ଜାଣନ୍ତୁ କେତେ କୋଟି ଟଙ୍କାର ମାଲିକ Hardik Pandya, ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଇଣ୍ଡିଆନ କ୍ରିକେଟ ଟିମ ର ଅଲ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ ଙ୍କ ଲାଇଫ ଷ୍ଟାଇଲ କେମିତି ରହିଛି ଏହା ସବୁ କ୍ରିକେଟ ପ୍ରେମୀ ନିଶ୍ଚୟ ଜାଣିଥିବେ । ମହଙ୍ଗା ମହଙ୍ଗା ଗାଡ଼ି ଠୁ ଆରମ୍ଭ କରି ଲଭ ଅଫେୟାର ପର୍ଯ୍ୟନ୍ତ ବହୁତ ଚର୍ଚ୍ଚାରେ ରହିଛନ୍ତି । ନିଜର ଜବରଦସ୍ତ ଖେଳ ପାଇଁ ହାର୍ଦ୍ଦିକ ଖୁବ କମ ସମୟରେ ଇଣ୍ଡିଆନ ଟିମ ଏବଂ ଆଇପିଏଲ ର ମୁମ୍ବାଇ ଇଣ୍ଡିଆନ ଟିମ ର ସବୁଠାରୁ ଚାହିଦା ଏବଂ ସଫଳ କ୍ରିକେଟର ମାନଙ୍କ ଭିତରୁ ଜଣେ ବନିଶାରିଚନ୍ତି ।

ହାର୍ଦ୍ଦିକ ଗୋଟେ ଗରିବ ପରିବାରରୁ ଅତି ବଡ଼ ଲୋକ ହେବାର ଯାତ୍ରା ବହୁତ ଅନୋଖା ଅଟେ । ତେବେ ଆଜି ଆମେ ଆପଣଙ୍କୁ ହାର୍ଦ୍ଦିକ ପାଣ୍ଡିଆ ଙ୍କ ସମ୍ପତି ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା । ୨୦୧୫ ରେ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ ରୁ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ହାର୍ଦ୍ଦିକ ପାଣ୍ଡିଆ ଙ୍କୁ ସେହି ସମୟରେ ମୁମ୍ବାଇ ଇଣ୍ଡିଆନ ୧୫ ଲକ୍ଷ ଟଙ୍କା ଦେଇ କିଣିଥିଲା ।

କିନ୍ତୁ ଏବେ ମୁମ୍ବାଇ ଇଣ୍ଡିଆନ ହାର୍ଦ୍ଦିକ ଙ୍କୁ ପ୍ରତି ବର୍ଷ ୧୦ କୋଟି ରୁ ଅଧିକ ଟଙ୍କା ଦେଉଛି । ହାର୍ଦ୍ଦିକ BCCI ର ଗ୍ରେଡ ବି କ୍ୟାଟାଗୋରି ର ଖେଳାଳୀ ଅଟନ୍ତି ଏମିତିରେ ତାଙ୍କୁ BCCI ପକ୍ଷରୁ ବର୍ଷକୁ ୩ କୋଟି ଟଙ୍କା ସ୍ୟାଲେରି ମିଳୁଛି । ହାର୍ଦ୍ଦିକ ଗୋଟେ ଟି ଟ୍ୱେଟି ମ୍ୟାଚ ଖେଳିବା ପାଇଁ ୪ ଲକ୍ଷ ଟଙ୍କା ନେଇଥାନ୍ତି । ଓଡିଆଇ ପାଇଁ ୭ ଲକ୍ଷ ଏବଂ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ୧୮ ଲକ୍ଷ ଟଙ୍କା ନେଇଥାନ୍ତି ।

ଏହା ସହିତ ହାର୍ଦ୍ଦିକ ବ୍ରାଣ୍ଡ ଠାରୁ ମଧ୍ୟ ବହୁତ ପଇସା ରୋଜଗାର କରିଥାନ୍ତି । ହାର୍ଦ୍ଦିକ ଏମିତିରେ ବର୍ଷକୁ ୧୫ କୋଟି ଟଙ୍କା ରୋଜଗାର କରିଥାନ୍ତି । ହାର୍ଦ୍ଦିକ ପାଣ୍ଡିଆ ନିଜ ଜୀବନ ଖୋଲିକରି ବଞ୍ଚୁଚନ୍ତି । ସେଥିପାଇଁ ହାର୍ଦ୍ଦିକ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ହାର୍ଦ୍ଦିକ ଅଭିନେତ୍ରୀ ନତାସା ଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟେ ପୁଅ ମଧ୍ୟ ଅଛି । ହାର୍ଦ୍ଦିକ ଙ୍କୁ କାର ଏବଂ ବାଇକ ର ବହୁତ ସଉକ ରହିଛି ।

ହାର୍ଦ୍ଦିକ ଙ୍କ ପାଖରେ ରେଞ୍ଜ ଓଭର, କ୍ୟାମ୍ପସ, ମେର୍ସିଡ଼ିଜ ପରି ବହୁତ ଦାମୀ ଦାମୀ ଗାଡ଼ି ଅଛି । ଯାହାର ଦାମ କୋଟି କୋଟି ଟଙ୍କା ଅଟେ । ହାର୍ଦ୍ଦିକ ନିଜ ପରିବାର ସହିତ ଗୁଜରାଟ ର ବରୋଡାରେ ଗୋଟେ ୬୦୦୦sq ft ର ଗୋଟେ ବଡ଼ ପେଣ୍ଟ ହାଉସ ରେ ରହୁଛନ୍ତି ।

ହାର୍ଦ୍ଦିକ ଙ୍କ ବଡ଼ ଭାଇ କୁନାଲ ପାଣ୍ଡିଆ ମଧ୍ୟ କ୍ରିକେଟ ଟିମ ର ଅଂଶ ଅଟନ୍ତି । ଏବଂ ସେ ମଧ୍ୟ ଅଲ ରାଉଣ୍ଡର ଅଟନ୍ତି । ହାର୍ଦ୍ଦିକ ପାଣ୍ଡିଆ ଗୋଟେ ଗରିବ ଘରୁ ଆସି ମଧ୍ୟ ଆଜି ୭୦ କୋଟି ଟଙ୍କାର ମାଲିକ ଅଟନ୍ତି । ହାର୍ଦ୍ଦିକ ଙ୍କ ସଫଳତା କାହାଣୀ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।