ଏବେ କେମିତି ଓ କେଉଁ ଅବସ୍ଥାରେ ଅଛନ୍ତି Amir Khan ଙ୍କ ପ୍ରଥମ ପତ୍ନୀ Reena Dutta, ଡିଭୋର୍ସ ପରେ ମିଳିଥିଲା 50 କୋଟି ଟଙ୍କା

ଅଭିନେତା ଅମିର ଖାନ ଓ କିରଣ ରାବଙ୍କ ଅଲଗା ହେବାକୁ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଦୁହେଁ ନିଜର ୧୫ ବର୍ଷର ସମ୍ପର୍କକୁ ଶେଷ କରିବାକୁ ଘୋଷଣା କରିଛନ୍ତି । ଗତ କାଲୀ ଦୁହେଁ ନିଜର ମତାମତ ଦେଇ ଅଲଗା ହେବାର ସୂଚନା ଦେଇଛ ।

ଦୁହେଁ ୨୦୦୫ରେ ବିବାହ କରିଥିଲେ । ଦୁହିଙ୍କର ଯୋଡି ଖୁବ ଲୋକପ୍ରିୟ ଭାବେ ମାନ୍ୟତା ପାଇଥିଲା । ଦୁହିଙ୍କର ଗୋଟେ ପୁଅ ଅଛି ଯାହାର ନାଁ ହେଉଛି ଆଜାଦ ରାବ । ଦୁହେଁ ପରସ୍ପରର ଅନୁସାରେ ଅଲଗା ହେବା ପାଇଁ ନିସ୍ପତି ନେଇଛନ୍ତି କାରଣ ଦୁହେଁ ନିଜ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ଅକରିବାକୁ ଚାହୁଛନ୍ତି । ଏହି ନୂଆ ସ୍ଵାମୀ ସ୍ତ୍ରୀ ଭାବେ ନୁହେ ବରଂ ମାତା ପିତା ଭାବେ ଆରମ୍ଭ କରିବେ । ସୂଚନା ଅନୁସାରେ ଅମିର କିରଣ ରାବଙ୍କ ସହ ଦିତୀୟ ବିବାହ କରିଥିଲେ ।

କିରଣଙ୍କ ସହ ମ୍ୟାରେଜ କରିବା ପୂର୍ବରୁ ଅମିର ଆଗରୁ ରିନା ଦତ୍ତାଙ୍କ ସହ  ମ୍ୟାରେଜ କରିଥିଲେ । କିନ୍ତୁ ବିବାହର ୧୬ ବର୍ଷ ପରେ ଅମିର ଓ ରିନା ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଆଜି ଆମେ ଆପଣ ମାନଙ୍କୁ ଅମିର ଖାନଙ୍କର ପ୍ରଥମ ସ୍ତ୍ରୀ ରିନା ଦତ୍ତାଙ୍କ ବିଷୟରେ କିଛି କହିବାକୁ ଯାଉଛୁ । ଅମିର ଖାନ ହିନ୍ଦୀ ସିନେମାରେ ପାଦ ଦେବା ପୂର୍ବରୁ ରିନା ଦତ୍ତାଙ୍କ ୧୯୮୬ରେ ସହ ମ୍ୟାରେଜ କରିଥିଲେ । ଅମିର ୨୧ ବର୍ଷରେ ରିନାଙ୍କୁ ବିବାହ କରିଥିଲେ ମଧ୍ୟ ୨୦୦୨ରେ ଦୁହେଁ ଅଲଗା ହୋଇ ଯାଇଥିଲେ ।

ଅମିର ଖାନ ଓ ରିନା ଦତ୍ତାଙ୍କର ଦୁଇ ପୁଅ ଓ ଝିଅ ଅଛନ୍ତି ଯାହାଙ୍କର ନାଁ ହେଉଛି ଯୁନେଦ ଓ ଆୟାର ଖାନ । ଅମିର ଏଲିମନି ବାବଦରେ ରିନାଙ୍କୁ ୫୦ କୋଟି ଟଙ୍କା ଦେଇଥିଲେ । ଅମିର ରିନାଙ୍କ ଠାରୁ ଅଲଗା ହେବା ପରେ ମଧ୍ୟ ରିନାଙ୍କର ଓ ନିଜ ପିଲାଙ୍କର ଖର୍ଚ୍ଚ ଉଠାଇଥିଲେ । ଯେବେ ଅମିର ରିନାଙ୍କ ଠାରୁ ଅଲଗା ହେବା ପରେ ରିନା ମୁମ୍ବାଇରେ ଅମିର ଖାନଙ୍କର ଘର ପାଖରେ ଫ୍ଲାଟ ନେଇ ରହୁଥିଲେ । ଅମିର ଓ ରିନା ଅଲଗା ହୋଇଥିଲେ ମଧ୍ୟ ଦୁହିଙ୍କ ମନରେ କୌଣସି ମତଭେଦ ନ ଥିଲା । ଦୁହେଁ ପରସ୍ପରକୁ ଅନେକ ସମୟରେ ସାକ୍ଷାତ କରୁଥିଲେ ।

ଏହା ପରେ ୨୦୦୫ରେ ଅମିର କିରଣ ରାବଙ୍କ ସହ ବିବାହ କରିଥିଲେ ତ ରିନା ଶିଂଗଲ ମା ଭାବେ ନିଜ ପିଲାଙ୍କର ଲାଳନପାଳନ କରିଥିଲେ । ଅମିର ଓ ରିନାଙ୍କ ମଧ୍ୟରେ ସ୍ଵାମୀ ଓ ସ୍ତ୍ରୀର ସମ୍ପର୍କ ଶେଷ ହୋଇଥିଲେ ମଧ୍ୟ ଦୁହେଁ ଭଲ ବନ୍ଧୁ ଥିଲେ । ରିନା ଅମିରଙ୍କର ଘରର ସବୁ ଫଙ୍ଗସନରେ ଆସୁଥିଲେ । ଏହା ସହ କିରଣ ରାବ ଓ ରିନା ଦତ୍ତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା ।

୨୦୧୯ରେ ଅମିର ଓ କିରଣ ରିନାଙ୍କୁ ତାଙ୍କର ଜନ୍ମଦିବସର ଶୁଭେଚ୍ଛା ଦେବାର ଫୋଟୋ ସାମନାକୁ ଆସିଥିଲା । ଏହା ପରେ ରିନା ଦତ୍ତାଙ୍କର କିଛି ବି ଖବର ନାହି । ସୂଚନା ଅନୁସାରେ ରିନାଙ୍କ ସହ ତାଙ୍କ ଦୁଇ ପିଲା ବର୍ତ୍ତମାନ ତାଙ୍କ ସହ ରହୁ ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