ନିଜ ଶରୀରକୁ ଯଦି ଫିଟ୍ ରଖିବାକୁ ଚାହୁଁଛନ୍ତି ତେବେ ସକାଳ ଖାଇବାରେ ଏହି ଜିନିଷକୁ ନିଶ୍ଚିତ କରନ୍ତୁ ସାମିଲ

ଆଜିର ଦୁନିଆରେ ସକାଳେ ଉଠିଲା ମାତ୍ରେ ହିଁ ଆମକୁ ଲାଗେ କିଛି ନା କିଛି କାମ ଯେପରି ରହିଯାଉଛି । ଆମେ ସକାଳରୁ ନେଇ ରାତି ପର୍ଯ୍ୟନ୍ତ ଆମ କାର୍ଯ୍ୟରେ ବ୍ୟସ୍ତ ରହିଥାଉ । ଦୁନିଆର ସବୁ ଖୁସି ପାଇଁ ଟଙ୍କାର ନିହାତି ଆବଶ୍ୟକ ହୋଇଥାଏ । ଲୋକମାନେ ତାଙ୍କର ପରିବାରର ଖୁସି ପାଇଁ ଦିନ ରାତି ଏକ କରି କାମ କରିଥାନ୍ତି । ଯାହା ଫଳରେ ଲୋକମାନେ ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖିପାରନ୍ତି ନାହି । ଟଙ୍କା କମେଇବା ପାଇଁ ଏତେ ବ୍ୟସ୍ତ ରୁହନ୍ତି କି ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତି ନାହିଁ ଯାହା ଫଳରେ ସେମାନଙ୍କୁ ରୋଗର ସମ୍ମୁଖୀନ ହେବାକୁ ପଡେ ।

ଆପଣ କାମକୁ ଯିବା ପୂର୍ବରୁ ସକାଳର ଖାଦ୍ୟଟି ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ସକାଳର ଖାଦ୍ୟଟି ଏମିତି ହେବା ଦରକାର କି ଯାହାଫଳରେ ଆପଣ କାମକୁ ଗଲା ପରେ ମଧ୍ୟ ଆପଣଙ୍କର ପେଟ ଖରାବେଳ ପର୍ଯ୍ୟନ୍ତ ଖାଦ୍ୟରେ ଭରି ରହିବ । ସକାଳ ବ୍ରେକଫାଷ୍ଟଟି ଭଲ ରହିଲେ ଆପଣ ନିଜ କାମ ଭଲ ଭାବରେ କରି ପାରିବେ । ଆସନ୍ତୁ ଜାଣିବା ସକାଳର ବ୍ରେକଫାସ୍ଟ ରେ ଆପଣଙ୍କୁ କଣ ଖାଇବା ଦରକାର ।

ପ୍ରଥମେ ଆପଣ ସକାଳେ ଉଠି ଗୋଟିଏ ଗ୍ଳାସ ଉଷୁମ ପାଣି ପିଇବା ଦରକାର ।

ଯଦି ଆପଣ ସଖାଳ ଖାଇବାରେ ଓଟ୍ସ ଖାଆନ୍ତି ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ ।

ସକାଳର ଖାଦ୍ୟରେ ଯଦି ଆପଣ ସାଲାଡ ଓ ସବୁଜ ପରିବା ଖାଆନ୍ତି ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ରହିବ ।

ବହୁତ ଲୋକ ସକାଳେ କଟା ଫଳ ଖାଆନ୍ତି । କିନ୍ତୁ ଏହା ବଦଳରେ ଯଦି ଆପଣ ଜୁସ୍ ପିଇବେ ତ ଆପଣଙ୍କ ଶରୀର ପାଇଁ ବହୁତ ଉପକାରୀ ହେବ ।

ସାଉଥ୍ ରେ ଲୋକମାନେ ଇଡ୍ଲୀ, ଉପମା ଓ ଶାମ୍ବର ଆଦି ଖାଆନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହା ଦେହ ପାଇଁ ବହୁତ ଭଲ ।

ଗୁଜୁରାତି ଖାଦ୍ୟ ଢୋକଲା, ଫେପ୍ଲା ଓ ଖାକରା ଆଦି ଚା’ ସହ ଖାଇଲେ ବହୁତ ଭଲ ଲାଗେ । ଏହା ଶରୀର ପାଇଁ ବହୁତ ଭଲ ।

ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହୁ ତାହେଲେ ପୁରୀ ଓ ପରଟା ଠାରୁ ଦୂରେଇ ରୁହନ୍ତୁ । ଖାସ କରି ସକାଳେ ଏ ସବୁକୁ ଖାଆନ୍ତୁ ନାହିଁ ।

ଆପଣ ସକାଳ ଖାଦ୍ୟରେ ଅଣ୍ଡାକୁ ସାମିଲ କରନ୍ତୁ, ଏହା ଶରୀର ପାଇଁ ବହୁତ ହେଲ୍ଦି ଅଟେ ।