ଏହି ଦିଗକୁ ଗୋଡ କରି ଶୋଇବା ଦ୍ଵାରା ଲକ୍ଷ୍ମୀ ଛାଡି ଚାଲି ଯାଆନ୍ତି, ବଢିଥାଏ ଆର୍ଥିକ ସମସ୍ୟା ଓ ଶରୀରରେ ରୋଗ

ଶାସ୍ତ୍ରରେ ସବୁ ଜରୁରୀ କଥା ପାଇଁ ଖାସ ନିୟମ ବିଷୟରେ ଉଲ୍ଲେଖ କରାଯାଇଛି । ଏହି କଥାର ଧ୍ୟାନ ରଖିଲେ ଆପଣ ସ୍ୱାସ୍ଥ୍ୟ ଲାଭ ସହିତ, ସୁଖ ସମୃଦ୍ଧି ବି ପ୍ରାପ୍ତ କରି ପାରିବେ । ଭଲ ସ୍ୱାସ୍ଥ୍ୟ ପାଇଁ ପୌଷ୍ଟିକ ଖାଦ୍ୟ, ନିୟମିତ ଭଲ ଦିନଚର୍ଜ୍ୟା ବି ସାମିଲ ଅଛି । କହିବାକୁ ଗଲେ ନିଦ ସହ ଆମ ସମସ୍ତଙ୍କ ଗଭୀର ସମ୍ପର୍କ ଅଛି । ଶୋଇବା ବି ବହୁତ ଜରୁରୀ ଅଟେ । ସବୁଦିନ ସଠିକ ସମୟରେ ଶୋଇବା ଉଚିତ ଓ ସଠିକ ସମୟରେ ଉଠିବା ଉଚିତ ।

ଆପଣଙ୍କୁ କହିଦେଉଛୁ କି ଶୋଇବାର ସଠିକ ଦିଗର ଜ୍ଞାନ ନ ଥିବାରୁ ଓ ସଠିକ ଦିଗ ଆଡକୁ ଗୋଡ ଓ ମୁଣ୍ଡ ନ ରଖି ଶୋଇବା ଦ୍ଵାରା ଏହା ଆପଣଙ୍କ ଜୀବନରେ ସମସ୍ୟାକୁ ନିମନ୍ତ୍ରଣ ଦେଇଥାଏ । ଶୋଇବା ପ୍ରତି ଭୁଲ କରିବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ଓ ଧନ ହାନି ବି ହୋଇପାରେ । ଶୋଇବା ସମୟରେ କେଉଁ ଦିଗକୁ ଗୋଡ ରଖିବା ଉଚିତ ଓ କେଉଁ ଦିଗରେ ମୁଣ୍ଡ ରଖିବା ଉଚିତ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ ।

ମୁଖ୍ୟ ଦ୍ଵାର ଆଡକୁ ଗୋଡ ରଖି ଶୋଇବା ଦ୍ଵାରା

ଶୋଇବା ସମୟରେ କେବେ ବି ମୁଖ୍ୟ ଦ୍ଵାରା ଆଡକୁ ଗୋଡ ରଖି ଶୋଇବା ଉଚିତ ନୁହେଁ । କାରଣ ଏହିଭଳି ଶୋଇବାକୁ ଅଶୁଭ କୁହାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ମୁଖ୍ୟ ଦ୍ଵାରା ଆଡକୁ ଗୋଡ ରଖି ଶୋଇବା ଦ୍ଵାରା ଆୟୁ କମ ହୋଇଥାଏ ଓ ସ୍ୱାସ୍ଥ୍ୟ ବି ଖରାପ ହୋଇଥାଏ ।

ଉତ୍ତର ଦିଗକୁ ଗୋଡ ରଖି ଶୋଇବା ଦ୍ଵାରା

ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗ ଆଡକୁ ମୁଣ୍ଡ ଓ ଉତ୍ତର ଦିଗ ଆଡକୁ ଗୋଡ ରଖି ଶୋଇବା ସବୁଠୁ ଉତ୍ତମ ଅଟେ । ଶାସ୍ତ୍ର ଅନୁସାରେ ଏହି ଦିଗରେ ଶୋଇବା ଦ୍ଵାରା ଧନ, ଖୁସି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ । ଶାସ୍ତ୍ର ଅନୁସାରେ ପ୍ରଚଳିତ ମାନ୍ୟତା ଅନୁସାରେ ଦକ୍ଷିଣ ଦିଗ ଆଡକୁ ମୁଣ୍ଡ ରଖି ଶୋଇବା ଦ୍ଵାରା ବହୁତ ରୋଗ ଗୁଡିକରୁ ମଧ୍ୟ ମୁକ୍ତି ମିଳିଥାଏ ।

