ଅଙ୍କଜ୍ୟୋତିଷ ଅନୁଯାୟୀ ବ୍ୟକ୍ତିତ୍ୱ ପରୀକ୍ଷା- ବାଛନ୍ତୁ ଏହା ଭିତରୁ ଗୋଟେ ସଂଖ୍ୟା, ନିଜ ବିଷୟରେ ଜାଣନ୍ତୁ ସବୁ କିଛି

ଆମ ଜୀବନରେ ଆମେ କେମିତି ରହୁ ଓ କିପରି ଲୋକଙ୍କ ସହ ରହିବାକୁ ପସନ୍ଦ କରୁ, ଏହି ସବୁ ଆମର ଚିନ୍ତାଧାରା ଓ ଯୋଗ୍ୟତା ଉପରେ ନିର୍ଭରଶୀଳ । ସବୁ ବିଷୟର କିଛି ନା କିଛି ଦିଗ ବା ଅର୍ଥ ନିଶ୍ଚୟ ରହିଥାଏ । ଏଠାରେ ଆପଣଙ୍କୁ ୧ ରୁ ୬ ମଧ୍ୟ ରେ ଥିବା ଏହି ୬ ଟି ସଂଖ୍ୟା ଦିଆ ଯିବ ।

ଏହି ୬ଟି ସଂଖ୍ୟା ମଧ୍ୟରୁ ଆପଣଙ୍କୁ ଗୋଟିଏ ସଂଖ୍ୟା ବାଛିବାକୁ ହେବ । ସେହି ସଂଖ୍ୟା ଦ୍ୱାରା ଆପଣ, ଆପଣଙ୍କ ସ୍ୱଭାବ ବିଷୟରେ ଖାସ କଥା ସବୁ ଜାଣି ପାରିବେ । ଏବେ ଆପଣ ୧ ରୁ ୬ ମଧ୍ୟରେ ଗୋଟିଏ ସଂଖ୍ୟା ମନରେ ବାଛି ରଖନ୍ତୁ । ତା ପରେ ନିମ୍ନଲିଖିତ ଫଳାଫଳ କୁ ପଢନ୍ତୁ ।

ସଂଖ୍ୟା-୧

ଯଦି ଆପଣ ୬ ରୁ ସର୍ବପ୍ରଥମ ସଂଖ୍ୟା ବା ୧ କୁ ବାଛିଛନ୍ତି ତେବେ ଆପଣ ସ୍ୱତନ୍ତ୍ରତା ପ୍ରିୟ ବ୍ୟକ୍ତି ଅଟନ୍ତି ଓ ଆପଣଙ୍କୁ କାହା ଅନ୍ତର୍ଗତ କାର୍ଯ୍ୟ କରିବାକୁ ପସନ୍ଦ ନ ଥାଏ । ଏପରିକି ଆପଣ ନିଜ ଜୀବନର ପ୍ରତ୍ୟେକ ନିର୍ଣ୍ଣୟ ଭାବିଚିନ୍ତି ନିଅନ୍ତି । କିନ୍ତୁ କେବେ କେବେ ଶୀଘ୍ରତା ଯୋଗୁଁ ନିର୍ଣ୍ଣୟ ନେବାରେ ବହୁତ ଦ୍ଵନ୍ଦ ରେ ପଡିଯାନ୍ତି । ଆପଣଙ୍କ କଥାବାର୍ତା ଏତେ ଆକର୍ଷିତ ହୋଇଥାଏ ଯେ କେଉଁ ବି ବ୍ୟକ୍ତି ପ୍ରଥମରୁ ଆପଣଙ୍କ ଦ୍ୱାରା ପ୍ରଭାବିତ ହୋଇଯାନ୍ତି ।

ସଂଖ୍ୟା-୨

ଯଦି ଆପଣ ସଂଖ୍ୟା ୨ କୁ ବାଛିଛନ୍ତି ତେବେ ଆପଣ ସେହି ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯିଏ ଏକ ଅଲଗା ଦୁନିଆରେ ହିଁ ରହିବାକୁ ପସନ୍ଦ କରନ୍ତି । ଆପଣ କେବଳ ନିଜ କାର୍ଯ୍ୟ ରେ ହିଁ ମତଲବ ରଖୁଥିବା ବ୍ୟକ୍ତି ଅଟନ୍ତି । ଅନ୍ୟ କଥାରେ ମୁଣ୍ଡ ପୁରେଇବା ଆପଣଙ୍କ ସ୍ୱଭାବ ବିଲକୁଲ ବି ନୁହେଁ । ଆପଣ ଜଣେ ହୃଦୟବାନ ବ୍ୟକ୍ତି ଅଟନ୍ତି ଓ ଅନ୍ୟର ସହାୟତା ରେ ସବୁବେଳେ ଆଗରେ ରୁହନ୍ତି ।

