ଏହି 1 ଭଲ ଗୁଣ ପାଇଁ Akshay Kumar ଙ୍କ ପୁଅଙ୍କ ଠାରେ ନଜର ଆସେ Rajesh Khanna ଙ୍କ ଝଲକ, PM ବି କରି ସାରିଛନ୍ତି ପ୍ରଶଂସା

ସୁପର ଷ୍ଟାର ଅକ୍ଷୟ କୁମାର ଓ ଅଭିନେତ୍ରୀ ଟ୍ଵିଙ୍କଲ ଖନାଙ୍କ ପୁଅ ଆରବ କୁମାର ଜଣେ ଚର୍ଚ୍ଚିତ ଷ୍ଟାର ଭାବେ ପରିଚିତ ଅଟନ୍ତି । ଆରବଙ୍କର ନିଜ ମାତା ପିତାଙ୍କ ସହ ଏକ ଖାସ ସମ୍ପର୍କ ରହିଛି ।

ଏହା ଛଡା ଆରବଙ୍କର ହିନ୍ଦୀ ସିନେମାର ପ୍ରଥମ ସୁପର ଷ୍ଟାର ରାଜେଶ ଖନା ଯିଏ ତାଙ୍କ ଅଜା ହେବେ ତାଙ୍କ ସହ ଭଲ ବଣ୍ଡିଙ୍ଗ ରହିଥିଲା । ଏହା ଛଡା ଆରବଙ୍କର ଆଈ ଡିମ୍ପଲ କପାଡିଆଙ୍କ ସହ ମଧ୍ୟ ଭଲ ସମ୍ପର୍କ ରହିଛି । ଡିମ୍ପଲ କପାଡିଆ କହିଛନ୍ତି ଯେ ଆରବଙ୍କ ଥରେ ତାଙ୍କୁ ରାଜେଶ ଖନାଙ୍କର ଝଲକ ଦେଖାଯାଏ । ଆରବ ସୋସିଆଲ ମିଡିଆରୁ ବହୁତ ଦୂରରେ ରହିଥାନ୍ତି । କିନ୍ତୁ ଅନେକ ସମୟରେ ସେ ଚର୍ଚ୍ଚାରେ ଆସି ସାରିଛନ୍ତି ।

ଡିମ୍ପଲ କହିଛନ୍ତି ଯେ ଆରବ ରାଜେଶ ଖନାଙ୍କ ପରି ଷ୍ଟାଇଲ୍ସ ମେନ୍ଟେନ କରନ୍ତି । ଏକ ସାକ୍ଷାତକାରରେ ଡିମ୍ପଲ କପାଡିଆ ଆରବଙ୍କୁ ନେଇ ଆହୁରି ଅନେକ କଥା ଖୁଲସା କରିଛନ୍ତି । ଆରବଙ୍କୁ ନେଇ ଡିମ୍ପଲ କପାଡିଆ ନିଜ ରାଏରେ କହିଛନ୍ତି ଯେ ସେ ଦେଖିବାକୁ ପୁରା ରାଜେଶ ଖନାଙ୍କ ପରି ଅଟନ୍ତି । ଆରବ ରାଜେଶ ଖନାଙ୍କ ପରି କମ କଥା କହିବାକୁ ପସନ୍ଦ କରନ୍ତି । ଆରବର ତାରିଫ କରି ଡିମ୍ପଲ କହିଛନ୍ତି ଯେ ଆରବଙ୍କ ଠାରେ ଏକ ଝଲକ ତାଙ୍କୁ ଦେଖାଯାଏ । ଆରବ ନିଜ ମୁଣ୍ଡକୁ ଡାହାଣ ପଟେ ବୁଲାଇ କୁହନ୍ତି ଯେ “ଆଈ ତମେ ଦେଖିବାକୁ ବହୁତ ସୁନ୍ଦର” । ଏତିକି କହିବା ପରେ ଆରବ ଆଗକୁ ଚାଲି ଯାଆନ୍ତି ।

ରାଜେଶ ଖନା ମଧ୍ୟ ଆରବକୁ ନେଇ ବହୁତ କଥା କହିଛନ୍ତି । ସେ କହିଛନ୍ତି ଯେ “ଭବିଷ୍ୟତରେ ଆରବ ଜଣେ ସୁପର ଷ୍ଟାର ହେବେ” । ଥରେ ରାଜେଶ ଖନାଙ୍କୁ ପଚରା ଯାଇଥିଲା ଯେ ତାଙ୍କ ପରେ ବଲିଉଡରେ ଆଗାମୀ ସୁପର ଷ୍ଟାର କିଏ ହେବ । ଏହାର ଉତ୍ତରରେ ସେ କହିଥିଲେ ଯେ “ତାଙ୍କର ନାତି ଆଗାମି ସୁପର ଷ୍ଟାର ହେବ । ଏଥିପାଇଁ ନୁହେ ଯେ ସେ ମୋ ନାତି ବା ମୋ ଝିଅର ପୁଅ ବରଂ ଡିମ୍ପଲ କପାଡିଆ ଓ ତାଙ୍କ ପିତା ଅକ୍ଷୟ କୁମାରଙ୍କ କିଛି ଗୁଣ ତା ଭିତରେ ରହିଛି । ଏହା ସହ ତାଙ୍କର କିଛି ଗୁଣ ରହିବା ସହ ଟ୍ଵିଙ୍କଲଙ୍କର ମଧ୍ୟ କିଛି ଗୁଣ ରହିଛି” ।

ରାଜେଶ ଖନା ଏ କଥା ମଧ୍ୟ କହିଛନ୍ତି ଯେ  “ଯଦି ସେ ହିନ୍ଦୀ ସିନେମାର ଇତିହାସରେ ସୁପର ଷ୍ଟାର, ଯେବେ ସୁନହେରି ମୂହୁର୍ତ୍ତରେ ତାଙ୍କ ନାଁ ଲେଖାଯିବ ସେହି ସମୟରେ ଆରବଙ୍କ ନାଁ ମଧ୍ୟ ଆସିବ ଯେ ସେ ଆଗାମୀ ସୁପର ଷ୍ଟାର ହେବେ” । ବର୍ତ୍ତମାନ ଆରବଙ୍କୁ ୧୮ ବର୍ଷ ଅଟେ । ସେ ଖେଳରେ ବହୁତ ଆଗରେ ଅଛନ୍ତି ।

୨୦୧୬ରେ ଆରବ ନିଜ ପିତା ଅକ୍ଷୟ କୁମାରଙ୍କ ସହ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଯାଇଥିଲେ । ସେହି ସମୟରେ ଅକ୍ଷୟ ଏକ ଫୋଟୋ ଶେୟାର କରି ନିଜ ସୋସିଆଲ ଆକାଉଣ୍ଟରେ ଲେଖିଥିଲେ ଯେ “ଗୋଟେ ପିତା ଜୀବନର କିଛି ମୂହୁର୍ତ୍ତ, ଯେବେ ପ୍ରଧାନମନ୍ତ୍ରୀ ଆପଣଙ୍କ ପୁଅର କାନ ଧରି କହିବେ ଏହି ପିଲାଟି ଭଲ ପିଲା ଅଟେ” ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।