ଶରୀରରେ ଦେଖାଦେଲେ ଏହି ୪ ଟି ଲକ୍ଷଣ ତେବେ ତୁରନ୍ତ କରାନ୍ତୁ ପରୀକ୍ଷା, ଏହି ବଡ ରୋଗର ଶିକାର ହୋଇ ପାରିଥାନ୍ତି ଆପଣ

ଆଜିର ବ୍ୟସ୍ଥତାପୂର୍ଣ୍ଣ ଜୀବନରେ ସବୁ ଲୋକ ପଇସା କମେଇବା ପାଇଁ ବହୁ କଷ୍ଟ କରୁଛନ୍ତି । ଯାହା ଫଳରେ ନିଜ ଶରୀରର ଠିକ ଭାବରେ ଧ୍ୟାନ ନେଉ ନାହାଁନ୍ତି । ଅତ୍ୟଧିକ କାମ କରିବା, ଠିକ ସେ ନ ଶୋଇବା, ଖାଦ୍ୟ ପେୟରେ ହେଳା କରିବା ଓ ଅଧିକ ଚିନ୍ତାଗ୍ରସ୍ତ ହେବା, ଏହି ସବୁ କାରଣ ପାଇଁ ରୋଗ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ରୋଗ ବିଷୟରେ କହିବୁ ଯାହା ବହୁତ ମାରାତ୍ମକ ଅଟେ । ଆପଣଙ୍କ ଜୀବନ ବି ନେଇପାରେ ।

ଏହି ରୋଗର ନାମ ହେଉଛି ଏଡସ୍ । ଏହା ଏକ ଭୂତାଣୁ ଜନିତ ରୋଗ । ଏହି ରୋଗ ପାଇଁ ମଣିଷ ଜୀବନ ମଧ୍ୟ ଚାଲି ଯାଇଥାଏ । ଏହି ରୋଗ ଅସୁରକ୍ଷିତ ଯୌନ ସମ୍ପର୍କ ,ରକ୍ତର ଆଦାନ ପ୍ରଦାନ ଓ ମା’ ଠୁ ଶିଶୁକୁ ସଂକ୍ରମିତ ହୋଇଥାଏ ।

ଏହି ରୋଗର ଲକ୍ଷଣକୁ ଆଧାର କରି ଏହାର ସଠିକ ଚିକିତ୍ସା କରାଗଲେ ମଣିଷ ଏହି ରୋଗରୁ ବଞ୍ଚିପାରିବ । ଏହି ସବୁ ଲକ୍ଷଣ ଗୁଡିକ ହେଲା,

୧. ଥକିଯିବା

ବହୁତ ଲୋକଙ୍କୁ ଥକାପଣ ଅନୁଭବ ହୋଇଥାଏ କିନ୍ତୁ ଅତ୍ୟଧିକ ଥକାପଣ ଅନୁଭବ ହେଲେ ଏହା ଏଡସ୍ ର ଲକ୍ଷଣ ହୋଇପାରେ । ଏହା ସହିତ ଆପଣଙ୍କୁ ଯଦି ଶୁଖିଲା କାଶ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

୨. କଫ

ସାଧାରଣତଃ ଥଣ୍ଡା ଜ୍ଵର ସମୟରେ ଆମ ତଣ୍ଟିରେ କଫ ଜମିଯାଏ ,କିନ୍ତୁ ବିନା କୌଣସି କାରଣରେ କଫ ଜମା ହେବା ଓ ସ୍ଵାଦ ଖରାପ ହେବା ଏଡସ୍ ର ଲକ୍ଷଣ ହୋଇପାରେ । ଏଥିପାଇଁ ବିଳମ୍ବ ନ କରି ଏଚଆଇଭି ପରୀକ୍ଷା କରାନ୍ତୁ ।

୩ ଫ୍ଲୁ ଭଳି ଲକ୍ଷଣ ଦେଖାଦେବା

ସାଧାରଣତଃ ଜ୍ଵର ,ଦୁର୍ବଳତା, ଗଣ୍ଠି ଦରଜ ଓ ମୁଣ୍ଡବିନ୍ଧା ଆଦି ଏଡସ୍ ର ଲକ୍ଷଣ ହୋଇପାରେ । ଏଥିପାଇଁ ଏହାକୁ ଅଣଦେଖା କରନ୍ତୁ ନାହିଁ ।

୪. ଜ୍ଵର

ସେମିତି ତ ଜ୍ଵର ଆସିବା ସାଧାରଣ କଥା ଅଟେ । କିନ୍ତୁ ଯଦି ଆପଣଙ୍କୁ ବାରମ୍ବାର ଜ୍ଵର ହେଉଛି ତେବେ ଆପଣ ତୁରନ୍ତ ଏଚଆଇଭି ପରୀକ୍ଷା କରାନ୍ତୁ ।