ଭୁଲରେ ବି କରନ୍ତୁ ନାହିଁ ଏହି ୬ ଟି ଜିନିଷର ଦାନ, ଶାସ୍ତ୍ରରେ ବର୍ଜନ କରାଯାଇଛି, ଜାଣନ୍ତୁ କାହିଁକି

ଜିନିଷକୁ ଦାନ କରିବା ସବୁଠୁ ବଡ ପୂଣ୍ୟର କାମ ହୋଇଥାଏ । ଶାସ୍ତ୍ର ଅନୁସାରେ ବସ୍ତୁକୁ ଦାନ କରିବା ଦ୍ଵାରା ମନୁଷ୍ୟକୁ ସମସ୍ତ ସମସ୍ୟାର ମୁକ୍ତି ମିଳିଥାଏ ଓ ତାହାର ଜୀବନର ସମସ୍ତ କଷ୍ଟ ବି ଦୂର ହୋଇଯାଏ । କିନ୍ତୁ ଶାସ୍ତ୍ରରେ କିଛି ଜିନିଷ ର ଦାନ କରିବାକୁ ବର୍ଜିତ ବୋଲି କୁହାଯାଇଛି । ଏହି ସମସ୍ତ ଜିନିଷକୁ ଦାନ କରିବା ଆରମ୍ଭ କରିଦେବେ ତେବେ ମନୁଷ୍ୟର ଖରାପ ସମୟ ବି ଆରମ୍ଭ ହୋଇଯିବ । ସେଥିପାଇଁ ଆପଣ ଭୁଲରେ ବି ତଳେ ଦିଆ ଯାଇଥିବା ଜିନିଷକୁ ଦାନ କରନ୍ତୁ ନହିଁ ।

ଶାସ୍ତ୍ରରେ ଏହି ଜିନିଷ ଗୁଡିକୁ ଦାନ କରିବାକୁ ଅଶୁଭ କୁହାଯାଇଛି –

ଅଇଁଠା କିମ୍ବା ବାସୀ ଖାଦ୍ୟର ଦାନ

ଖାଦ୍ୟର ଦାନ ସବୁଠୁ ବଡ ଦାନ ବୋଲି କୁହାଯାଏ । ଏହା ଦ୍ଵାରା ଆପଣଙ୍କର ଭାଗ୍ୟ ଖୋଲି ଯାଏ । କିନ୍ତୁ କେବେ ବି ଭୁଲରେ ବି କାହାର ଅଇଁଠା କିମ୍ବା ବାସୀ ଖାଦ୍ୟ ଓ ପାଣି ଦାନ କରିବେ ନାହିଁ ।

ଝାଡୁର ଦାନ

ଝାଡୁକୁ ମାତା ଲକ୍ଷ୍ମୀଙ୍କ ସହ ଯୋଡା ଯାଇଥାଏ ଓ ଝାଡୁର ଦାନ କରିବା ବର୍ଜିତ କୁହାଯାଇଛି । ଏମିତି କୁହାଯାଏ କି ଯଦି କୌଣସି ବ୍ୟକ୍ତି ଝାଡୁର ଦାନ କରିଥାଏ ତେବେ ତାକୁ ଧନର ହାନି ହୋଇଥାଏ । ସେଥିପାଇଁ ଆପଣ କେବେ ବି କାହାକୁ ନିଜର ଝାଡୁ ଦାନ କରନ୍ତୁ ନହିଁ ।

ବ୍ୟବହାର କରାଯାଇଥିବା ତେଲର ଦାନ

ତେଲର ଦାନ ଦ୍ଵାରା ଗ୍ରହ ଶାନ୍ତ ହୋଇଯାଏ । ସେଥିପାଇଁ କୁହାଯାଏ କି ଯେତେବେଳେ ବି ଆପଣଙ୍କର ଗ୍ରହ ଉପରେ ଖରାପ ପ୍ରଭାବ ପଡିବାକୁ ଲାଗିବ ତେବେ ଆପଣ ସୋରିଷ ତେଲର ଦାନ କରନ୍ତୁ । କିନ୍ତୁ ଆପଣ ସବୁବେଳେ ଧ୍ୟାନ ରଖିଥିବେ କି ବ୍ୟବହାର କରାଯାଇଥିବା ତେଲକୁ କେବେ ବି ଦାନ କରିବେ ନାହିଁ । ଏମିତି କୁହାଯାଏ କି ଏହିଭଳି କରିବା ଦ୍ଵାରା ସନୀର ପ୍ରୋକପ କମ ହେବା ଜାଗାରେ ବଢିଯାଏ ।

ଧାରୁଆ ଜିନିଷର ଦାନ କରନ୍ତୁ ନାହିଁ

ଧାରୁଆ ଜିନିଷର ବି ଦାନ କରିବା ଉଚିତ ନୁହେଁ । ଏମିତି କୁହାଯାଏ କି ଯଦି ଆପଣ ଧାରୁଆ କିମ୍ବା ଛୁରୀ ଧାନ କରୁଛନ୍ତି ତେବେ ଘରେ ଅଶାନ୍ତି ବ୍ୟାପିଥାଏ । ସେଥିପାଇଁ ଧାରୁଆ ଜିନିଷକୁ ଦାନ କରନ୍ତୁ ନାହିଁ ।

ବାସନର ଦାନ

ନିଜ ଘରର ବାସନ ଦାନ ଆପଣ କେବେ ବି କରିବେ ନାହିଁ । ଶାସ୍ତ୍ର ଅନୁସାରେ ବାସନ ଦାନ କରିବା ଦ୍ଵାରା ମନୁଷ୍ୟ ଜୀବନରେ ପନିପରିବାର ର ଅଭାବ ହୋଇଥାଏ ଓ ଏହା ସହିତ ଜୀବନରେ ବିଭିନ୍ନ ପ୍ରକାରର ଦୁଖ ବି ଆସିଥାଏ ।

ପିନ୍ଧି ଥିବା କପଡା

ହିନ୍ଦୁ ଧର୍ମରେ କପଡାକୁ ଦାନ କରିବା ଭଲ ବୋଲି କୁହାଯାଇଛି । କିନ୍ତୁ ଆପଣ କେବେ ବି ପୁରୁଣା କପଡାର ଦାନ କୌଣସି ପଣ୍ଡିତକୁ କରିବେ ନାହିଁ । ଶାସ୍ତ୍ର ଅନୁସାରେ ପଣ୍ଡିତଙ୍କୁ ସବୁବେଳେ ନୂଆ ବସ୍ତ୍ରର ହିଁ ଦାନ କରିବା ଉଚିତ । ଯଦି ଆପଣ ପଣ୍ଡିତକୁ ପୁରୁଣା କପଡା ଦାନ କରୁଛନ୍ତି ତେବେ ଆପଣଙ୍କ ଉପରେ ପାପ ଚଢିଥାଏ । ସେଥିପାଇଁ ଆପଣ କେବେ ବି ବ୍ୟବହାର କରୁଥିବା ବସ୍ତ୍ରକୁ ଦାନ କରନ୍ତୁ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।