ଏହି ସବୁ କଥାକୁ ଧ୍ୟାନରେ ରଖି କରନ୍ତୁ ପିଲାଙ୍କ ଲାଳନ ପାଳନ, ମିଳିବ ସକରାତ୍ମକ ପରିଣାମ

ସବୁ ମାତା ପିତାଙ୍କ ପାଇଁ ତାଙ୍କ ଜୀବନରେ ପିଲା ମାନଙ୍କର ସଠିକ ଯତ୍ନ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ପିଲାମାନଙ୍କର ସବୁ ଆବଶ୍ୟକତାକୁ ପୂରଣ କରିବା ସହିତ ସେମାନଙ୍କୁ ସ୍ଵାଧୀନତା ଦେବା ବହୁତ ଜରୁରୀ ହୋଇଥାଏ । ହେଲେ ବର୍ତ୍ତମାନର ଆଧୁନିକ ଦୁନିଆରେ ପିତା ମାତାଙ୍କ ପାଇଁ ଏହି ସବୁ କାର୍ଯ୍ୟ ବହୁତ କଷ୍ଟକର ହୋଇଛି । ବର୍ତ୍ତମାନର ସମୟରେ କୌଣସି ମଣିଷ ଉପରେ କାହାର ବିଶ୍ଵାସ ନାହିଁ । ଏହି ଦୃଷ୍ଟିରୁ ପିତା ମାତାଙ୍କ ପାଇଁ ପାଳନ ପୋଷଣର ଦାୟିତ୍ତ୍ଵ ବଢିଯାଇଥାଏ । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଉପାୟ କହିବୁ ଯାହା ଦ୍ୱାରା ଆପଣ ପିଲାମାନଙ୍କର ବହୁତ ସହଜରେ ପାଳନ ପୋଷଣ କରିପାରିବେ ଓ ଆପଣ ମଧ୍ୟ ଖୁସି ରହିବେ ।

ପିଲାମାନଙ୍କ ସହ ସାଙ୍ଗ ହୁଅନ୍ତୁ

ପିଲାମାନଙ୍କର ବିକାଶ ବହୁତ ଶୀଘ୍ର ହୋଇଥାଏ, ଏହା ଶାରୀରିକ ଦୃଷ୍ଟିରୁ ହେଉ ବା ମାନସିକ ଦୃଷ୍ଟିରୁ । ଯେତେବେଳେ ସେମାନଙ୍କ ମାନସିକ ବିକାଶ ହୋଇଥାଏ ସେତେବେଳେ ସେମାନେ କିଛି କଥା ଆପଣଙ୍କୁ ଲୁଚାଇଥାନ୍ତି, ତେଣୁ ସେମାନଙ୍କ ସହ ସାଙ୍ଗ ହୋଇ ରହିବା ପାଇଁ ଚେଷ୍ଟା କରନ୍ତୁ । ଯାହା ଫଳରେ ସେମାନେ ଆପଣମାନଙ୍କ ସହ ସବୁ କଥା ସେୟାର କରିବେ । ଏହା ମାଧ୍ୟମରେ ଆପଣଙ୍କ ସମ୍ପର୍କ ପିଲାମାନଙ୍କ ସହ ବହୁତ ଭଲ ରହିଥାଏ ।

ପିଲା ବେଳରୁ କରନ୍ତୁ ଷ୍ଟ୍ରଙ୍ଗ

ବର୍ତ୍ତମାନର ସମୟ ଝିଅ ମାନଙ୍କ ପାଇଁ ସେଫ ନୁହେଁ । ତେଣୁ ଝିଅ ଓ ପୁଅ ଉଭୟଙ୍କୁ ପିଲାବେଳୁ ଠିକ ଭୁଲର ପରିଚୟ ଦିଅନ୍ତୁ ଓ ସେମାନଙ୍କୁ ସାହସ ଦିଅନ୍ତୁ ସବୁ ପରିସ୍ଥିତି ସହ ଲଢିବା ପାଇଁ ।

ଛୁଆ ମାନଙ୍କୁ ଭୁଲ କରିବା ପାଇଁ ଦିଅନ୍ତୁ

ସାଧାରଣତଃ ପିଲାମାନେ ଭୁଲ କରିଲେ ଅଧିକାଂଶ ମହିଳା ରାଗିଯାନ୍ତି ଓ ସେମାନଙ୍କୁ ପାଟି କରନ୍ତି । ଏହା ଦ୍ଵାରା ମହିଳାମାନେ ଚିନ୍ତା ଗ୍ରସ୍ତ ହେବା ସହ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ ପିଲାମାନଙ୍କୁ ତାଙ୍କ ଭୁଲ ପାଇଁ ବୁଝାନ୍ତୁ, ସେମାନଙ୍କ ଉପରେ ରାଗନ୍ତୁ ନାହିଁ । ପିଲାମାନେ କେବଳ ପିଲାବେଳ ସମୟରେ ଭୁଲ କରିଥାନ୍ତି, ତେଣୁ ସେମାନଙ୍କୁ ଭୁଲ କରିବାକୁ ଦିଅନ୍ତୁ ।

ଓଭର କେୟାରିଙ୍ଗ ହୁଅନ୍ତୁ ନାହିଁ

ପିଲାମାନଙ୍କ ପାଳନ ପୋଷଣ କରିବା ସମୟରେ ଅଧିକାଂଶ ମା’ ବାପା ଓଭର କେୟାରିଙ୍ଗ ହୋଇଯାନ୍ତି । ଏହା ଦ୍ଵାରା ସେମାନେ ପିଲା ମାନଙ୍କ ସ୍ଵାଧୀନତାରେ ବାଧା ଦେଇଥାନ୍ତି । ଯାହାଫଳରେ ପିଲା ମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ ଓଭର କେୟାରିଙ୍ଗ ହୁଅନ୍ତୁ ନାହିଁ ଓ ପିଲାମାନଙ୍କୁ ଆବଶ୍ୟକତା ଅନୁସାରେ ସ୍ଵାଧିନତା ଦିଅନ୍ତୁ ।