କେବେ C – ଗ୍ରେଡ ଫିଲ୍ମରେ କାମ କରୁଥିଲେ ସଞ୍ଜୟ ଦତ୍ତଙ୍କର ତୃତୀୟ ପତ୍ନୀ, ବହୁତ ରୋମାଞ୍ଚକର ଥିଲା ସଞ୍ଜୟ ଓ ମାନ୍ୟତାଙ୍କ ଲଭ୍ ଷ୍ଟୋରୀ

ବଲୀଉଡରେ ଏମିତି ବହୁତ ଷ୍ଟାର ଅଛନ୍ତି ଯେଉଁମାନେ ନିଜର ଅସଲ ଜୀବନରେ ଗୋଟିଏ କିମ୍ବା ଦୁଇଟି ନୁହେଁ ୩ ଟି ବିବାହ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ସଞ୍ଜୟ ଦତ୍ତ ଯାହାଙ୍କ ପାଖରେ ଝିଅମାନେ ରୁହନ୍ତି ନାହିଁ । କହିବାକୁ ଗଲେ ୨୦୦୩ ରେ ତାଙ୍କ ଜୀବନରେ ଏକ ମହିଳା ଆସିଥିଲେ ଯିଏକି ତାଙ୍କ ଠାରୁ ବହୁତ ଛୋଟ ଥିଲେ । C – ଗ୍ରେଡ ଫିଲ୍ମ ଗୁଡିକରେ ବି କାମ କରୁଥିଲେ ସଞ୍ଜୟ ଦତ୍ତଙ୍କର ତୃତୀୟ ପତ୍ନୀ । ଜାଣନ୍ତୁ ସେମାନଙ୍କର କାହାଣୀ ।

ସଞ୍ଜୟ ଦତ୍ତଙ୍କର ପତ୍ନୀ କାମ କରୁଥିଲେ C ଗ୍ରେଡ ଫିଲ୍ମରେ

ବଲୀଉଡର ଖଳନାୟକ ନାମରେ ଫେମସ ସଞ୍ଜୟ ଦତ୍ତ ଆଜି ନିଜର ତୃତୀୟ ପତ୍ନୀ ଓ ପିଲାମାନଙ୍କ ସହିତ ବହୁତ ଖୁସିରେ ଅଛନ୍ତି । କିନ୍ତୁ କହିବାକୁ ଗଲେ ମାନ୍ୟତା ଦତ୍ତଙ୍କର ପ୍ରେମ ତାଙ୍କୁ ଏତେ ସହଜରେ ବି ମିଳି ନ ଥିଲା ସେଥିପାଇଁ ସେ ବହୁତ କଷ୍ଟ ବି କରିଥିଲେ । ମାନ୍ୟତା ଦତ୍ତ ଏକ ବଡ ହିରୋଇନ ହେବାର ସ୍ଵପ୍ନ ନେଇ ବଲୀଉଡକୁ ଆସିଥିଲେ । କିନ୍ତୁ ଫିଲ୍ମରେ କାମ ନ ମିଳିବା କାରଣରୁ ସେ C – ଗ୍ରେଡ ଫିଲ୍ମରେ କାମ କରିବା ଆରମ୍ଭ କରିଦେଲେ ।

ଏହା ପରେ ତାଙ୍କର ସାକ୍ଷାତ ସଞ୍ଜୟ ଦତ୍ତଙ୍କ ସହ ହେଲା ଓ ଦୁଇ ଜଣ ପରସ୍ପରଙ୍କୁ ଭଲ ପାଇ ବସିଲେ । ଏହା ପରେ ସଞ୍ଜୟ ଦତ୍ତ C – ଗ୍ରେଡ ଫିଲ୍ମରୁ ମାନ୍ୟତା ଦତ୍ତଙ୍କୁ ବାହାର କରିବା ପାଇଁ ସେ ମାନ୍ୟତାଙ୍କର ଏକ C ଗ୍ରେଡ ଫିଲ୍ମ ଲବର୍ସ ଲାଇକ ଅସରୁ ରାଇଟ୍ସକୁ ୨୦ ଲକ୍ଷ ଟଙ୍କା ଦେଇ କିଣି ନେଲେ ।

ଏହା ପରେ ସଞ୍ଜୟ ଓ ମାନ୍ୟତା ୨୦୦୮ରେ ବିବାହ କରିନେଲେ । କହିଦେଉଛୁ କି ମାନ୍ୟତା ସଞ୍ଜୟଙ୍କ ଠାରୁ ୨୦ ବର୍ଷ ସାନ ଅଟନ୍ତି । ବର୍ତ୍ତମାନ ସେମାନଙ୍କର ଏକ ପୁଅ ଓ ଝିଅ ବି ଅଛି । ଯେତେବେଳେ କି ସଞ୍ଜୟଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ତାଙ୍କୁ ତ୍ରିଶଲା ନାମକ ଏକ ଝିଅ ବି ଅଛି ଯିଏକି ମାନ୍ୟତାଙ୍କ ଠାରୁ ମାତ୍ର ୯ ବର୍ଷ ଛୋଟ ଅଟନ୍ତି ।

ଜବରଦସ୍ତୀ କରିଥିଲେ ସଞ୍ଜୟ ଓ ମାନ୍ୟତା ବିବାହ

ସଞ୍ଜୟ ଓ ମାନ୍ୟତାଙ୍କର ବିବାହରେ ଦୁଇ ପରିବାରର ଲୋକମାନେ ଖୁସି ନ ଥିଲେ । ଦୁଇ ଜଣଙ୍କର ବିବାହରେ ବି କେହି ସାମିଲ ବି ହୋଇ ନ ଥିଲେ । ବିବାହ ପରେ ପିଲାମାନେ ହେବା ପରେ ସଞ୍ଜୟଙ୍କୁ ତିନି ବର୍ଷ ଜେଲରେ ବି ରହିବାକୁ ପଡିଥିଲା । ଏହା ମଧ୍ୟରେ ମାନ୍ୟତା ନିଜର ପରିବାର ଓ ସଞ୍ଜୟଙ୍କର ପରିବାରକୁ ପୂରାପୂରି ସମ୍ଭାଳି ଏକ କରିଦେଲେ ।

ଯେତେବେଳ ସଞ୍ଜୟ ଦତ୍ତ ଜେଲରୁ ବାହାରକୁ ଆସିଲେ ତେବେ ସେ ସମସ୍ତଙ୍କ ସହିତ ମିଶି ନିଜ ଖୁସିକୁ ପାଳନ କରିଥିଲେ । ନିଜ ପରିବାରକୁ ଏକା ସହିତ ଦେଖି ସଞ୍ଜୟ ବହୁତ ଖୁସି ହୋଇଥିଲେ ଏହା ବିଷୟରେ ସେ ଏକ ଇଣ୍ଟରଭ୍ୟୁରେ ମଧ୍ୟ କହିଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।