କଣ ଫିକ୍ସଡ ହେଇଥାଏ ବଲିଉଡର ଆୱାର୍ଡ ଶୋରେ ଦିଆଯାଉ ଥିବା ଆୱାର୍ଡ ? ଏହି ବଡ ତାରକା ମାନେ ଯାଆନ୍ତି ନାହିଁ ଏହି କାରଣ ପାଇଁ

ସୁଶାନ୍ତ ସିଂହ ରାଜପୁତ ଙ୍କର ଆତ୍ମହତ୍ୟା ପରେ ବଲିଉଡରେ ଆତ୍ମୀୟତା ଏବଂ ଦଳଗତତା ପ୍ରସଙ୍ଗ ଉପରେ ଜୋରଦାର ଚର୍ଚା ଚାଲିଛି । ଆୱାର୍ଡ ଫଙ୍କସନ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ଅଭିନେତା ଅଭୟ ଦେଓଲ କହିଛନ୍ତି କି ଫିଲ୍ମ ‘ଜିନ୍ଦେଗୀ ନା ମିଲେଗି ଦୁବାରା’ ପାଇଁ ଆୱାର୍ଡ ଶୋ ରେ କେବଳ ହ୍ରୀତିକ ରୋଶନ କ୍ୟାଟ୍ରିନା କେଫଙ୍କୁ ହିଁ ଧ୍ୟାନ ଦିଆଯାଇ ଥିଲା ତାଙ୍କୁ ନୁହେଁ । ସେ ଲେଖିଛନ୍ତି, ମୁଁ କହିବାକୁ ଚାହେଁ କି ପ୍ରାୟ ସବୁ ଆୱାର୍ଡ ଶୋରେ ମତେ ଏବଂ ଫରହାନ ଅଖତରଙ୍କୁ ଚାପି ଦିଆଯାଇ ଥିଲା ।

ଆମ ଦୁଇଜଣଙ୍କୁ ସହାୟକ କଳାକାରର ବର୍ଗରେ ମନୋନୀତ କରାଗଲା । ଯେତେବେଳେ କି ହ୍ରୀତିକ ଏବଂ କ୍ୟାଟ୍ରିନା ଉଭୟଙ୍କୁ ମୁଖ୍ୟ ଭୂମିକା ବର୍ଗରେ ଚୟନ କରାଯାଇ ଥିଲା । ଏହି ପ୍ରସଙ୍ଗ ନୂଆ ନୁହେଁ । ବଲିଉଡରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ କି ଏହି ଆୱାର୍ଡ ଶୋରେ ବିଶ୍ଵାସ ରଖନ୍ତି ନାହିଁ । ସେମାନେ ଏପରି ସମାରୋହରୁ ଦୂରେଇ ରହିଥାନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ଆମିର ଖାନ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଆୱାର୍ଡ ଫଙ୍କସନ ଠାରୁ ଦୂରେଇ ରୁହନ୍ତି । ତାଙ୍କ ଫିଲ୍ମ ‘ଜୋ ଜିତା ୱହି ସିକନ୍ଦର’, ‘ହମ ହେ ରାହୀ ପ୍ୟାର କେ’ ଏବଂ ‘ରଙ୍ଗିଲା’କୁ ଅଣଦେଖା କରାଯିବା ପରେ ସେ ଆୱାର୍ଡ ଶୋକୁ ଯିବା ବନ୍ଦ କରିଦେଲେ । ତାଙ୍କୁ ଆଜି ମଧ୍ୟ କୌଣସି ଆୱାର୍ଡ ଫଙ୍କସନରେ ଦେଖିବାକୁ ମିଳେ ନାହିଁ । ୧୯୯୬ରେ ତାଙ୍କ ଫିଲ୍ମ ‘ରଙ୍ଗିଲା’ ଫିଲ୍ମଫେୟର ଆୱାର୍ଡ ପାଇଁ ମନୋନୀତ ହୋଇଥିଲା । କିନ୍ତୁ ସେହି ଆୱାର୍ଡ ‘ଦିଲୱାଲେ ଦୁଲ୍ହନିୟା ଲେ ଜାଏଙ୍ଗେ’ କୁ ମିଳିଲା । ତାଙ୍କ ଫିଲ୍ମ ‘ଜୋ ଜିତା ୱହି ସିକନ୍ଦର’ ସହିତ ମଧ୍ୟ ଏମିତି କିଛି ହୋଇଥିଲା ।

