tv ସିରିଏଲରେ ଆରତୀଙ୍କ ପୁଅ ଅଂଶ ଏବେ ହେଇଯାଇଛନ୍ତି ବହୁତ ହ୍ୟାଣ୍ଡସମ, ଆଜି ଦିଶୁଛନ୍ତି ଏମିତି

୨୦୧୨ ମସିହାରେ ଜି ଟିଭି ରେ ପ୍ରସାରିତ ହୋଇଥିବା ଧାରାବାହିକ “ପୁନାର୍ବିବାହ” କେତେ ଲୋକପ୍ରିୟ ଥିଲା ଆମେ ସମସ୍ତେ ଜାଣିଛୁ । ଏହି ଶୋ ରେ ଆରତୀ ଓ ୟସ୍ ଙ୍କ ପ୍ରେମ କାହାଣୀ ସହିତ ୟସ୍ ଙ୍କ ଝିଅ ଓ ଆରତୀଙ୍କ ଙ୍କ ପୁଅ ଅଂଶ୍ ର ଭୂମିକାକୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରୁଥିଲେ । ଆରତୀ ଙ୍କ ପୁଅ ଅଂଶ୍ ଙ୍କୁ ବହୁତ ଚୁଲବୁଲ୍ ଓ ନଟଖଟ୍ ଅନ୍ଦାଜ ରେ ଦେଖିବାକୁ ମିଳିଥିଲା ।

କିନ୍ତୁ ଆଜି ଏହି ଧାରାବାହିକ ଶେଷ ହେବାର ୭ ବର୍ଷ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ଆରତୀ ଙ୍କ ପୁଅ ଅଂଶ୍ ଚରିତ୍ରରେ ଅଭିନୟ କରିଥିବା ଏହି ଶିଶୁ କଳାକାର ଜଣଙ୍କ ଆଜି କେଉଁଠି ଅଛନ୍ତି, କଣ କରୁଛନ୍ତି ଓ କେମିତି ଦିଶୁଛନ୍ତି ।

ଧାରାବାହିକ ପୁନାର୍ବିବାହ” ରେ ଆରତୀ ଙ୍କ ପୁଅ ଅଂଶ୍ ର ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ଙ୍କ ନାମ ହେଉଛି ଦିବ୍ୟମ୍ ଦାମା । ତାଙ୍କ ଜନ୍ମ ଫିଲ୍ମ୍ ସିଟି ମୁମ୍ବାଇରେ ହିଁ ହୋଇଥିଲା ଓ ସେହିଠାରୁ ହିଁ ନିଜର ପଢା ସମ୍ପୂର୍ଣ୍ଣ କରୁଛନ୍ତି । ଧାରାବାହିକ “ପୁନାର୍ବିବାହ” ହିଁ ତାଙ୍କର ଡେବ୍ୟୁ ଧାରାବାହିକ ଥିଲା । ସେ ନିଜର ନଟଖଟ୍ ଅନ୍ଦାଜ ରେ ଦର୍ଶକ ଙ୍କ ମନ କିଣି ପାରିଥିଲେ । ଏହି ଧାରାବାହିକ ପରେ ସେ “ତୁମ୍ହାରି ପାଖୀ” ନାମକ ଧାରାବାହିକରେ ମଧ୍ୟ ଅଭିନୟ କରି ବେଶ୍ ନାମ କମାଇଥିଲେ ।

ଧାରାବାହିକ “ପୁନାର୍ବିବାହ” ସରିବାର ଆଜି ୭ ବର୍ଷ ବିତି ଯାଇଛି ଓ ଏହା ଭିତରେ ଦିବ୍ୟମ୍ ମଧ୍ୟ ବହୁତ ବଦଳି ଯାଇ ଛନ୍ତି । ସେତେବେଳେ ସେ ୪-୫ ବର୍ଷ ବୟସର ଥିବା ବେଳେ ଏବେ ୧୩ ବର୍ଷ ବୟସର ହୋଇଯାଇଛନ୍ତି । ସେ ପୂର୍ବରୁ ଅଧିକ ଷ୍ଟାଇଲିସ୍ ଓ କ୍ୟୁଟ୍ ମଧ୍ୟ ଦିଶୁଛନ୍ତି । ଧାରାବାହିକ “ତୁମ୍ହାରି ପାଖୀ” ପରେ ସେ ଆଉ କୌଣସି ଧାରାବାହିକରେ ଅଭିନୟ କରି ନାହାନ୍ତି । ସେ ନିଜ ପିତାମାତାଙ୍କ ସହ ମୁମ୍ବାଇରେ ହିଁ ରହି ନିଜ ପାଠପଢ଼ା ଜାରି ରଖିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।