Special Report: ATM ରୁ ଫଟା ନୋଟ ବାହାରିଲେ କଣ କରିବେ ? ନିଶ୍ଚୟ ଜାଣି ରଖନ୍ତୁ !

ନମସ୍କାର ବନ୍ଧୁଗଣ । ଆପଣ ମାନେ ଏଟିଏମରୁ ପ୍ରତି ଦିନ ଟଙ୍କା ଉଠାଉଥିବେ । କିନ୍ତୁ କଣ ଆପଣଙ୍କର ଟଙ୍କା ଉଠାଇବା ସମୟରେ ଏଟିଏମରୁ ଫଟା ବା ଚିରା ନୋଟ ବାହାରିଛି । ଯଦି କେବେ ବାହାରେ ତେବେ କଣ କରିବେ ଆସନ୍ତୁ ଜାଣିବା ।

ଯଦି ଆପଣକଙ୍କର କେବେ ଏଟିଏମରୁ ଟଙ୍କା ଉଠାଇବା ସମୟରେ ଫଟା ନୋଟ ନ ବାହାରିଛି ତେବେ ଆଗକୁ ହୁଏ ତ ଯାଇ ଏହାକୁ ନେଇ କିଛି ସମସ୍ଯା ହୋଇପାରେ । ଯଦି ଏଟିଏମରୁ ଫଟା ନୋଟ ବାହାରୁଛି ଓ ତାହା ବଜାରରେ ବ୍ୟବହାର କରିବା ଯୋଗ୍ୟ ହୋଇ ନ ଥିବ ତେବେ ଏଥିରେ ବ୍ୟସ୍ତ ହେବାର କିଛି କଥା ନାହି । ବର୍ମ ଆପଣ ଏହି ଫଟା ନଟକୁ ବଦଳାଇ ନୂଆ ନୋଟ ପାଇ ପାରିବେ । ଏଠି ପାଇଁ ଆପଣଙ୍କୁ ଗୋଟେ ଛୋଟ କାମ କରିବାକୁ ପଡିବ ।

ଏଟିଏମରୁ ବାହାରୁଥିବା ଫଟା ନୋଟ ସାଧାରଣ କଥା ହୋଇଥିଲେ ମଧ୍ୟ ଏହି ସମସ୍ଯାଟି ବଡ ଗୁରୁତର କଥା ଅଟେ । ଏହି ସମସ୍ୟାର ସାମାଧାନ ପାଇଁ ରିଜର୍ଭ ବ୍ଯାଙ୍କ ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି । ତେବେ ଆସନ୍ତୁ ଜାଣିବା ଏହି ନୂଆ ଯୋଜନା ଅନୁସାରେ ଗ୍ରାହକ ମାନଙ୍କୁ କିପରି ଫାଇଦା ମିଳିପାରେ ।

ଯେଉଁ ବ୍ଯାଙ୍କ ଏଟିଏମରୁ ଟଙ୍କା ବାହାର କରିବା ସମୟରେ ଫଟା ନୋଟ ବାହାରେ ତେବେ ତୁରନ୍ତ ସେହି ବ୍ଯାଙ୍କ ସହ ଏହି ବାବଦରେ ଆଲୋଚନା କରନ୍ତୁ । ଏହା ପରେ ବ୍ଯାଙ୍କ ଆପଣଙ୍କୁଏକ ନୂଆ ଫର୍ମ ଭରିବାକୁ ଦେବ । ଏହି ଫର୍ମରେ ଆପଣଙ୍କୁ କିଛି ତଥ୍ୟ ପୂରଣ କରିବାକୁ ପଡିବ । ଏହି ତଥ୍ୟ ଅନୁଯାୟୀ ଆପଣ ଏଟିଏମରୁ କେବେ ତାଙ୍କ ଉଠାଇଥିଲେ, ସମୟ କେତେ ଥିଲା, ତାରିଖ କେତେ ଥିଲା ତାହା ଫର୍ମରେ ଲେଖିବାକୁ ହେବ । ଯଦି ଆପଣଙ୍କ ପାଖରେ ଏଟିଏମର ସ୍ଲିପ ରହିଥିବ ତେବେ ତାକୁ ମଧ୍ୟ ଏହି ଫର୍ମର ତଥ୍ୟରେ ସାମିଲ କରି ପାରିବେ ।

ଯଦି ସ୍ଲିପ ନ ଥାଏ ତେବେ ଫୋନ୍ରେ ଆସିଥିବା ମେସେଜର ତଥ୍ୟ ଦେବାକୁ ପଡିବ ।  ଏହି ତଥ୍ୟ ଆପ୍ଲିକେସନ କରିବା ପରେ ବ୍ଯାଙ୍କ ଅଧିକାରୀ ଆପଣଙ୍କର ଆକାଉଣ୍ଟ ଭେରୀଫାଏ କରିବେ । ଯଦିଓ ଆପଣଙ୍କ ତଥ୍ୟ ଠିକ ଥିବ ତେବେ ବ୍ଯାଙ୍କ ଆପଣକ ଚିରା ନୋଟ ବଦଳାଇ ନୂଆ ନୋଟ ଦେବ ।

ଆରବିଆଇ ବ୍ଯାଙ୍କ ବଦଳି କରେନ୍ସ ନିୟମ ଅନୁଯାୟୀ ଯଦି ୨୦୧୭ରୁ ଏଟିଏମରୁ ଫଟା ନୋଟ ବାହାରୁଥାଏ ତେବେ ଏଥି ପାଇଁ ବ୍ଯାଙ୍କ ହିଁ ଦାୟୀ ହୋଇପାରେ । ଯଦି କୌଣସି ବ୍ଯାଙ୍କ ଏଥିପାଇଁ ଆପଣଙ୍କ ଠାରୁ ଅଧିକ ସମୟ ନିଅନ୍ତି ବା ନୋଟ ବଦଳାଇବାକୁ ମନା କରନ୍ତି ତେବେ  ଆପଣ ଏହି ମାମଲାରେ ଥାନାରେ ଅ-ଭି-ଯୋ-ଗ କରି ଅପରିବେ । ଆରବିଆଇ ବ୍ୟାଙ୍କର ନିୟମ ଅନୁଯାୟୀ ଯଦି କୌଣସି ବ୍ଯାଙ୍କ ଏହା କରୁଥାଏ ତେବେ ତାହା ଉପରେ ୧୦,୦୦୦ ଟଙ୍କାର ଜୋରିମାନା ଲାଗୁ କରାଯିବ ।

ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।