ଡେଲ୍ଟା ପରେ ଏବେ ଡରାଇଲାଣି କରୋନା ର R ଫ୍ୟାକ୍ଟର, ଜାଣନ୍ତୁ ଏହା କଣ ଓ କେତେ ମାରାତ୍ମକ ?

ଆମ ଦେଶରେ ବ୍ୟାପୀଥିବା କୋରୋନାର ଦିତୀୟ ଲହର ଯୋଗୁ କେତେ ଯେ ଲୋକ ମାନେ ହଇରାଣ ହରକତ ହେଉଛନ୍ତି ତାହା କହି ହେବ ନାହି । କୋରୋନା ଆକ୍ରାନ୍ତ ହୋଇ ଅନେକ ଲୋକ ମାନଙ୍କର ମୃ-ତ୍ୟୁ-ବ-ର-ଣ ହେଉଛି ।

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କୋରୋନାର ଦିତୀୟ ଲହର ପୁରା ବିଶ୍ବରେ ତାଣ୍ଡବ ରଚିଛି । ସୂଚନା ଅନୁସାରେ କୋରୋନାର ସଂକ୍ରମଣ ବଢୁଥିବାରୁ ଏହାକୁ R -ଫ୍ୟାକ୍ଟର କୁହା ଯାଉଛି ।ଯେଉଁଥିରେ ଭାଇରସ ବା ସଂକ୍ରମଣ ହାର ବଢୁଥିବାର ସୂଚନା ମିଳିଥାଏ । ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକଲ ସାଇନ୍ସ ଅଫ ଚେନ୍ନାଇ ବିଶେଷଜ୍ଞ ଗବେଷଣା କରି କହିଛନ୍ତି ଯେ କୋରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ର, କେରଳ ବ୍ଯତୀତ ଦେଶର ପୂର୍ବ ଉତ୍ତର ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ଅଧିକ ବଢିବାରେ ଲାଗିଛି ।

କୋଭିଡ଼ ପଜେଟିଭ ହାର ସାମାନ୍ଯ ହ୍ରାସ ପାଉଥିବା ବେଳେ ଲୋକ ମାନଙ୍କର ଅମାନିଆ ଯୋଗୁ ପୁଣି ଥରେ ସଂକ୍ରମଣ ବଢିବାରେ ଲାଗିଛି । ଅଧିକ ଭିଡ ଥିବା ଜାଗାରେ ଲୋକ ମାନଙ୍କର ଏକତ୍ର ହେବା ଯୋଗୁ ସଂକ୍ରମଣ ଅଧିକ ହେଉଛି । ମହାରାଷ୍ଟ୍ରରେ ଜୁନ ମାସ ଶେଷ ଓ ଜୁଲାଇ ମାସ ଆରମ୍ଭରେ କୋରୋନା ପଜେଟିଭ ହାର ୬୦୦୦ ରୁ ୮୦୦୦ ଯାଏଁ ହେଉଥିଲା । ବର୍ତ୍ତମାନ ପଜେଟିଭ ହାର ଏହି ସବୁ ରାଜ୍ୟରେ ୮୦୦୦ ରୁ ୯୦୦୦ ଯାଏଁ ବୃଦ୍ଧି ପାଇଲାଣି । ଏମିତି ହୋଇପାରେ ଯେ ଆଗକୁ ପଜେଟିଭ ହାର ୧୦,୦୦୦ ହୋଇପାରେ ଯାହା ସୂଚନା ମିଳିଛି ।

ଠିକ ସେହି ପରି କେରଳରେ ନୂଆ ମାମଲା ଚିନ୍ତାର ବିଷୟ ହୋଇ ପଡିଛି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଉତ୍ତର ପୂର୍ବ ରାଜ୍ୟ ଯେମିତିକି ମଣିପୁରମ, ଅରୁଣାଚଳ ପ୍ରଦେଶ ତଥା ତ୍ରିପୁରାରେ କୋରୋନା ପଜେଟିଭ ହାର ଅଧିକ ବଢୁଥିବାରୁ ଏହା ଚିନ୍ତାର ବିଷୟ ହୋଇ ପଡିଛି । କୋରୋନା ସଂକ୍ରମଣ ବଢୁଥିବାରୁ ଏହା ଆଗକୁ କେଉଁ ଭଳି ରୂପ ନେବ ତାହା କିଛି କହି ହେଉ ନାହି ।

ଏଥି ପାଇଁ ଚିନ୍ତା ଦୁଇ ଗୁଣ ହୋଇ ଯାଇଛି ଯେ ଏହାକୁ କିପରି ରୋକାଯାଇ ପାରିବ । ତେଣୁ ଲୋକ ମାନେ ସାବଧାନ ହେବା ସହ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା କରିବା ଉଚିତ । ଏହା ସହ କୋରୋନା କଟକଣାର ଗାଇଡ ଲାଇନକୁ ମାନିବା ଉଚିତ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।