ନିଜଠୁ ୪ ବର୍ଷ ବଡ ଡିଭୋର୍ସ ହୋଇସାରିଥିବା ଅଭିନେତ୍ରୀଙ୍କ ସହ ଆଶୁତୋଷ ରାଣା କଲେ ବିବାହ, ବହୁତ ରୋମାଞ୍ଚକର ଅଟେ ଦୁଇ ଜଣଙ୍କ ପ୍ରେମ କାହାଣୀ

ଆଶୁତୋଷ ରାଣାଙ୍କୁ ବଲିଉଡ୍ ଇଣ୍ଡଷ୍ଟ୍ରିରେ ତାଙ୍କ ଅଭିନୟ ପାଇଁ ଜଣା ଯାଇଥାଏ । ସେଥିପାଇଁ ସବୁ ଡାୟରେକ୍ଟର ତାଙ୍କ ଫିଲ୍ମରେ ଆଶୁତୋଷ ରାଣାଙ୍କୁ କାମ କରିବା ପାଇଁ ପ୍ରସ୍ତାବ ଦିଅନ୍ତି । ଖବର ଅନୁସାରେ ବହୁତ ଶୀଘ୍ର ଆଶୁତୋଷ ରାଣା ଧର୍ମା ପ୍ରଡକ୍ସନ ଦ୍ଵାରା ହେବାକୁ ଯାଉଥିବା ଐତିହାସିକ ଫିଲ୍ମ “ପୃଥ୍ଵୀରାଜ”ରେ ନଜର ଆସିବେ । ଏହି ଫିଲ୍ମର ସୁଟିଙ୍ଗ ଆରମ୍ଭ ହୋଇସାରିଛି । ଆଜି ଆମେ ଆପଣଙ୍କୁ ଆଶୁତୋଷଙ୍କର ଲଭ ଲାଇଫ ବିଷୟରେ କହିବୁ । ତାଙ୍କର ଲଭ ଲାଇଫ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।


ଆଶୁତୋଷ ରାଣାଙ୍କର ପତ୍ନୀଙ୍କ ନାମ ହେଉଛି ରେଣୁକା ଶହାଣେ । ଏହି ଦୁଇ ଜଣଙ୍କର ପ୍ରଥମ ଦେଖା ଡାୟରେକ୍ଟର ହଂସଲ ମେହେତାଙ୍କ ଏକ ଫିଲ୍ମର ସୁଟିଙ୍ଗରେ ହୋଇଥିଲା । ରେଣୁକା ଆଶୁତୋଷଙ୍କୁ ଭଲ ଭାବରେ ଜାଣି ନଥିଲେ । ଗୋଟେ ଫୋନ କଲ ଦ୍ଵାରା ସେମାନଙ୍କ ମଧ୍ୟରେ କଥା ବାର୍ତ୍ତା ଆରମ୍ଭ ହୋଇଥିଲା । ଫୋନ କଲରେ ଏହି ଦୁଇଜଣ ୧ ଘଣ୍ଟା ପର୍ଯ୍ୟନ୍ତ କଥା ହୋଇଥିଲେ ।


ବହୁତ ଦିନ ପର୍ଯ୍ୟନ୍ତ ଫୋନରେ କଥା ହେବା ପରେ ଦୁଇଜଣ ଦେଖା ହେବା ପାଇଁ ନିର୍ଣ୍ଣୟ ନେଇଥିଲେ । ହେଲେ ରେଣୁକାଙ୍କ ମନରେ ବହୁତ ଚିନ୍ତା ଥିଲା । ଧୀରେ ଧୀରେ ଏହି ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ରେଣୁକା ଶହାଣେ ଆଶୁତୋଷ ରାଣାଙ୍କ ଠାରୁ ୪ ବର୍ଷ ବଡ ଅଟନ୍ତି ଓ ସେହି ସମୟରେ ସେ ବିବାହିତା ମଧ୍ୟ ଥିଲେ । ହେଲେ ରେଣୁକାଙ୍କୁ ଆଶୁତୋଷଙ୍କ ସହ ରିଲେସନ ଉପରେ କିଛି ସନ୍ଦେହ ଥିଲା ଓ ରେଣୁକାଙ୍କ ମା’ଙ୍କୁ ମଧ୍ୟ ଏହି ରିଲେସନ ସ୍ଵୀକାର ନଥିଲା । କାରଣ ଆଶୁତୋଷଙ୍କ ପରିବାରରେ ୧୨ ଜଣ ସଦସ୍ୟ ଥିଲେ ।


ହେଲେ ରେଣୁକାଙ୍କର ପ୍ରଥମ ବିବାହ ଭାଙ୍ଗିବା ଓ ଆଶୁତୋଷଙ୍କ ସହ ଭଲ ସମ୍ପର୍କ ରହିବା ଦ୍ଵାରା ଶେଷରେ ସେ ଦୁଇଜଣଙ୍କର ଦମୋହରେ ବିବାହ ହୋଇଥିଲା । ସେମାନେ ତାଙ୍କର ଦାମ୍ପତ୍ୟ ଜୀବନରେ ବହୁତ ଖୁସିରେ ଅଛନ୍ତି ଓ ସେମାନଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି । ଆଶୁତୋଷ ରାଣା ହିନ୍ଦୀ ଫିଲ୍ମ ଛଡା କାନ୍ନାଡ଼ା, ତେଲୁଗୁ ଓ ମରାଠୀ ଫିଲ୍ମ ମଧ୍ୟ କରିଛନ୍ତି ଆଶୁତୋଷଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନ ଆଶୁତୋଷ ରାଣା ଓ ରେଣୁକା ଶହାଣେ ତାଙ୍କର ବୈବାହିକ ଜୀବନରେ ବହୁତ ସୁଖରେ ଅଛନ୍ତି ।