ଗୁତ୍ଥୀ ଉର୍ଫ ସୁନୀଲ ଗ୍ରୋବରଙ୍କୁ ମନେ ପକାଇ ଭାବୁକ ହୋଇଗଲେ କିକୁ, କହିଲେ – ତାଙ୍କୁ ବହୁତ ମିସ କରୁଛି କିନ୍ତୁ କପିଲ…

କିକୁ ଶାରଦା ଓ ସୁନୀଲ ଗ୍ରୋବର ଭାରତର ଭଲ କମେଡିଆନ ଅଟନ୍ତି । ଏହି ଦୁଇ ଜଣଙ୍କୁ ଅସଲ ପରିଚୟ ‘କମେଡି ନାଇଟ୍ସ ୱିଥ କପିଲ’ରେ ଗୁତ୍ଥୀ ଓ ପଲକର ଅଭିନୟ କରି ମିଳିଥିଲା । ଶୋ ରେ ଏହି ଦୁଇ ଜଣଙ୍କର ଯୋଡିକୁ ବହୁତ ପସନ୍ଦ ବି କରାଯାଉଥିଲା । ଏହି କାରଣରୁ ଦୁଇ ଜଣଙ୍କର ଭଲ ବନ୍ଧୁତା ବି ହୋଇ ଯାଇଥିଲା । ଏମାନେ ପରସ୍ପର ସହିତ କାମ କରିବାକୁ ପସନ୍ଦ କରନ୍ତି କିନ୍ତୁ ପରେ ଯେତେବେଳେ କପିଲ ଓ ସୁନିଲଙ୍କର ଝଗଡା ହେଲା ତେବେ ଏମାନଙ୍କର ଯୋଡି ବି ଭାଙ୍ଗିଗଲା । ସୁନୀଲ କପିଲଙ୍କର ଶୋ ଛାଡିଦେଲେ କିନ୍ତୁ କିକୁ କପିଲଙ୍କ ସହିତ ଅଛନ୍ତି ।

କହିବାକୁ ଗଲେ କିକୁ ସୋନି ଟିଭି ର ଶୋ ‘ଦ କପିଲ ଶର୍ମା ଶୋ’ରେ ବଚ୍ଚା ୟାଦବ ସହିତ ବିଭନ୍ନ ପ୍ରକାର ଅଭିନୟ କରୁଛନ୍ତି । କିନ୍ତୁ କିଛି ଲୋକ ଏମତି ଅଛନ୍ତି ଯେଉଁମାନେ ସୁନୀଲଙ୍କୁ ଆଜି ବି ମିସ କରୁଛନ୍ତି । କିକୁ ବି ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ବର୍ତ୍ତମାନ ହିଁ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ କି ସୁନୀଲଙ୍କୁ ସେ ବହୁତ ମିସ କରୁଛନ୍ତି ।

କିକୁ ଇଣ୍ଟରଭ୍ୟୁରେ କହିଲେ, “ମୁଁ ସୁନୀଲ ଗ୍ରୋବରଙ୍କୁ ସତରେ ବହୁତ ମିସ କରୁଛି । ମୁଁ ଓ ସୁନୀଲ ପରସ୍ପରକୁ ସେହି ସମୟରୁ ଜାଣିଛୁ ଯେତେବେଳେ ଆମେ କପିଲ ଶର୍ମାଙ୍କର ଶୋ ବି କରୁ ନ ଥିଲୁ । ଯେତେବେଳେ ବି ଆମେ ଏକା ସହିତ କାମ କରିଥାଉ ତେବେ ଆମ ମଧ୍ୟରେ କେମେଷ୍ଟ୍ରି ଓ ବଣ୍ଡିଙ୍ଗ ସ୍କ୍ରିନରେ ଦେଖା ଯାଇଥାଏ । ମୁଁ ତାଙ୍କୁ ମିସ କରୁଛି କିନ୍ତୁ ଏହା (ତାଙ୍କୁ କପିଲ ଶୋରେ ଫେରାଇ ଆଣିବା) ମୋ ହାତରେ ନାହିଁ ।

କିକୁ ଆଗକୁ କହିଲେ କି, “ଆମେ ଦୁଇ ଜଣ ଏକା ସହିତ ମିଶି ବହୁତ ପାର୍ଟି କରିଥାଉ । ମୋତେ ତାଙ୍କ ସହିତ ସମୟ ବିତାଇବାକୁ ଭଲ ଲାଗେ । ଏହିଭଳି ଜିନିଷ ଜୀବନରେ ଚାଲୁଥାଏ । କିନ୍ତୁ ଶୋ ଚାଲୁଥିବା ଦରକାର । ବର୍ତ୍ତମାନ ସୁନୀଲ ନିଜ କାମରେ ଓ ମୁଁ ମୋ କାମରେ ବ୍ୟସ୍ତ ଅଛୁ । ସେଥିପାଇଁ ପରସ୍ପର ସହିତ ବହୁତ କମ ଦେଖା ସାକ୍ଷାତ ହୋଇଥାଏ । କିନ୍ତୁ ଆମ୍ଭମାନଙ୍କ ମଧ୍ୟରେ ଭଲ ପାଇବା କମ ହୋଇ ନାହିଁ । ଆମେ ମ୍ୟାସେଜ ମାଧ୍ୟମରେ ଟଚରେ ରହିଥାଉ ।“

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।