ଏହି ଷ୍ଟାରମାନଙ୍କର ମୁର୍ତ୍ୟୁ ଆଜି ପର୍ଯ୍ୟନ୍ତ ବି ରହସ୍ୟ, ହତ୍ୟା ହୋଇଛି କି ଆତ୍ମହତ୍ୟା, ଜାଣି ନାହାନ୍ତି କେହି

କହିବାକୁ ଗଲେ ବଲୀଉଡରେ ବହୁତ ଏମିତି ରହସ୍ୟ ଅଛି ଯାହା ଆଜି ପର୍ଯ୍ୟନ୍ତ ବି କାହାକୁ ଜଣା ନାହିଁ । ଏଠାରେ ଅଭିନେତା ଓ ଅଭିନେତ୍ରୀମାନଙ୍କର ବହୁତ ରହସ୍ୟ ଲୁଚି ଅଛି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଫିଲ୍ମ ଜଗତର କିଛି ଏମିତି ଷ୍ଟାରମାନଙ୍କ ବିଷୟରେ କହିବୁ ଯେଉଁମାନେ ଫିଲ୍ମ ଜଗତରେ ନିଜର କ୍ୟାରିୟର ଗଢିଲେ ଓ ଫେମସ ବି ହେଲ, କିନ୍ତୁ ତାଙ୍କର ରହସ୍ୟମୟି ମୁର୍ତ୍ୟୁ ହୋଇଗଲା । କିଛିଟାକୁ ଆତ୍ମହତ୍ୟା କୁହାଯାଇଛି ତ ଆଉ କିଛିଟାକୁ ହତ୍ୟା କୁହାଯାଇଛି ।

ଶ୍ରୀ ଦେବୀ :

ଶ୍ରୀଦେବୀଙ୍କୁ ପ୍ରଥମ ମହିଳା ସୁପରଷ୍ଟାର କୁହାଯାଏ । ତାଙ୍କର ଅଭିନୟଙ୍କୁ ଲୋକମାନେ ବହୁତ ପସନ୍ଦ କରୁଥିଲେ । ବଲୀଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ଶ୍ରୀଦେବୀଙ୍କର ମୁର୍ତ୍ୟୁ ଦୁବାଇରେ ବହୁତ ରହସ୍ୟମୟୀ ସ୍ଥିତିରେ ହୋଇଥିଲା । କିନ୍ତୁ ପୋସ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଥିଲା କି ଶ୍ରୀଦେବୀଙ୍କର ମୁର୍ତ୍ୟୁ ଏକ ଦୁର୍ଘଟଣା କାରଣରୁ ହୋଇଥିଲା ।

ଜିୟା ଖାନ :

୩ ଜୁନ ୨୦୧୩ରେ ମାତ୍ର ୨୫ ବର୍ଷ ବୟସରେ ହିଁ ଜିୟା ଖାନ ଆତ୍ମହତ୍ୟା କରିଥିଲେ । ଜିୟାଙ୍କ ଦ୍ଵାରା ଲେଖା ଯାଇଥିବା ସୁଇସାଇଡ ନୋଟ ବିଷୟରେ ତାଙ୍କର ମା’ କହିଲେ କି ଜିୟାଙ୍କୁ ମାନସିକ ରୂପରେ ପ୍ରତାଡିତ କରାଯାଉଥିଲା । ଖବର ଅନୁସାରେ ଏଥିରେ ଜିୟା ଖାନଙ୍କର ବୟଫ୍ରେଣ୍ଡ ସୁରଜ ପଞ୍ଚୋଲିର ନାମ ସାମ୍ନାକୁ ଆସିଥିଲା । ସୁରଜ ଜିୟାଙ୍କୁ ଆତ୍ମହତ୍ୟା କରିବା ପାଇଁ ଫୋର୍ସ କରିଛନ୍ତି ବୋଲି ଜିୟାଙ୍କର ମା’ ସୁରଜଙ୍କ ବିରୁଦ୍ଧରେ କେସ ବି କରିଥିଲେ ।

ପରବୀନ ବାବୀ :

ପରବୀନ ବାବୀଙ୍କୁ ବଲୀଉଡର ସବୁଠୁ ବୋଲ୍ଡ ଅଭିନେତ୍ରୀ ବୋଲି କୁହାଯାଏ । ୭୦ – ୮୦ ଦଶକରେ ସେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ବହୁତ ପପୁଲାର ଥିଲେ । କିନ୍ତୁ ଗୋଟିଏ ସମୟ ଏମିତି ବି ଆସିଲା ଯେତେବେଳେ କୁହାଗଲା କି ପରବୀନ ବାବୀ ମାନସିକ ରୋଗରେ ପୀଡିତ ଅଛନ୍ତି । ମିଡିଆରେ କୁହାଗଲା କି ପରବୀନ ବାବୀଙ୍କୁ ପୈରାନୟଡ ସିଜୋଫ୍ରେନିୟା ହୋଇଛି ।

ଏହା ଛଡା ଏହି ଖବର ବି ଆସୁଥିଲା କି ତାଙ୍କର ଅତ୍ୟଧିକ ମଦ ପିଇବା ଓ ଅସଫଳ ପ୍ରେମ ସମ୍ବନ୍ଧ କାରଣରୁ ତାଙ୍କର ଏହିଭଳି ଅବସ୍ଥା ହୋଇଛି । ବର୍ଷ ୨୦୦୫ରେ ତାଙ୍କର ନିଜ ଅପାର୍ଟମେଂଟରେ ତାଙ୍କର ଶବ ମିଳିଲା । କାହାକୁ କିଛି ବି ଜଣା ନାହିଁ କି ପରବୀନଙ୍କର ମୁର୍ତ୍ୟୁ କେମିତି ହେଲା ।