ବହୁ ଦିନ ଧରି ଭଲ ପାଇବା ସତ୍ବେ ବିବାହ କରି ପାରିଲେ ନାହିଁ Bollywood ର ଏହି 6 ଟି ଯୋଡି, 6 ନମ୍ବର Actress ତ ନିଜ ପ୍ରେମିକ ଙ୍କ ନାମରେ ବନାଇଥିଲେ ଟାଟୁ

ଫିଲ୍ମି ଦୁନିଆରେ ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ପରସ୍ପର ସହିତ କାମ କରୁ କରୁ ପରସ୍ପରକୁ ଭଲ ପାଇ ବସିଛନ୍ତି । ଏହା ପରେ ସେମାନେ ବିବାହ ବି କରି ନେଲେ । କିନ୍ତୁ ଏମିତି ବି କିଛି କଳାକାର ଅଛନ୍ତି, ଯେଉଁମାନଙ୍କୁ ତାଙ୍କର ପ୍ରେମିକା ମିଳିଲା ନାହିଁ । ତାଙ୍କର ସମ୍ପର୍କ ବହୁତ ଚର୍ଚାରେ ରହିଲା, କିନ୍ତୁ ସେମାନଙ୍କର ପ୍ରେମ କାହାଣୀ ଅଧାରେ ରହିଗଲା । ଆଜି ଆମେ ଆପଣଙ୍କୁ ସେମିତି ହିଁ କିଛି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ।

ମଧୁବାଲା ଓ ଦିଲୀପ କୁମାର

ଦିଗଜ ଅଭିନେତ୍ରୀ ମଧୁବାଲା ଓ ଦିଗଜ ଅଭିନେତା ଦିଲୀପ କୁମାର ଦୁଇ ଜଣ ହିଁ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବଡ ନାଁ ଅଟେ । ଏହି ଯୋଡି ୫୦ ଦଶକର ସବୁଠୁ ପ୍ରସିଦ୍ଧ ଯୋଡି ମଧ୍ୟରୁ ଗୋଟିଏ ଅଟେ । ଦୁଇ ଜଣଙ୍କ ଯୋଡି ବାଲା ଫିଲ୍ମ ବହୁତ ହିଟ ମଧ୍ୟ ହେଉଥିଲା । କହିବାକୁ ଗଲେ ଏକତ୍ରିତ କାମ କରିବା ସମୟରେ ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଲେ । କିନ୍ତୁ ସେମାନଙ୍କର ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ ।

ମୁଗଲ-ଏ-ଆଜମ ଭଳି ବ୍ଲକବସ୍ଟର ଫିଲ୍ମ ଦେଇଥିବା ଏହି ଯୋଡିକୁ ଫ୍ୟାନମାନେ ଅସଲ ଜୀବନରେ ଏକତ୍ରିତ ଦେଖି ପାରିଲେ ନାହିଁ । କୁହାଯାଏ କି ମଧୁବାଲାଙ୍କ ପିତା ବିରୋଧ ଓ ବୀ. ଆର. ଚୋପଡ଼ାଙ୍କ ଗୋଟିଏ କେସ ଦୁଇ ଜଣଙ୍କୁ ସବୁଦିନ ପାଇଁ ଅଲଗା କରି ଦେଲା ।

ନରଗିସ ଓ ରାଜକପୁର

ଏହି ଦୁଇ ନାମ ବି ସିନେମା ଜଗତରେ ସବୁଠୁ ବଡ ନାଁ ଅଟେ । ନରଗିସ ଓ ରାଜକପୁର ବି ପରସ୍ପରର ଦିବାନା ଥିଲେ । କହିବାକୁ ଗଲେ ନରଗିସ ବିବାହିତ ରାଜକପୁରଙ୍କ ପ୍ରେମରେ ପଡି ଯାଇଥିଲେ ଓ ରାଜ କପୁର ବି ତାଙ୍କୁ ଭଲ ପାଉ ଥିଲେ । କିନ୍ତୁ ଏହା ମଧ୍ୟରେ ନରଗିସଙ୍କ ଜୀବନରେ ଅଭିନେତା ସୁନୀଲ ଦତ୍ତ ଏଣ୍ଟ୍ରି କରିଲେ । ଏମିତିରେ ନରଗିସ ବିବାହିତ ରାଜକପୁରଙ୍କ ଠାରୁ ଦୂରେଇ ଯିବାକୁ ଉଚିତ ବୁଝିଲେ । କାରଣ ରାଜକପୁର ନିଜର ପତ୍ନୀ କୃଷ୍ଣା କପୁରଙ୍କୁ ଛାଡିବା ପାଇଁ ପ୍ରସ୍ତୁତ ନ ଥିଲେ । ଏହା ପରେ ନରଗିସ ସୁନୀଲ ଦତ୍ତଙ୍କୁ ବିବାହ କରି ନେଲେ ।