ଅଜୟ ଦେବଗନ

ବଲିଉଡ ଅଭିନେତା ଅଜୟ ଦେବଗନ ମଧ୍ୟ ଆୱାର୍ଡ ଫଙ୍କସନ ଉପରେ ପ୍ରଶ୍ନ ଉଠାଇ ସାରିଛନ୍ତି । ସେ ଏହି ଶୋକୁ ବିଶ୍ଵସ୍ତ ବୋଲି ଭାବନ୍ତି ନାହିଁ । ସେ କହିଛନ୍ତି କି ଏଥିରେ ଆୱାର୍ଡ ଦେବାରେ ଏପଟ ସେପଟ କାମ କରାଯାଇ ଥାଏ । ସେ କହିଛନ୍ତି କି ପ୍ରଥମରୁ ଫୋନ କରି କୁହାଯାଇ ଥାଏ କି ଆୱାର୍ଡ କାହାକୁ ମିଳିବ ବୋଲି ।

କଙ୍ଗନା ରନୌତ

ଅବିନେତ୍ରୀ କଙ୍ଗନା ରନୌତ ନିଜର ଖୋଲା ବକ୍ତବ୍ୟ ପାଇଁ ଜଣାଶୁଣା ଅଟନ୍ତି । ସେ ପ୍ରତ୍ୟକ ପ୍ରସଙ୍ଗରେ ଖୋଲାଖୋଲି ଭାବେ କଥା ହୋଇଥାନ୍ତି । ସେ ବଲିଉଡରେ ଆତ୍ମୀୟତା ଉପରେ ଅନେକ ବକ୍ତବ୍ୟ ଦେଇ ସାରିଛନ୍ତି । ସେ ବଲିଉଡ ଆୱାର୍ଡ ଶୋକୁ ମଧ୍ୟ ସ୍ଥିର ବୋଲି କହିଛନ୍ତି । ସେ କହିଛନ୍ତି କି ସେ ବଲିଉଡ ଆୱାର୍ଡ ସିଷ୍ଟମ ଉପରେ ବିଶ୍ଵାସ କରନ୍ତି ନାହିଁ । ଏହି କାରଣରୁ ସେ ଏହା ଠାରୁ ଦୂରେଇ ରୁହନ୍ତି ।

ମନୋଜ ମୁନ୍ତଶିର

ସଙ୍ଗୀତକାର ମନୋଜ ମୁନ୍ତଶିର ମଧ୍ୟ ୨୦୧୯ରୁ ଆୱାର୍ଡ ଫଙ୍କସନ ଠାରୁ ଦୂରେଇ ଯାଇଛନ୍ତି । ମନୋଜଙ୍କୁ ‘କେସରୀ’ ଫିଲ୍ମର ‘ତେରୀ ମିଟି’ ଗୀତ ପାଇଁ ଫିଲ୍ମଫେୟର ଆୱାର୍ଡରେ ମନୋନୀତ କରାଯାଇଥିଲା । କିନ୍ତୁ ସେହି ଆୱାର୍ଡ ‘ଗଲି ବୟ’ ଫିଲ୍ମର ‘ଆପନା ଟାଇମ ଆଏଗା’ ଗୀତକୁ ଆୱାର୍ଡ ଦିଆଯାଇ ଥିଲା । ଏହାପରେ ମନୋଜ ସୋସିଆଲ ମିଡିଆରେ ଆୱାର୍ଡ ଶୋକୁ ନଯିବା ପାଇଁ କହିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।