ଶୋଲେ ଫିଲ୍ମରେ ପ୍ରମୁଖ ରୋଲ କରିଥିବା ଏହି ଅଭିନେତାଙ୍କ ନିଧନ, ଫିଲ୍ମରେ କରିଥିଲେ ମୁଖ୍ୟ ଭୂମିକା

ଅଭିନେତା ବିଜୁ ଖୋଟେଙ୍କର ୭୮ ବର୍ଷରେ ନିଧନ ହୋଇ ଯାଇଛି । ସୋମବାର ଦିନ ମୁମ୍ବାଇର ଗାୱଦେବୀ ସ୍ଥିତ ନିଜ ଘରେ ସେ ଅନ୍ତିମ ନିଶ୍ଵାସ ନେଲେ । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ବିଜୁ ଖୋଟେଙ୍କର ଅନ୍ତିମ ସଂସ୍କାର ଆଜି ସକାଳ ୧୧ ଟା ସମୟରେ କରାଯାଇଛି । ସେ ଫିଲ୍ମ ଶୋଲେରେ କାଲିଆର ଅଭିନୟ କରି ବହୁତ ଲୋକପ୍ରିୟ ହୋଇଥିଲେ । ସେ ୩୦୦ ରୁ ଅଧିକ ହିନ୍ଦୀ ଓ ମରାଠୀ ଫିଲ୍ମରେ କାମ କରିଛନ୍ତି ।

ଏହା ଛଡା ବିଜୁ ଖୋଟେ ଆମିର ଓ ସଲମାନ ଖାନଙ୍କର ଫିଲ୍ମ ‘ଅନ୍ଦାଜ ଅପନା ଅପନା’ରେ ରବର୍ଟର ଭୂମିକା କରିଥିଲେ ।

ବିଜୁଙ୍କର ଫିଲ୍ମ ଶୋଲେରେ ‘ସରକାର, ମେନେ ଆପକା ନମକ ଖାୟା ହେ’ ଓ ଫିଲ୍ମ ଅନ୍ଦାଜ ଅପନା ଅପନାରେ ‘ଗଲତି ସେ ମିଷ୍ଟେକ ହୋ ଗୟା’ ଡାଇଲଗ ବହୁତ ଫେମସ ହୋଇଥିଲା । ତାଙ୍କୁ ଶେଷ ଥର ୨୦୧୮ରେ ‘ଜାନେ କ୍ଯୂଂ ଦେଂ ୟାରୋଂ’ରେ ଦେଖା ଯାଇଥିଲା । ବିଜୁ ଖୋଟେ ଅଭିନେତା ଶୁଭା ଖୋଟେ ଓ ଦୂର୍ଗା ଖୋଟେଙ୍କର ଭାଇ ଥିଲେ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।