Mandira Bedi ଙ୍କ ସ୍ଵାମୀ Raj Kaushal ଙ୍କ ମୃ-ତ୍ୟୁ ଦିନ ଏମିତି କଣ ହୋଇଥିଲା, Sulaiman Merchant କହିଲେ ସବୁ କିଛି

ଅଭିନେତ୍ରୀ ମନ୍ଦିରା ବେଦୀ ନିଜର ସାଥିକୁ ୨୨ ବର୍ଷ ପରେ ୩୦ ଜୁନରେ ହରାଇ ଦେଇଛନ୍ତି । ମନ୍ଦିରା ରାଜ୍ କୈାଶାଲଙ୍କ ସମସ୍ତ କାର୍ଯ୍ୟ କ୍ରିୟା ନିଜେ ସମ୍ପୂର୍ଣ୍ଣ କରିଥିଲେ । ରାଜ କୈାଶାଲଙ୍କ ମୃ-ତ୍ୟୁ ହାର୍ଟ ଆଟାକ୍ ରେ ହୋଇଥିଲା ।

ତାଙ୍କୁ ହସ୍ପିଟାଲ ନେବା ସମୟରେ ତାଙ୍କର ଦେ-ହା-ନ୍ତ ହୋଇଥିଲା । ସମସ୍ତେ ତାଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କିନ୍ତୁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ ଜଣେ ଫିଟ୍ ସୁସ୍ଥ ରହିଥିବା ବ୍ୟକ୍ତିଙ୍କ ସହ ଏପରି କେମିତି ହେଲା । ସୁଲେମାନ ମରଚାଣ୍ଟ ରାଜ୍ କୈାଶାଲଙ୍କ ମୃ-ତ୍ୟୁ ବିଷୟରେ ଖୁଲାସା କରିଛନ୍ତି । ସୁଲେମାନ ମରଚାଣ୍ଟ ରାଜ୍ ଙ୍କ ପ୍ରଥମ ଫିଲ୍ମରେ ସଙ୍ଗୀତ ଦେଇଥିଲେ ।

ସେ ତାଙ୍କର ମୃ-ତ୍ୟୁ ବିଷୟରେ ‘ଟାଇମ୍ସ ଅଫ ଇଣ୍ଡିଆ’ ରେ ମୃ-ତ୍ୟୁ ର ଗୋଟିଏ ଦିନ ପୂର୍ବରୁ କେମିତି ଛାତିରେ ଯ-ନ୍ତ୍ର-ଣା ପାଉଥିଲେ । ବାସ୍ତବରେ ରାଜ୍ କୈାଶାଲ ଏବଂ ମନ୍ଦିରା ବେଦୀଙ୍କ ଫ୍ୟାନ ଚିନ୍ତାରେ ଅଛନ୍ତି ଯେ କେଉଁ କାରଣ ଥିଲା ଯାହାଫଳରେ ଏପରି ଘଟଣା ଘଟିଗଲା ।

ରାଜ୍ ଏବଂ ମନ୍ଦିରା ଏକ ଘରୋଇ ପାର୍ଟିରେ ରବିବାର ଦିନ ନିଜ ବନ୍ଧୁମାନଙ୍କ ସହ ସମୟ ବିତାଇଥିଲେ କିନ୍ତୁ ହଠାତ୍ ଏମିତି କଣ ହେଲା ଯାହା ଫଳରେ ଗୋଟିଏ ଦିନ ପରେ ରାଜ୍ ଙ୍କ ଦେ-ହା-ନ୍ତ ହୋଇଗଲା । ସୁଲେମାନ ମରଚାଣ୍ଟ କହିଲେ ସେ ୨୯ ଜୁନ ଦିନ ତାଙ୍କ ଶରୀରରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଲାଗିଲା ଏହା ସାମାନ୍ୟ ଏ-ସି-ଡି-ଟି ଅଟେ । ସେ ଗୋଟିଏ ମେଡିସିନ ଖାଇନେଲେ ଯାହା ଏସିଡିଟି ଏବଂ ପେଟ ସମସ୍ୟାକୁ ଦୂର କରିବ ।

ବଟିକା ନେବା ପରେ ସେ ଶୋଇବାକୁ ଚେଷ୍ଟା କଲେ କିନ୍ତୁ ୩୦ ଜୁନର ରାତିରେ ତାଙ୍କୁ ଆହୁରି ଅଧିକ ଶରୀରରେ ଯ-ନ୍ତ୍ର-ଣା ଅନୁଭବ ହେଲା । ସୁଲେମାନ ମରଚାଣ୍ଟ ଏବଂ ତାଙ୍କ ସ୍ତ୍ରୀ ରେଶ୍ମା ମରଚାଣ୍ଟ ଙ୍କ ସହ ୩୦ ଜୁନ ସନ୍ଧ୍ୟାରେ ରାଜ ଙ୍କ ଘରେ ପହଞ୍ଚି ଥିଲେ । ସୁଲେମାନ କହିଲେ ରାଜ୍ ମନ୍ଦିରାଙ୍କୁ କହିଥିଲେ ତାଙ୍କୁ ହାର୍ଟ ଆଟାକ୍ ହେଉଛି‌ ।

ମନ୍ଦିରା ବେଦୀ ଡେରି ନକରି ରାଜ୍ ଙ୍କ ତାଙ୍କ ସବୁଠାରୁ ଭଲ ସାଙ୍ଗ ଆଶିଶ୍ ଚୈାଧ୍ରୀଙ୍କୁ ଡାକିଥିଲେ । ମନ୍ଦିରା ଏବଂ ଆଶିଶ୍ ଦୁହେଁ ରାଜ୍ କୁ କାରରେ ବସାଇଲେ କିନ୍ତୁ ସେ ଧିରେ ଧିରେ ତାଙ୍କର ଚେତା ହରାଉଥିଲେ । ତାଙ୍କୁ ବୋଧହୁଏ ଲୀଳାବତୀ ହସ୍ପିଟାଲ ନିଆ ଯାଉଥିଲା ଏବଂ ହସ୍ପିଟାଲ ନେବା ବାଟରେ ତାଙ୍କର ନି-ଧ-ନ ହୋଇଥିଲା ।

ସକାଳ ୫:୧୦ ମିନିଟ୍ ରେ ଅନୁଭବ ହେଲା ତାଙ୍କ ଶ୍ବାସ କ୍ରିୟା ବନ୍ଦ ହୋଇଯାଇଛି, ଯେତେବେଳେ ଡାକ୍ତର ପହଞ୍ଚି ଥିଲେ ସେତେବେଳକୁ ବହୁତ ଡେ-ରି ହୋଇ ଯାଇଥିଲା । ସୁଲେମାନ ମରଚାଣ୍ଟ କୁହନ୍ତି ରାଜ଼ ଙ୍କୁ ଆଗରୁ ମଧ୍ୟ ଗୋଟିଏ ହାର୍ଟ ଆଟାକ୍ ଆସି ସାରିଛି ଯେତେବେଳେ ତାଙ୍କ ବୟସ ୩୦-୩୨ ଭିତରେ ଥିଲା । ଏହି ଆଟାକ୍ ପରେ ତାଙ୍କର ଧ୍ୟାନ ରଖାଗଲା ଏବଂ ସେ ଠିକ୍ ଥିଲେ ।