ହଠାତ Live ଆସି Tapu Mishra ଙ୍କ ପାଇଁ କିଛି ଏମିତି କହିଲେ ଓଡିଆ ସିଙ୍ଗର Ira Mohanty, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଓଡିଶାର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଇରା ମହାନ୍ତି ଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେ ଜଣେ ଉଚ୍ଚ କୋଟିର ଗାୟିକା ଅଟନ୍ତି । ସେ ନିଜର କୋକିଲା କଣ୍ଠରେ ଅନେକ ଓଡିଆ ଭଜନ ସହ ଆଲବମ ଗୀତରେ ମଧ୍ୟ କଣ୍ଠ ଦାନ କରିଛନ୍ତି ।

ଏହା ଛଡା ଓଡିଶାର ପ୍ରସିଦ୍ଧ ଅନ୍ୟ ଜଣେ କଣ୍ଠ ଶିଳ୍ପୀ ହେଉଛନ୍ତି ତପୂ ମିଶ୍ର ଯିଏ ନିଜର ସୁମଧୁର କଣ୍ଠରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର ସୃଷ୍ଟି କରି ପାରିଛନ୍ତି । ଗାୟିକା ତପୂ ମିଶ୍ର ଅନେକ ଓଡିଆ ଭଜନ ଗାଇବା ସହ ଆଲବମ ଗୀତରେ ମଧ୍ୟ କଣ୍ଠ ଦାନ କରିଛନ୍ତି । କିନ୍ତୁ ବର୍ତ୍ତମାନ ସବୁଠାରୁ ବଡ ଦୁଖର ଖବର ହେଉଛି ତପୂ ମିଶ୍ର କୋରୋନାରେ ଆକ୍ରାନ୍ତ ହୋଇ ଗତ ୧ ମାସ ହେବ ଭୁବନେଶ୍ବରର ସମ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଚିକିତ୍ସା ହେବା ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଦେଖାଯାଇ ନାହି । ତାଙ୍କର ଅକ୍ସିଜେନ ଲେବଲ କମ ଥିବାରୁ ବର୍ତ୍ତମାନ ତାଙ୍କର ଅବସ୍ଥା ଗୁରୁତ୍ଵ ପୂର୍ଣ୍ଣ ହୋଇ ପଡିଛି ଯାହା ପାଇଁ ତାଙ୍କ ପରିବାର ଲୋକ ମାନେ ବହୁତ ଚିନ୍ତିତ ଅଛନ୍ତି ।

ସେଥି ପାଇଁ ତପୂଙ୍କର ଆରୋଗ୍ଯ କାମନା କରି କଣ୍ଠ ଶିଳ୍ପୀ ଇରା ମହାନ୍ତି କିଛି ଜରୁରୀ କଥା ଦର୍ଶକ ମାନଙ୍କୁ ଜଣାଇଛନ୍ତି । ଇରା ମହାନ୍ତି ନିବେଦନ କରି କହିଛନ୍ତି ଯେ ଆମେ ସମସ୍ତେ ତପୂ ମିଶ୍ରଙ୍କୁ ସ୍ୱାସ୍ଥ୍ୟ ଭଲ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ । ଏହା ସହ ନିଜେ ଇରା ମହାନ୍ତି ମଧ୍ୟ ତପୂ ମିଶ୍ରଙ୍କର ଆରୋଗ୍ଯ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଏହା ସହ ଇରା ମହାନ୍ତି ତପୂଙ୍କୁ ନେଇ କହିଛନ୍ତି ଯେ ସେ ଜଣେ ଫାଇଟର ଭାବେ କୋରୋନା ସହ ଲଢେଇ କରି ବହୁତ ଜଲ୍ଦି ଓଲିଉଡ ଜଗତକୁ ଫେରି ଆସିବେ । କୋରୋନା ସହ ଲଢେଇ କରି ତପୂଙ୍କୁ ପୁଣି ଥରେ ଫେରିବାକୁ ପଡିବ ବୋଲି ଇରା ମହାନ୍ତି ନିଜ ମତରେ କହିଛନ୍ତି ।

ଏହା ବ୍ଯତୀତ ଓଲିଉଡ ଜଗତର ସବୁ କଳାକାର ମାନେ ତପୁ ମିଶ୍ରଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ପୁରା ଓଲିଉଡ ଇଣ୍ଡଷ୍ଟ୍ରି ତପୁଙ୍କ ଅପେକ୍ଷାରେ ଅଛନ୍ତି ବୋଲି ଇରା ମହାନ୍ତି କହିଛନ୍ତି । ଆଶା କରୁଛୁ ଯେ ଆପଣ ମାନେ ମଧ୍ୟ ତପୁ ମିଶ୍ରଙ୍କର ଆରୋଗ୍ଯ କାମନା କରି ପ୍ରଭୁଙ୍କ ନିକଟରେ ନିବେଦନ କରିବେ ।

ତେବେ ଭଗବାନ ଜଗନ୍ନାଥ ଙ୍କ ନିକଟରେ ମଧ୍ୟ ଆମର ଏତିକି ପ୍ରାର୍ଥନା ସେ ଜଲ୍ଦି ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ଓ ନିଜ ର ଶିମଧୁର କଣ୍ଠ ରେ ସମସ୍ତଙ୍କ ମନୋରଞ୍ଜନ କରନ୍ତୁ । ଆପଣ ମାନେ ମଧ୍ୟ ପ୍ରାର୍ଥନା କରନ୍ତୁ ଓ ଏହା ସହିତ ଏହାକୁ ଅଧିକ ରୁ ଅଧିକ ସେୟାର ମଧ୍ୟ କରନ୍ତୁ । ଧନ୍ୟବାଦ