ଭରତର ଏହି ରାଜ୍ୟ ଅଟେ ଏତେ ସୁନ୍ଦର କି ଦେଖିଲା ବାଲାର ଆଖି ଖୋସି ହେଇଯାଇଥାଏ

ଦେଶ ବିଦେଶରୁ ଲୋକମାନେ ଭାରତର ସିକ୍କିମ ରାଜ୍ୟକୁ ବୁଲିବାକୁ ଆସିଥାନ୍ତି । ସିକ୍କିମ ର ସବୁଠୁ ବଡ ସହର ଓ ରାଜଧାନୀ ହେଲା ଗଙ୍ଗଟୋକ । ଏହି ସ୍ଥାନ ଶିବାଲିକ ପାହାଡର ୫୫୦୦ ଫୁଟ ଉପରେ ରହିଛି । ଏହି ସ୍ଥାନରୁ ସବୁଠୁ ବଡ ପର୍ବତ କଞ୍ଚନଜଙ୍ଗାକୁ ମଧ୍ୟ ଦେଖିପାରିବେ ।

ଆଜି ଆମେ ଆପଣଙ୍କୁ କହିବୁ ସିକିମରେ ଥିବା ଲୋକପ୍ରିୟ ସ୍ଥାନ ବିଷୟରେ ।

୧. ରୁମଟେକ୍ ମୋନଷ୍ଟ୍ରି

ରୁମଟେକ୍ ମୋନଷ୍ଟ୍ରି ସିକିମର ରାଜଧାନୀରୁ ୨୪ କି.ମି ଦୂରତାରେ ରହିଛି । ଏହି ମୋନଷ୍ଟ୍ରି ହାରାହାରି ୩୦୦ ବର୍ଷ ପୁରୁଣା ଅଟେ । ଏହି ସ୍ଥାନରେ ବୌଦ୍ଧ ଧର୍ମର କଗ୍ୟୁପା ସଂପ୍ରଦାୟ ସହ ସମ୍ବନ୍ଧିତ ବହୁ ମୁଲ୍ୟବାନ ବସ୍ତୁ ରହିଛି ।

୧. କଞ୍ଚନଜଙ୍ଗା ରାଷ୍ଟ୍ରୀୟ ଉଦ୍ୟାନ

ସିକ୍କିମ ରେ ସ୍ଥିତ ଏହି ରାଷ୍ଟ୍ରୀୟ ଉଦ୍ୟାନଟି ଗୋଟିଏ ବାୟୋସ୍ପିୟର ରିଜର୍ଭ ଅଟେ । ଏହି ଉଦ୍ୟାନର ନାମ କଞ୍ଚନଜଙ୍ଗା ପର୍ବତ ଅନୁସାରେ ହୋଇଛି ଯିଏ ୮୫୮୬ ମିଟର ଉଚ୍ଚତାର ଅଟେ ଓ ବିଶ୍ଵର ତୃତୀୟ ବୃହତ୍ତମ ଶିଖର ଅଟେ । ଏଠାରେ କସ୍ତୁରୀ ମୃଗ, ସ୍ନୋ ଲିଓପାର୍ଡ ଓ ହିମାଳୟ ଥାର ଭଳି ବନ୍ୟଜୀବ ରୁହନ୍ତି ।

୩. ମଙ୍ଗନ

ପୂର୍ବ ହିମାଳୟରେ ଅବସ୍ଥିତ ମଙ୍ଗନ ଦେଶର ଏକ ପ୍ରମୁଖ ପର୍ଯ୍ୟଟକ ସ୍ଥଳୀ ଅଟେ । ମଙ୍ଗନ ରେ ବହୁତ ପର୍ଯ୍ୟଟନ ସ୍ଥଳୀ ଅଛି, ଯାହା ମଧ୍ୟରୁ ଗୋଟିଏ ଅଟେ ସିଂଗବା ରୋଡୋଡେଣ୍ଡ୍ରୋନ ସ୍ୟାଙ୍କ୍ଚୁଅରୀ । ଏଠାରେ ବହୁତ ପ୍ରକାରର ପାହାଡୀ ଜୀବ ଦେଖିବାକୁ ମିଳନ୍ତି ।

୪. ୟୁମଥାଙ୍ଗ ଘାଟି

ସିକ୍କିମ ର ଉତ୍ତରରେ ୟୁମଥାଙ୍ଗ ଘାଟି ଅବସ୍ଥିତ । ଏହି ଘାଟିକୁ ଫୁଲର ଘାଟି ମଧ୍ୟ କୁହାଯାଏ । ଏହି ଘାଟିରେ ଅତ୍ୟଧିକ ମାତ୍ରାରେ ବରଫ ପଡୁଥିବାରୁ ଡିସେମ୍ବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ଥାଏ ।

5. କବୀ ଲୁଙ୍ଗଚୋକ

ସିକ୍କିମ ର ରାଜଧାନୀରୁ 17 କି.ମି ଦୂରରେ ଅବସ୍ଥିତ ଲୁଙ୍ଗଚୋକ, ଐତିହାସିକ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ ଅଟେ । ଏହି ସ୍ଥାନରେ ବିଭିନ୍ନ ପ୍ରଜାତିର ପକ୍ଷୀମାନେ ବାସ କରନ୍ତି ।