ଦକ୍ଷିଣ ଦିଗକୁ ଗୋଡ ରଖି ଶୋଇବା ଦ୍ଵାରା

ଶାସ୍ତ୍ର ଅନୁସାରେ ଉତ୍ତର ଦିଗକୁ ମୃତ୍ୟୁର ଦିଗ ବୋଲି କୁହାଯାଏ । ସେଥିପାଇଁ ଆମକୁ କେବେ ବି ଦକ୍ଷିଣ ଦିଗକୁ ଗୋଡ ବା ଉତ୍ତର ଦିଗ ଆଡକୁ ମୁଣ୍ଡ ରଖି ଶୋଇବା ଉଚିତ ନୁହେଁ । ଯଦି ଆପଣ ଉତ୍ତର ଦିଗ ଆଡକୁ ମୁଣ୍ଡ ରଖି ଶୟନ କରୁଛନ୍ତି ତେବେ ଆପଣଙ୍କ ଚିନ୍ତା ବଢିବ । ସେଥିପାଇଁ ଶୋଇବା ସମୟରେ ଦକ୍ଷିଣ ଦିଗକୁ ଗୋଡ ରଖି ଶୋଇବା ଉଚିତ ନୁହେଁ ।

ପୂର୍ବ ଦିଗକୁ ଗୋଡ ରଖି ଶୋଇବା ଦ୍ଵାରା

ପୂର୍ବ ଦିଗ ସୂର୍ଯ୍ୟ ଦେବତାଙ୍କ ସହ ସମାନ ବୋଲି କୁହଯାଏ । ସେଥିପାଇଁ ଯଦି ଆପଣ ପୂର୍ବ ଦିଗ ଆଡକୁ ଗୋଡ ରଖି ଶୟନ କରୁଛନ୍ତି ତେବେ ଏହା ଅଶୁଭ ହୋଇଥାଏ । ସେଥିପାଇଁ ଭଗବାନଙ୍କୁ ସମ୍ମାନ ଦେବା ନିମନ୍ତେ ପୂର୍ବ ଦିଗ ଆଡକୁ ମୁଣ୍ଡ ରଖି ଶୟନ କରନ୍ତୁ ।

ପଶ୍ଚିମ ଦିଗକୁ ଗୋଡ ରଖି ଶୋଇବା

କିଛି କାରଣରୁ ଯଦି ଆପଣ ଦକ୍ଷିଣ ଦିଗ ଆଡକୁ ମୁଣ୍ଡ ରଖି ଶୋଇବା ଅସମ୍ଭବ ଅଟେ ତେବେ ଆପଣ ପୂର୍ବ ଦିଗକୁ ମୁଣ୍ଡ ଓ ପଶ୍ଚିମ ଦିଗକୁ ଗୋଡ ରଖି ଶୋଇ ପାରିବେ । କିଛି ମାନ୍ୟତା ଅନୁସାରେ ଏହି ସ୍ଥିତିକୁ ସବୁଠୁ ଭଲ ବୋଲି କୁହାଯାଇଛି । ଏହା ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।

ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ । ଶୋଇବାର ଠିକ ୨ ଘଣ୍ଟା ପୂର୍ବରୁ ଭୋଜନ କରି ନେବା ଉଚିତ । ଶୋଇବାର ଠିକ ପୂର୍ବରୁ ଭୋଜନ କରିବା ଉଚିତ ନୁହେଁ । ଯଦି ବହୁତ ଜରୁରୀ କାମ ନାହିଁ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଚାହିଁ ରହିବା ଉଚିତ ନୁହେଁ । ଶୋଇବା ସମୟରେ ମନକୁ ଶାନ୍ତ ରଖିବା ଉଚିତ ଓ ଭଗବାନଙ୍କୁ ସ୍ମରଣ କରିବା ଉଚିତ ।