ସମ୍ପତ୍ତି ମାମଲାରେ ପିତାଙ୍କ ଠୁ ବହୁତ ଆଗର ଚିରାଗ, ଜାଣନ୍ତୁ କେତେ ସମ୍ପତ୍ତି ଛାଡି ଯାଇଛନ୍ତି ରାମବିଲାସ ପାସୱାନ

କେନ୍ଦ୍ରୀୟ ମନ୍ତ୍ରୀ ରାମବିଲାସ ପାସବାନଙ୍କର ୮ ଅକ୍ଟୋବର ଦିନ ଅଚାନକ ନିଧନର ଖବର ସମସ୍ତଙ୍କୁ ସ୍ପବ୍ଧ କରି ଦେଇଛି । ସେ ବହୁ ଦିନ ହେବ ଅସୁସ୍ଥ ଥିଲେ, ଏମିତିରେ ଚାରି ଦିନ ପୂର୍ବେ ହିଁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେଠି ତାଙ୍କର ହାର୍ଟ ରେ ଗୋଟିଏ ସର୍ଜରୀ ହୋଇଥିଲା । ଆପଣଙ୍କୁ କହିଦେଉଛୁ କି ରାମବିଲାସ ପାସବାନ ଲୋକ ଜନଶକ୍ତି ପାର୍ଟିର ସଂସ୍ଥାପକ ଥିଲେ । ସେ ଗତ ୫୦ ବର୍ଷ ହେବ ରାଜନୀତିରେ ସକ୍ରିୟ ଥିଲେ ।

ସେ ୬ ଥର କ୍ୟାବିନେଟ ମନ୍ତ୍ରୀ ବି ରହି ସାରିଛନ୍ତି । ଏହା ଛଡା ସେ ବିହାର ଠାରୁ ନେଇ କେନ୍ଦ୍ର ସରକାରଙ୍କର ମନ୍ତ୍ରୀ ମଣ୍ଡଳରେ ବହୁତ ମହତ୍ଵପୂର୍ଣ୍ଣ ଦାୟିତ୍ଵ ବି ଗ୍ରହଣ କରିଥିଲେ । ବର୍ତ୍ତମାନ ସମୟରେ ସେ ରାଜ୍ୟସଭାର ସଦସ୍ୟ ଥିଲେ ।

ଆପଣଙ୍କୁ କହିଦେଉଛୁ କି ଗୋଟିଏ ସାଧାରଣ ଦଳିତ ପରିବାରରେ ଜନ୍ମିତ ରାମବିଲାସ ପାସବାନ ନିଜର ପରିଶ୍ରମ ଓ ଚେଷ୍ଟା ବଳରେ ବହୁତ ଖ୍ୟାତି ଓ ଧନ ସମ୍ପତ୍ତି ଅର୍ଜନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ତାଙ୍କର ମୋଟ ସମ୍ପତ୍ତି ୧.୪୨ କୋଟି ଟଙ୍କା ବୋଲି କୁହାଯାଉଛି । ଅନ୍ୟ ପଟେ ତାଙ୍କର ପୁଅ ଚିରାଗ ପାସବାନ ସମ୍ପତ୍ତି ମାମଲାରେ ନିଜ ପିତାଙ୍କ ଠାରୁ ବି ଆଗରେ ଅଛନ୍ତି ।

ରାମବିଲାସ ପାସବାନଙ୍କ ମୋଟ ସମ୍ପତ୍ତି ମଧ୍ୟରେ ୧.୦୬ କୋଟି ଟଙ୍କା ସମ୍ପତି ଚଳ ଅଟେ, ଯେତେବେଳେ କି ୨୧.୩୦ ଲକ୍ଷ ଟଙ୍କା ଗହଣା ଅଛି । ଏହା ଛଡା ପାଖାପାଖି ୮୨ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ଅଛି । ଏହା ସହିତ ତାଙ୍କ ପାଖରେ ୨୨ ଲକ୍ଷ ଟଙ୍କାର କୃଷି ଭୂମି ଅଛି, ଯେତେବେଳେ କି ଅନ୍ୟ କିଛି ଭୂମି ବି ତାଙ୍କର ନାଁରେ ଅଛି ଯାହାର ଦାମ ୧୩ ଲକ୍ଷ ଟଙ୍କା ଅଟେ ।

ଯଦି ତାଙ୍କର ପୁଅ ଚିରାଗ ରାମବିଲାସ ପାସବାନଙ୍କ ବିଷୟରେ କହିବା ତେବେ ତାଙ୍କ ପାଖରେ ତାଙ୍କ ପିତାଙ୍କ ଠାରୁ ବି ଅଧିକ ସମ୍ପତ୍ତି ଅଛି । ଚିରାଗ ପାସବାନ ୬ଟି କମ୍ପାନୀର ମାଲିକ ଅଟନ୍ତି । ସେ ନିଜ ଦମରେ ନିଜର ସମ୍ପତ୍ତି କରିଛନ୍ତି । ୨୦୧୯ରେ ସେ ଯେତେବେଳେ ଲୋକସଭା ନିର୍ବାଚନ ଲଢିଥିଲେ ।

ସେହି ସମୟରେ ଯେତେବେଳେ ସେ ନିଜର ସମ୍ପତ୍ତି ବିଷୟରେ ସୂଚନା ଦେଇଥିଲେ ତେବେ ସେହି ସୂଚନା ଅନୁସାରେ ତାଙ୍କ ପାଖରେ ୧.୮୫ କୋଟି ଟଙ୍କାର ସମ୍ପତି ଓ ୩୫ ଲକ୍ଷ ଟଙ୍କାର ପାଖାପାଖି କେତେକ କମ୍ପାନୀରେ ଶେୟାର ଅଛି । ଚିରାଗଙ୍କ ପାଖରେ ୯୦ ଲକ୍ଷ ଟଙ୍କାର ଗୋଟିଏ ଘର ବି ଅଛି । ଏହା ସହିତ ତାଙ୍କ ପାଖରେ ଦୁଇଟି କାର ବି ଅଛି ।