ହିନ୍ଦୁ ପ୍ରଫେସର ସହ ବିବାହ କରିଲେ ମୁସ୍ଲିମ ଏସଡ଼ିଏମ ଝିଅ, କହିଲେ ବହୁତ ବଡ ଏହି କଥା…

କୁହାଯାଏ କି ପ୍ରେମର କୌଣସି ସୀମା ନଥାଏ । ଆପଣମାନେ ତ ଶୁଣିଥିବେ, ପ୍ରେମ ଅନ୍ଧ ହୋଇଥାଏ । ପ୍ରେମ ସବୁବେଳେ ସବୁ ବନ୍ଧନକୁ ଭାଙ୍ଗି ନିଜ ସାଥି ସହ ବଞ୍ଚିବା ପାଇଁ ସନ୍ଦେଶ ଦେଇଥାଏ । ଆମେ ପ୍ରୟାତଃ ଟିଭିରେ ଲେଲା ମଜନୁ, ହୀର ରାଞ୍ଝା ଓ ମିର୍ଜା ସାହିବା ଆଦି ଷ୍ଟୋରି ଦେଖିଛୁ । ବହିରେ ମଧ୍ୟ ବିଭିନ୍ନ ପ୍ରେମ କାହାଣୀ ପଢିଛୁ । ଲୋକମାନେ ଏହି ଅମର ପ୍ରେମ କାହାଣୀକୁ ଏ ପର୍ଯ୍ୟନ୍ତ ଭୁଲିନାହାନ୍ତି । କୁହାଯାଏ କି ପ୍ରେମ ଜାତି ଧର୍ମକୁ ଦେଖେ ନାହିଁ ।

ପ୍ରେମ ଦୁଇ ମନର ମିଳନ ଅଟେ । ପ୍ରେମ ହେବା ପରେ ସବୁକିଛି ଭଲ ଲାଗେ । ଆଜି ଆମେ ଆପଣଙ୍କୁ ଏହି ପରି ଏକ ପ୍ରେମ କାହାଣୀ ବିଷୟରେ କହିବୁ, ଯେଉଁଠି ଏକ ମୁସ୍ଲିମ ଏସଡିଏମ ଝିଅ ଜଣେ ହିନ୍ଦୁ ପ୍ରଫେସରଙ୍କ ସହ ପ୍ରେମ ବିବାହ କରିଲେ । ଏହି ଘଟଣା ଉତ୍ତର ପ୍ରଦେଶରେ ହୋଇଛି । ଉତ୍ତର ପ୍ରଦେଶରେ ପ୍ରଶାସନିକ ଅଧିକାରୀ ଏସଡିଏମ ଅଞ୍ଜୁମ ଖାନ ଜଣେ ହିନ୍ଦୁ ପ୍ରଫେସରଙ୍କ ସହ ପ୍ରେମ ବିବାହ କରିଛନ୍ତି ।

ଏହି ଦୁଇ ଜଣ କଲେଜରେ ଏକା ସହ ପଢୁଥିଲେ, ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢିଯାଇଥିଲା ଓ ସେମାନେ ପରସ୍ପରକୁ ପ୍ରେମ କରି ବସିଥିଲେ । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଏତେ ବଢିଗଲା କି ସେମାନେ ବିବାହ କରିବାର ନିସ୍ପତି ନେଲେ । ଏହି ଦୁଇଜଣ କୋର୍ଟରେ ବିବାହ କରି ନିଜର ସୁଖୀ ଓ ବୈବାହିକ ଜୀବନର ଆରମ୍ଭ କରିଲେ । କଲେଜ ଲାଇଫରେ ପ୍ରେମ କରି ମଧ୍ୟ ସେମାନେ ନିଜ ଭବିଷ୍ୟତ ଗଢିଛନ୍ତି ।

ଅଞ୍ଜୁମ ଖାନ ଉତ୍ତର ପ୍ରଦେଶର ପ୍ରଶାସନିକ ଅଧିକାରୀ ହୋଇଥିଲେ ଓ ତାଙ୍କ ସ୍ଵାମୀ ଲକ୍ଷ୍ନୌରେ ଏକ କଲେଜରେ ପ୍ରଫେସର, ସେ ତାଙ୍କର ଉଭୟ ଜୀବନ ଓ ପ୍ରେମରେ ସଫଳ ହୋଇଛନ୍ତି । ସେମାନେ ଏମିତି ସମୟରେ ବିବାହ କରିଛନ୍ତି କି ଯେତେବେଳେ ହିନ୍ଦୁ ଓ ମୁସଲମାନ ବିବାଦ ବହୁତ ବଢି ଯାଇଛି । ଏହିପରି କରି ଅଞ୍ଜୁମ ଖାନ ସମସ୍ତଙ୍କ ପାଇଁ ଏକ ପ୍ରେରଣା ହୋଇଯାଇଛନ୍ତି ।