ଅକ୍ଷୟ କୁମାର ଓ ଶିଲ୍ପା ଶେଟ୍ଟୀ

ଏହି ଯୋଡି ୯୦ ଦଶକର ସବୁଠୁ ଚର୍ଚିତ ଯୋଡି ମଧ୍ୟରୁ ଗୋଟିଏ ଅଟେ । ବଲୀଉଡର ହିଟ ଓ ଫିଟ ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ପ୍ରେମ କରୁଥିଲେ ଓ ତାଙ୍କୁ ବିବାହ ବି କରିବାକୁ ଚାହୁଁଥିଲେ । କିନ୍ତୁ ଅକ୍ଷୟ କୁମାର ଏଥିପାଇଁ ରାଜି ନ ଥିଲେ । ଏମିତିରେ ଧୀରେ ଧୀରେ ଦୁଇ ଜଣଙ୍କ ସମ୍ପର୍କ ଭାଙ୍ଗିଗଲା ।

ସଲମାନ ଖାନ ଓ ଐଶ୍ୱର୍ୟା ରାୟ

ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ ଐଶ୍ୱର୍ୟା ରାୟ ବି ଗୋଟିଏ ସମୟରେ ନିଜର ଅଫେୟାରକୁ ନେଇ ବହୁତ ଚର୍ଚାରେ ରହିଥିଲେ । ଦୁଇ ଜଣଙ୍କ ଅଫେୟାର ପାଖାପାଖି ୩ ବର୍ଷ ପର୍ଯ୍ୟନ୍ତ ଚାଲିଲା । କିନ୍ତୁ ସଲମାନ ଖାନଙ୍କ ରାଗ ସ୍ଵଭାବ କାରଣରୁ ଏହି ସମ୍ପର୍କ ବି ଭାଙ୍ଗିଗଲା ।

ଶାହିଦ କପୁର ଓ କରୀନା କପୁର

ଶାହିଦ କପୁର ଓ କରୀନା କପୁରଙ୍କ ଅଫେୟାର ବଲୀଉଡର ସବୁଠୁ ଚର୍ଚିତ ଅଫେୟାର ମଧ୍ୟରୁ ଗୋଟିଏ ଅଟେ । କରିନା ଶାହିଦଙ୍କୁ ବହୁତ ପ୍ରେମ କରୁଥିଲେ ଓ ଫ୍ୟାନମାନେ ବି ଏହି ଯୋଡିକୁ ଅସଲ ଜୀବନରେ ସ୍ଵାମୀ ସ୍ତ୍ରୀ ରୂପରେ ଦେଖିବାକୁ ଚାହୁଁଥିଲେ । କିନ୍ତୁ ଏହି ସମ୍ପର୍କ ବି ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ ।

ରଣବୀର କପୁର ଓ ଦୀପିକା ପାଦୁକୋଣ

କିଛି ବର୍ଷ ପୁର୍ବେ ରଣବୀର କପୁର ଓ ଦୀପିକା ପାଦୁକୋଣ ନିଜ କାମ ସହିତ ନିଜର ଆଫେୟାରକୁ ନେଇ ବି ବହୁତ ଚର୍ଚାରେ ଥିଲେ । ଦୀପିକା ରଣବୀରଙ୍କ ପ୍ରେମରେ ଏତେ ପାଗଳ ଥିଲେ କି ସେ ରଣବୀର କପୁରଙ୍କ ନାଁରେ ଟାଟୁ ବି କରିଥିଲେ, କିନ୍ତୁ ରଣବୀର କପୁର ଦୀପିକାଙ୍କୁ ଧୋଖା ଦେଲେ । ଏହା ପରେ ଦୀପିକା ରଣବୀର ସିଂହଙ୍କ ବିବାହ କରିନେଲେ ଯେତେବେଳେ କି ବର୍ତ୍ତମାନ ରଣବୀର କପୁର ଆଲିୟା ଭଟ୍ଟଙ୍କୁ ଡେଟ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।