ଅନାଥ ଝିଅଟି ଦିନେ ବାନ୍ଧିଥିଲା ରାକ୍ଷୀ, ପୋଲିସ ଅଫିସର କିଛି ଏମିତି ନିଭାଇଥିଲେ ରାକ୍ଷୀର କର୍ତ୍ତବ୍ୟ… ଜାଣି ଆପଣ ବି କରିବେ ସଲାମ

ପୋଲିସକୁ ନେଇ ଲୋକ ମାନଙ୍କର ଚିନ୍ତାଧାରା ଅଲଗା ରହିଥାଏ । କେହି ପୋଲିସର ଛବିକୁ ଭଲ କହିଥାନ୍ତି ତ ଆଉ କେହି ଖରାପ କହିଥାନ୍ତି । ପୋଲିସର କାମ ହେଉଛି ଜଣ ସାଧାରଣଙ୍କ ସେବା କରିବା । କିନ୍ତୁ କିଛି ପୋଲିସ ଏମିତି କାମ କରିଥାନ୍ତି ଯାହା ଦ୍ଵାରା ପୋଲିସ ଡିପାର୍ଟମେଣ୍ଟ ବଦାନମ ହୋଇଥାଏ ।

ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ସବୁ ପୋଲିସ ସମାନ ହୋଇନଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା କହିବାକୁ ଯାଉଛୁ ଯାହା ଦ୍ଵାରା ପୋଲିସକୁ ନେଇ ମନରେ ଥିବା ବିଚାର ଆପଣଙ୍କର ବଦଳି ଯିବ । ପୋଲିସର କର୍ତ୍ତବ୍ୟ ହେଉଛି ବିପଦରେ ପଡିଥିବା ବ୍ୟକ୍ତିକୁ ସୁରକ୍ଷା ଦେବା । ଏଠାରେ ଯେଉଁ ପୋଲିସ ଅଫିସରଙ୍କ କଥା କୁହା ଯାଇଛି ସେ ହେଉଛନ୍ତି ହନୁମନ୍ତ ତିଵାରୀ ଯିଏ ନିଜର ଡିୟୁଟି କରିବା ସହ ବେସାହାରାର ସାହାରା ହୋଇଛନ୍ତି । ହନୁମନ୍ତ ଲାଲ ତିଵାରୀ ସେତେବେଳେ ଚର୍ଚ୍ଚାରେ ଆସିଲେ ଯେବେ ସେ ତାଙ୍କ ଭଉଣୀର ବିବାହ ଧୂମଧାମରେ କରିଥିଲେ ।

ସୂଚନା ଅନୁସାରେ ଏହି ଘଟଣା ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର କସବାର ସିକନ୍ଦରାବାଦରେ ଘଟିଛି । ଏଠାରେ ବାସ କରୁଥିବା ବିଚଳ ତ୍ରିବେଦୀଙ୍କର ଗତ ବର୍ଷ ମୃ-ତ୍ୟୁ ହୋଇଛି ଯାହା ଦ୍ଵାରା ତାଙ୍କ ପାରିବା ବହୁତ ଦୁଖରେ ଅଛନ୍ତି । ଏହି ପରିବାରକୁ ସାହାରା ଦେଇଥିଲେ କସବେ ପୋଲିସ ହନୁମନ୍ତ ତିୱାରି । ହନୁମନ୍ତ ତ୍ରିବେଦୀଙ୍କର ଝିଅକୁ ନିଜ ଭଉଣୀ ଭାବି ତାଙ୍କ ଠାରୁ ରାକ୍ଷୀ ବାନ୍ଧିଥିଲେ । ହନୁମନ୍ତ ଯେବେ ତ୍ରିବେଦୀଙ୍କର ଝିଅକୁ ଭଉଣୀ ବୋଲି ମାନିଲେ ତେବେ ତାଙ୍କ ବାହାଘରର ଦାୟିତ୍ଵ ମଧ୍ୟ ନେଇଥିଲେ ।

ସେ ତ୍ରିବେଦୀଙ୍କର ପରିବାର ଅନୁମତି ନେଇ ତାଙ୍କ ଝିଅର ବାହାଘର ବହୁତ ଜାକଜମକରେ କରିଥିଲେ । ବିଚଳ ତ୍ରିବେଦୀଙ୍କର ସ୍ତ୍ରୀ କାମେଲେଶ ତ୍ରିବେଦୀଙ୍କ କହିବା ଅନୁସାରେ ହନୁମନ୍ତ ତାଙ୍କ ପରିବାରର ଗୋଟେ ପୁଅ ଭଳି ଦାୟିତ୍ଵ ନିଭାଇଥିଲେ । ତ୍ରିବେଦୀଙ୍କର ଝିଅ ଅନିତାଙ୍କର ତିଲକରେ ମହଦୀ ହନୁମନ୍ତ ଯୋଗ ଦେଇ ବିବାହର ସବୁ ଖର୍ଚ୍ଚ ତୁଲାଇଥିଲେ ।

ଏହା ଛଡା ଭାଇର କର୍ତ୍ତବ୍ୟ କରିବାକୁ ଯାଇ ହନୁମନ୍ତ ବରଯାତ୍ରୀଙ୍କର ସ୍ଵାଗତ କରିବା ପାଇଁ ଗେଟ ଆଗରେ ଠିଆ ହୋଇଥିଲେ । ହନୁମନ୍ତଙ୍କ କହିବା ଅନୁସାରେ ତ୍ରିବେଦୀଙ୍କର ପରିବାର ବହୁତ ଗରିବ ଅଟନ୍ତି । ତାଙ୍କର ୩ ଝିଅ ସହ ଗୋଟେ ପୁଅ ମଧ୍ୟ ଅଛନ୍ତି । ପୁଅ ଏତେ ଛୋଟ ହୋଇଥିବାରୁ ଘରର ଦାୟିତ୍ଵ ନେଇ ପାରିବ ନାହି । ହନୁମନ୍ତ ନିଜ ମତରେ କହିଛନ୍ତି ଯେ ସେ ଯୋଉଠି ବି ରହିଲେ ସେ ପରିବାରର ସାହାଜ୍ଯ କରିବେ ।

ପୋଲିସ ଅଫିସର ହନୁମନ୍ତ ନିଜର ଭଲ କାମ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ପୂର୍ବେ ସେ ଜଙ୍ଗଲରେ ବୁଲୁଥିବା ଏକ ବୃଦ୍ଧ ମହିଳାଙ୍କୁ ନିଜ ପରିବାର ସହ ଭେଟ କରାଇଛନ୍ତି । ଯେତେବେଳେ ହନୁମନ୍ତ ଏହି ବୃଦ୍ଧ ମହିଳାଙ୍କୁ ଭେଟିଥିଲେ ସେତେବେଳେ ଅନେକ ଥର ପଚାରିବା ପରେ ମଧ୍ୟ ମହିଳା ନିଜ ଠିକଣା କହିନଥିଲେ । ଏହା ପରେ ହନୁମନ୍ତ ସେହି ମହିଳାଙ୍କର ଠିକଣା ପତା ଲଗାଇ ତାଙ୍କ ପରିବାର ପାଖରେ ଛାଡିବା ସହ ତାଙ୍କର ଚିକିତ୍ସା ମଧ୍ୟ କରିଥିଲେ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।