ସ୍ଵାମୀଙ୍କ ପ୍ରଥମ ବିବାହ ସମୟରେ ବହୁତ କମ ବଯସର ଥିଲେ ଏହି ହିରୋଇନମାନେ, ନମ୍ବର ୨ ତ କେବଳ ୧ ବର୍ଷର ଥିଲେ

ବଲିଉଡ୍ ଇଣ୍ଡଷ୍ଟ୍ରି ରେ ଏମିତି ବହୁତ ଅଭିନେତା ଅଛନ୍ତି, ଯେଉଁମାନେ ଗୋଟିଏ ନୁହେଁ କି ଦୁଇଟା ନୁହେଁ ୩ -୪ ଟି ବିବାହ କରିଛନ୍ତି । ଆଜି ଆମେ ଆପଣମାନଙ୍କୁ ବଲିଉଡର ଚାରୋଟି ଅଭିନେତାଙ୍କ ବିଷୟରେ କହିବୁ, ଯେତେବେଳେ ସେମାନେ ପ୍ରଥମଥର ବିବାହ କରିଥିଲେ ତାଙ୍କର ବର୍ତ୍ତମାନର ପତ୍ନୀଙ୍କର ବୟସ କେତେ ଥିଲା । ଆସନ୍ତୁ ଜାଣିବା ବଲିଉଡର ସେହି ଲୋକପ୍ରିୟ ଅଭିନେତାଙ୍କ ବିଷୟରେ ।

୧. ଧର୍ମେନ୍ଦ୍ର

ଅଭିନେତା ଧର୍ମେନ୍ଦ୍ର ଦୁଇଟି ବିବାହ କରିଛନ୍ତି । ଧର୍ମେନ୍ଦ୍ରଙ୍କର ପ୍ରଥମ ବିବାହ ୧୯୫୫ ମସିହାରେ ପ୍ରକାଶ କୌରଙ୍କ ସହ ହୋଇଥିଲା । ସେହି ସମୟରେ ଧର୍ମେନ୍ଦ୍ରଙ୍କର ବର୍ତ୍ତମାନ ପତ୍ନୀ ହେମା ମାଳିନୀଙ୍କର ବୟସ ଥିଲା ମାତ୍ର ୭ ବର୍ଷ । ହେମା ଓ ଧର୍ମେନ୍ଦ୍ରଙ୍କ ବିବାହ ୧୯୮୦ ମସିହାରେ ହୋଇଥିଲା ।

୨. କିଶୋର କୁମାର

ଆପଣମାନେ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ କି ବଲିଉଡର ଲୋକପ୍ରିୟ ଗାୟକ କିଶୋର କୁମାର ଚାରିଥର ବିବାହ କରିଛନ୍ତି । କିଶୋର କୁମାର ରୁମା ଗୂହାଙ୍କ ସହ ୧୯୫୧ ମସିହାରେ ବିବାହ କରିଥିଲେ । ସେହି ସମୟରେ ତାଙ୍କର ଚତୁର୍ଥ ପତ୍ନୀ ଲୀନା ଚନ୍ଦାବରକରଙ୍କର ବୟସ ଥିଲା ମାତ୍ର ୧ ବର୍ଷ । କିଶୋର କୁମାର ବଲିଉଡରେ ବହୁତ ପ୍ରସିଦ୍ଧି ଲାଭ କରିଥିଲେ । ତାଙ୍କର ସବୁ ଗୀତଗୁଡିକ ଲୋକମାନେ ବହୁତ ପସନ୍ଦ କରନ୍ତି । କିଶୋର ଓ ଲୀନାଙ୍କର ବିବାହ ୧୯୮୦ ମସିହାରେ ହୋଇଥିଲା ।

୩. ସେଫ୍ ଅଲି ଖାନ

ଅଭିନେତା ସେଫ୍ ଅଲି ଖାନ ଓ ଅଭିନେତ୍ରୀ ଅମୃତା ସିଂହଙ୍କ ବିବାହ ୧୯୯୧ ମସିହାରେ ହୋଇଥିଲା । ସେହି ସମୟରେ ସେଫଙ୍କର ବର୍ତ୍ତମାନ ପତ୍ନୀ କରିନା କପୁରଙ୍କ ବୟସ ଥିଲା ମାତ୍ର ୧୧ ବର୍ଷ । ବଲିଉଡର ଅଭିନେତ୍ରୀ କରିନା କପୁର ୧୯୮୦ ମସିହାରେ ଜନ୍ମ ହୋଇଥିଲେ, କରିନାଙ୍କର ବର୍ତ୍ତମାନ ବୟସ ହେଉଛି ୩୮ ବର୍ଷ । କରିନା ଓ ସେଫଙ୍କର ବିବାହ ୨୦୧୨ ରେ ହୋଇଥିଲା ।

୪. ଜାବେଦ ଅଖତର

ପ୍ରସିଦ୍ଧ ଗାୟକ ଜାବେଦ ଅଖତର ଦୁଇଟି ବିବାହ କରିଛନ୍ତି । ନିଜ ପ୍ରଥମ ପତ୍ନୀ ହନୀ ଇରାନୀଙ୍କ ସହ ୧୯୭୨ ମସିହାରେ ବିବାହ କରିଥିଲେ । ସେହି ସମୟରେ ତାଙ୍କର ବର୍ତ୍ତମାନ ପତ୍ନୀ ସବାନା ଆଜମିଙ୍କର ବୟସ ଥିଲା ୨୨ ବର୍ଷ । ଜାବେଦ ଓ ସବାନାଙ୍କ ବିବାହ ୧୯୮୪ ମସିହାରେ ହୋଇଥିଲା ।