ହଠାତ 15 ବର୍ଷ ପରେ ଏମିତି କଣ ହେଲା କି Amir Khan ଓ Kiran ନେଲେ ଡିଭୋର୍ସ

ବଲିଉଡର ମିଷ୍ଟର ପରଫେକ୍ଟ ଅମିର ଖାନ ଓ ତାଙ୍କ ସ୍ତ୍ରୀ କିରଣ ରାବ ବିବାହର ୧୫ ବର୍ଷ ପରେ ପରସ୍ପର ଠାରୁ ଅଲଗା ହେବ ପାଇଁ ଘୋଷଣା କରିଛନ୍ତି । ଅମିର ଖାନ ଓ କିରଣ ରାବ ଗୋଟେ ଯଏଣ୍ଟ ଷ୍ଟେଟମେଣ୍ଟ ଦାଖଲ କରିଛନ୍ତି ।

ଯେଉଁଥିରେ ଦୁହେଁ ପରସ୍ପରର ସହମତିରେ ସବୁ ଦିନ ପାଇଁ ଅଲଗା ହେବା ପାଇଁ ଲେଖା ହୋଇଛି । ଦୁହେଁ ନିଜ ନିଜର ଷ୍ଟେଟମେଣ୍ଟରେ ଲେଖିଛନ୍ତି ଯେ ପୁଣି ଥରେ ସେମାନେ ନିଜର ନୂଆ ଜୀବନର ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଛନ୍ତି । ଦୁହିଙ୍କର ଏହି ନୂଆ ଅଧ୍ୟାୟ ସ୍ଵାମୀ ଓ ସ୍ତ୍ରୀ ଭାବେ ନୁହେ ବରଂ ମାତା ଓ ପିତା ଓ ପରିବାର ଭାବେ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଦୁହେଁ ପରସ୍ପର ଠାରୁ ଅଲଗା ହେବା କଥା ଶୁଣିବାରେ ପରେ ସେମାନଙ୍କ ଫ୍ୟାନ୍ସ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଅମିର ଖାନ କିରଣ ରାବଙ୍କ ସହ ସମ୍ପର୍କ ଯୋଡିବା ପାଇଁ ତାଙ୍କର ପ୍ରଥମ ସ୍ତ୍ରୀ ରିନା ଦତ୍ତାଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ । ଦୁହିଙ୍କର ଏହି ଭଳି ନିଷ୍ପତି ନେବାର କଣ କାରଣ ରହିଛି ଏହାକୁ ଜାଣିବା ପାଇଁ ସମସ୍ତେ ଚିନ୍ତାରେ ପଡିଛନ୍ତି ।  ଦୁହିଙ୍କର ଅଲଗା ହେବା ଖବର ଆସିବା ପରେ ପୁଣି ଥରେ ଦୁହିଙ୍କର ପ୍ରେମ କାହାଣୀ ଚର୍ଚ୍ଚାକୁ ଆସିଛି । ସମସ୍ତେ ଜାଣିବାକୁ ଚାହୁଛନ୍ତି ଯେ ଦୁହିଙ୍କର ପ୍ରେମ ସମ୍ପର୍କ କିପରି ଗଢି ଉଠିଲା ଓ ଏହା ବିବାହରେ କିପରି ପରିଣୀତ ହୋଇଥିଲା । ତେବେ ଆସନ୍ତୁ ଜାଣିବା ଦୁହିଙ୍କର ପ୍ରେମ କାହାଣୀ କଣ ରହିଛି ।

କିରଣ ଓ ଅମିରଙ୍କର ପ୍ରେମ କାହାଣୀ ବହୁତ ରୋମାଞ୍ଚକର ଅଟେ । ଅମିର ଖାନ ଋରିନା ଦତ୍ତାଙ୍କ ସହ ପ୍ରଥମେ ବିବାହ କରିଥିଲେ ମଧ୍ୟ ୨୦୦୨ରେ ଦୁହେଁ ଅଲଗା ହୋଇଥିଲେ । ଏହା ପରେ କିରଣଙ୍କ ରୂପରେ ଅମିରଙ୍କୁ ଦିତୀୟ ଭଲ ପାଇବା ମିଳିଥିଲା । କିରଣଙ୍କ ସହ ପ୍ରେମ ସମ୍ପର୍କ ବିଷୟରେ ଅମିର ନିଜେ ସ୍ଵୀକାର କରିଥିଲେ । ଅମିର ଏକ ଇଣ୍ଟରବିୟୁରେ କହିଥିଲେ ଯେ ସେ ଯେବେ “ଲଗନ” ଫିଲ୍ମ କରୁଥିଲେ ସେହି ସମୟରେ କିରଣଙ୍କ ସହ ସାକ୍ଷାତ ହୋଇଥିଲା ।

କିରଣ ସେହି ସମୟରେ ଫିଲ୍ମର ଆସିଷ୍ଟାନ୍ଟ ଡାଇରେକ୍ଟର ଥିଲେ । ରିନାଙ୍କ ସହ ଅଲଗା ହେବା ପରେ ଅମିରଙ୍କ ପାଖକୁ କିରଣଙ୍କର ଫୋନ ଆସିଥିଲା ଓ ଦୁହେଁ ଅଧ ଘଣ୍ଟା ଧରି ପରସ୍ପର ସହ କଥାବାର୍ତ୍ତା ହୋଇଥିଲେ । ଏହା ପରେ ଦୁହେଁ ପରସ୍ପରକୁ ଦେଢ ବର୍ଷ ଡେଟ କରିଥିଲେ । ଏହା ପରେ ଦୁହେଁ ମ୍ୟାରେଜ କରିବାକୁ ନିଷ୍ପତି ନେଇଥିଲେ । ଅମିର ଓ କିରଣ ୨୦୦୫ରେ ମ୍ୟାରେଜ କରିଥିଲେ ।

ଦୁହିଙ୍କର ଗୋଟେ ପୁଅ ମଧ୍ୟ ଅଛି ଯାହାର ନାଁ ହେଉଛି ଆଜାଦ । କିରଣ ବଲିଉଡରେ ଜଣାଶୁଣା ଡାଇରେକ୍ଟର ଓ ପ୍ରଡ୍ୟୁସର ଭାବେ ପରିଚିତ ଅଟନ୍ତି । କିରଣ “ଶିକରେଟ ସୁପରଷ୍ଟାର”, “ପିପଲି ଲାଇବ”, “ଦଙ୍ଗଲ”, “ତଲାଶ”, “ଜାନେ ତୁ ୟା ଜାନେନା” ଆଦି ଫିଲ୍ମରେ ପ୍ରଡ୍ୟୁସ କରିଥିଲେ । କିନ୍ତୁ ବିଭାର ୧୫ ବର୍ଷ ପରେ ଅମିର ଓ କିରଣ ଅଲଗା ହେବ କଥା ଘୋଷଣା କରିବା ପରେ ତାଙ୍କର ଫ୍ୟାନ୍ସ ମାନେ ବହୁତ ଦୁଖିତ ଅଛନ୍ତି ।