି ଅଛନ୍ତି ଯେଉଁମାନେ ବର୍ତ୍ତମାନ ସ୍ଥିତିରେ ବି ଅନ୍ୟ ୩ଟି ମ୍ୟାଚରେ ଅଷ୍ଟ୍ରେଲିୟା ବିରୁଦ୍ଧରେ ବହୁତ କିଛି କରି ପାରିବେ । କହିଦେଉଛୁ କି ଇଣ୍ଡିଆ ପ୍ରଥମ ଟେସ୍ଟ ମ୍ୟାଚର ଦ୍ଵିତୀୟ ପାରିରେ ମାତ୍ର ୩୬ ରନରେ ଅଲ ଆଉଟ ହୋଇଯାଇଥିଲେ ।

ଯାହାକି ଭାରତର ଟେସ୍ଟ ଇତିହାସର ସବୁଠୁ କମ ସ୍କୋର ବାଲା ମ୍ୟାଚ ଥିଲା । କିନ୍ତୁ ତାଙ୍କର କହିବା ଅଟେ କି ଏହା କୌଣସି ବଡ କଥା ନୁହେଁ କ୍ରିକେଟରେ ଏହିଭଳି ସ୍ଥିତି ଆସିଥାଏ । ଏମିତି ଗୋଟିଏ ସମୟ ଆସିଥାଏ କିନ୍ତୁ ଏହା ପୁଣି ଥରେ ହୁଏ ନାହିଁ । ସେ ଆଗକୁ କହିଲେ କି ଅଷ୍ଟ୍ରେଲିୟା ୧ – ୦ରେ ଆଗରେ ଅଛି । ଏମିତିରେ ଭାରତ ପାଇଁ ସ୍ଥିତି ଅତ୍ୟନ୍ତ କଷ୍ଟ ଦାୟକ ରହିବ । କିନ୍ତୁ ଭାରତ ପାଖରେ ଏମିତି କିଛି ଖେଳାଳି ଅଛନ୍ତି ଯଦି ସେମାନେ ଫର୍ମରେ ଆସିଯିବେ ତେବେ ମ୍ୟାଚରେ ରେଜେଲ୍ଟ ଚେଞ୍ଜ ହୋଇଯିବ ।

ଏହା ସହିତ ସେ ଏହା ବି କହିଲେ କି ଭାରତ ପାଖରେ ପ୍ରଭାବୀ ବୋଲର ଅଛନ୍ତି । କହିବାକୁ ଗଲେ ଭାରତ ପାଖରେ ଭଲ ଭଲ ବ୍ୟାଟ୍ସମ୍ୟାନ ବି ଅଛନ୍ତି । ଭାରତ ପାଖରେ କେ ରାହୁଲ, ରାହାଣେ, ସୁମନ ଗିଲ, ପୂଜାରା, ଜାଡେଜା, ବୁମରା, ସିରାଜ ଭଳି ଖେଳାଳି ଅଛନ୍ତି । ଯେଉଁମାନେ ଯଦି ମ୍ୟାଚରେ ନିଜର ଭଲ ପଦର୍ଶନ ଦେଖାଇବେ ତେବେ ଅତି ସହଜରେ ଏହି ମ୍ୟାଚକୁ ଜିତି ପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।