କପିଲଙ୍କ ଶୋ ରେ ସଞ୍ଜୁ କହିଲେ ନିଜ ମନର କଥା, କହିଲେଏହି ଆକ୍ଟ୍ରେସକୁ କରିବାକୁ ଚାହୁଁଛି ଗାର୍ଲଫ୍ରେଣ୍ଡ ନଂ ୩୦୯

ବଲିଉଡର ଦମଦାର ଆକ୍ଟର ସଞ୍ଜୟ ଦତ୍ତ ବର୍ତ୍ତମାନ ତାଙ୍କର ଆସୁଥିବା ଫିଲ୍ମ “ପାନିପଥ” ର ପ୍ରମୋଶନରେ ଜୋର ସୋରରେ ବ୍ୟସ୍ତ ଅଛନ୍ତି । ଯାହା ପାଇଁ ସେ ସେ କପିଲ୍ ଶର୍ମା ଶୋ ରେ ପହଞ୍ଚି ଥିଲେ । ଏହି ଶୋ ରେ ସଞ୍ଜୟ କପିଲ୍ ଙ୍କ ସହ ମିଶି ଲୋକମାନଙ୍କୁ ବହୁତ ହସାଇଥିଲେ ଓ କପିଲଙ୍କର ସବୁ ପ୍ରଶ୍ନର ବହୁତ ମଜାଦାର ଉତ୍ତର ମଧ୍ୟ ଦେଉଥିଲେ ।

କିନ୍ତୁ ଯେତେବେଳେ କପିଲ ସଞ୍ଜୟଙ୍କୁ ପଚାରିଲେ କି “ସଞ୍ଜୁ” ଫିଲ୍ମରେ କୁହାଯାଇଛି କି ଆପଣଙ୍କର 308ଟି ଗର୍ଲ ଫ୍ରେଣ୍ଡ ଥିଲେ, ତ କଣ ଏବେ ବି ସେମାନଙ୍କ ସହିତ ଆପଣଙ୍କର କନେକ୍ସନ ଅଛି ? ଏହି ପ୍ରଶ୍ନର ଉତ୍ତରରେ ସଞ୍ଜୟ ହସି ହସି ତାଙ୍କର ୩୦୯ ନଂ ଗର୍ଲ ଫ୍ରେଣ୍ଡ ବିଷୟରେ କହିଥିଲେ । ଜାଣନ୍ତୁ ସେ କିଏ ?

https://www.instagram.com/tv/B5o0wyHHC4j/?utm_source=ig_embed

ଶୋ ରେ କପିଲ୍ ମଜାକିୟା ଅନ୍ଦାଜରେ କହିଲେ କି_ମାଳା ବି ୧୦୮ ରେ ସରିଯାଏ ହେଲେ ଆପଣଙ୍କର ୩୦୮ ଟି ଗର୍ଲ ଫ୍ରେଣ୍ଡ ଥିଲେ । ସେହିଠାରେ ସଞ୍ଜୟ କହିଲେ କି ମୋର ତ ୩୦୮ ରେ ସାରିଥାନ୍ତା କିନ୍ତୁ କୃତି ସେନନ୍ ମୋର ୩୦୯ ନଂ ଗର୍ଲ ଫ୍ରେଣ୍ଡ ହୋଇପାରେ । ସଞ୍ଜୟ କହିଲେ କି ସେ କୃତିଙ୍କୁ ବହୁତ ପସନ୍ଦ କରନ୍ତି । ହୋଇପାରେ କୃତି ସଞ୍ଜୟଙ୍କର ଗର୍ଲ ଫ୍ରେଣ୍ଡ ଲିଷ୍ଟରେ ୩୦୯ ନମ୍ବରରେ ଆସିପାରନ୍ତି ।

ଫିଲ୍ମରେ ସଞ୍ଜୟଙ୍କ ବ୍ଯତୀତ ଅର୍ଜୁନ କପୁର, କୃତି ସେନନ୍, ଜିନତ ଅମାତ, ପଦ୍ମିନୀ କୋଲ୍ହାପୁରୀ ନଜର ଆସିବେ । ଏହି ଫିଲ୍ମଟି ୬ ଡିସେମ୍ବରରେ ରିଲିଜ୍ ହେବ ।