ସଂଖ୍ୟା-୩

ଯଦି ଆପଣ ସଂଖ୍ୟା ୩ କୁ ବାଛିଛନ୍ତି ତେବେ ଆପଣ ଜଣେ ନିର୍ମଳ ହୃଦୟ ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ଦୋହରା ସ୍ୱଭାବ ଜମା ବି ପସନ୍ଦ ନୁହେଁ । ଯାହା ଆପଣଙ୍କ ହୃଦୟରେ ଥାଏ ତାହା ଆପଣ ମୁଖରେ ପ୍ରକାଶ କରି ଦିଅନ୍ତି । ଆପଣ ସତ କହିବାରେ ବହୁତ ବିଶ୍ୱାସ କରନ୍ତି, କିନ୍ତୁ ଅନେକ ସମୟରେ ଆପଣଙ୍କ ଏହି ସ୍ୱଭାବ ଆପଣଙ୍କ ବନ୍ଧୁ ଓ ସମ୍ପର୍କୀୟ ମାନଙ୍କୁ ପସନ୍ଦ ହୁଏନାହିଁ । ଆପଣଙ୍କ କଥା ସେମାନଙ୍କୁ କେମିତି ଲାଗିବ ଏହା ଚିନ୍ତା ନ କରି ଆପଣ ନିଜ କଥା ତୁରନ୍ତ କହି ଦିଅନ୍ତି । ତଥାପି ଆପଣଙ୍କର ଅନେକ ବନ୍ଧୁ ଥାଆନ୍ତି ।

ସଂଖ୍ୟା-୪

ଯଦି ଆପଣ ସଂଖ୍ୟା ୪ କୁ ବାଛିଛନ୍ତି ତେବେ ଆପଣ ହୃଦୟବାନ ଓ ଖୁସିମିଜାଜ ସ୍ୱଭାବର ହୋଇଥାନ୍ତି । ବୁଲେଇ ବଙ୍କେଇ କଥା କହୁଥିବା ଲୋକ, ଆପଣଙ୍କୁ ଜମା ବି ପସନ୍ଦ ନୁହନ୍ତି । ଯଦି କେହି ସିଧା ଓ ସ୍ପଷ୍ଟ କଥା କୁହନ୍ତି ତେବେ ଆପଣ ତୁରନ୍ତ ମାନିଯାଆନ୍ତି । ଆପଣଙ୍କ ର ସବୁଠୁ ଖାସ ସ୍ୱଭାବ ହେଉଛି ଆପଣ ଭିତରୁ ଯେତେ ଦୁଃଖିତ ଓ ଚିନ୍ତିତ ଥିଲେ ମଧ୍ୟ ବାହାରୁ ସବୁବେଳେ ଖୁସି ଦେଖାଯାନ୍ତି ।

ସଂଖ୍ୟା-୫

ଯଦି ଆପଣ ସଂଖ୍ୟା ୫ କୁ ବାଛିଛନ୍ତି ତେବେ ଆପଣ ବହୁତ ଉତ୍ସାହୀ ସ୍ୱଭାବର ଅଟନ୍ତି ଓ ପ୍ରତ୍ୟେକ କାର୍ଯ୍ୟ ଉତ୍ସାହର ସହିତ କରିଥାନ୍ତି । ଆପଣଙ୍କୁ ବିଳାସପୂର୍ଣ୍ଣ ଜୀବନ ପସନ୍ଦ । ସେଥିପାଇଁ ଆପଣ କମ ବୟସରୁ ପରିଶ୍ରମ ମଧ୍ୟ କରିଥାନ୍ତି । ଆପଣଙ୍କ ଏହି ଅନ୍ଦାଜ ଆପଣଙ୍କ ଆଖପାଖ ଲୋକଙ୍କୁ ବହୁତ ପସନ୍ଦ ହୋଇଥାଏ ।

ସଂଖ୍ୟା-୬

ଯଦି ଆପଣ ସଂଖ୍ୟା ୬ କୁ ବାଛିଛନ୍ତି ତେବେ ଆପଣ ବହୁତ ସମଝଦାର ଓ ସବୁପ୍ରକାର ପରିସ୍ଥିତି ରେ ନିଜକୁ ଖାପଖୁଆଇ ପାରୁଥିବା ବ୍ୟକ୍ତି ଅଟନ୍ତି । ଆପଣ ନିଜ ପରିବାର କୁ ବହୁତ ପ୍ରେମ କରନ୍ତି ଓ ଆପଣ ନିଜ ପରିବାରର ସଦସ୍ୟ, ବନ୍ଧୁ ଓ ସମ୍ପର୍କୀୟ ମାନଙ୍କୁ ସବୁବେଳେ ଖୁସି ରଖିବାକୁ ଚେଷ୍ଟା କରନ୍ତି । ଆପଣଙ୍କୁ ନିଜ ଜୀବନରେ କେବେ କ’ଣ ଦରକାର ଓ କେତେ ଦରକାର ତାହା ଆପଣ ଭଲ ଭାବେ ଜାଣିଥାନ୍ତି । ନିଜ ଜୀବନ ବିଷୟରେ ଆପଣଙ୍କ ଯୋଜନା ବହୁତ ପରିସ୍କାର ଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।