ପିଲା ମାନଙ୍କୁ କୋଭିଡ ଠାରୁ କିପରି ରକ୍ଷା କରି ପାରିବେ ? ଜାଣନ୍ତୁ ଏହି 3 ଉପାୟ -Dr Palash Das

ନମସ୍କାର ବନ୍ଧୁଗଣ । କୋରୋନାର ପ୍ରଥମ ଲହରରେ ବୃଦ୍ଧ ବ୍ୟକ୍ତି ମାନେ ଆକ୍ରାନ୍ତ ହେଉଥିଲେ । ଏହା ପରେ କୋରୋନାର ଦିତୀୟ ଲହରରେ ୧୮ରୁ ୪୦ ବର୍ଷ ପର୍ଯ୍ଯନ୍ତ ଯୁବ ପିଢୀ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ଏହା ପରେ କୋରୋନାର ତୃତୀୟ ଲହର ଆସୁଛି ବୋଲି ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି ।

ଏହି ତୃତୀୟ ଲହରରେ ପିଲା ମାନଙ୍କୁ ଆକ୍ରାନ୍ତ ହେବ କି ସମସ୍ତଙ୍କୁ ଆକ୍ରାନ୍ତ ହେବ ତାହା କହିବା ସମ୍ଭବ ହେଉ ନୁହେଁ । କୋରୋନାର ଦିତୀୟ ଲହର କମି ଆସୁଥିବାରୁ ଏମାଇଶି କେସ ବୃଦ୍ଧି ପାଇବାରେ ଲାଗିଛି । କେବଳ ଓଡିଶାରେ ନୁହେଁ ବରଂ ପୁରା ଦେଶରେ ଏମାଇଶି କେସ ଅଧିକ ଦେଖା ଯାଉଛି । ତେଣୁ ତୃତୀୟ ଲହର ପାଇଁ ପିଲା ମାନଙ୍କ ପ୍ରତି ଅଧିକ ସଚେତନତା ଅବଲମ୍ବନ କରିବା ଉଚିତ । ସେଥି ପାଇଁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ନିୟମ ପୂର୍ବ ଭଳି ରଖା ଯାଇଛି । ଯଦି ୫ ବର୍ଷରୁ ଅଧିକ ବୟସର ପିଲା ମାନେ ଥାନ୍ତି ତେବେ ସେମାନେ ମାସ୍କ ବ୍ୟବହାର କରିବା ଜରୁରୀ ଅଟେ ।

ପିଲା ମାନଙ୍କୁ ଅଧିକ ଭିଡ ଥିବା ଜାଗାକୁ ନେବା ଉଚିତ ନୁହେ । କୌଣସି ପାର୍ଟି ବା ମଲକୁ ପିଲାଙ୍କୁ ନେଇ ବାହାରକୁ ବୁଲିବା ଉଚିତ ନୁହେ । କାରଣ ଏହାର ସିଧା ସଳଖ ପ୍ରଭାବ ପିଲା ମାନଙ୍କ ସ୍ୱାସ୍ଥ୍ୟରେ ପଡିପାରେ । ଏହା ଛଡା ପିଲା ମାନେ ସାନିଟାଇଜର ମଧ୍ୟ ବ୍ୟବହାର କରିବା ଉଚିତ । ଯଦି କୌଣସି ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହୋଇ ଭଲ ହୋଇଛନ୍ତି ବା ଭ୍ୟାକ୍ସିନର ଦୁଇଟି ଡୋଜ ନେଇଛନ୍ତି ତେବେ ସେମାନଙ୍କୁ ପୁଣି ଥରେ କୋଭିଡ଼ ହୋଇପାରେ । ତେଣୁ ସମସ୍ତେ ୬ ଫୁଟ ଯାଏଁ ସାମାଜିକ ଦୂରତା ରକ୍ଷିତ କରିବା ଉଚିତ ।

ଯଦି କେହି ଭ୍ୟାକ୍ସିନ ନେଇ ନାହାନ୍ତି ତେବେ ଭ୍ୟାକ୍ସିନ ନେବା ନିହାରି ଜରୁରୀ ଅଟେ । ଏହା ଛଡା ଘରୁ କିଛି କମ ଥିଲେ ବାହାରିବା ଉଚିତ ନଚେତ ଘରେ ରହିବା ଠିକ ହେବ । ଏହା ଛଡା ମାସ୍କ ବ୍ୟବହାର କରିବା ନିହାତି ଜରୁରୀ ଅଟେ ଯାହା ଆମକୁ କୋରୋନା ଭାଇରସ ଠାରୁ ରକ୍ଷା କରିବାରେ ସାହାଜ୍ଯ କରିବ । ଏହା ବ୍ଯତୀତ ଆଲକୋହଲ ସାନିଟାଇଜର ମଧ୍ୟ ବ୍ୟବହାର କରିବା ଜରୁରୀ ଅଟେ ।

ଯେତେ ସମ୍ଭବ ପିଲା ମାନଙ୍କୁ ଅଧିକ ସାବଧାନର ସହ ରଖିବା ଉଚିତ । ସେମାନଙ୍କୁ ଘରୁ ବାହାରକୁ ଛାଡିବା ଉଚିତ ନୁହେ । ଏପରି କରଯାଇ ପାରିଲେ ହୁଏ ତ ପିଲା ମାନଙ୍କୁ କୋରୋନା ଭାଇରାସ ଠାରୁ ଦୂରେଇ ରଖାଯାଇ ପାରିବ ।

ବନ୍ଧୁଗଣ ଯଦି ଆପଣ ମାନକୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।