ସାଉଥ ଷ୍ଟାର Akkineni Nagarjuna ଙ୍କ ଲାଇଫ ଷ୍ଟାଇଲ, ଘର, ପରିବାର, ଜାଣନ୍ତୁ ତାଙ୍କ ପାଖରେ ରହିଛି କେତେ କୋଟି ଟଙ୍କାର ସମ୍ପତ୍ତି ?

ସାଉଥ ଫିଲ୍ମ ସୁପରଷ୍ଟାର ନାଗାର୍ଜୁନ ନିକଟରେ ନିଜର ୬୨ତମ ଜନ୍ମଦିନ ପାଳନ କରିଛନ୍ତି । ୨୯ ଅଗଷ୍ଟ ୧୯୫୯ରେ ଚେନ୍ନାଇରେ ଜନ୍ମିତ ନାଗାର୍ଜୁନଙ୍କ ପୁରା ନାମ ହେଉଛି ଅକ୍କିନେନୀ ନାଗାର୍ଜୁନ । ସେ ଅନେକ ହିଟ୍ ଫିଲ୍ମ ଦେବା ସହ କେତେକ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । କେବଳ ଭାରତ ନୁହେଁ ବରଂ ସାରା ଦୁନିଆରେ ତାଙ୍କର ଫ୍ୟାନ ଫଲୋଇଙ୍ଗ ରହିଛନ୍ତି । ସେ ୧୯୬୭ରେ ଶିଶୁ କଳାକାର ଭାବେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ ଓ ଏହାପରେ ମୁଖ୍ୟ କଳାକାର ଭାବେ ସାଉଥ ଫିଲ୍ମରେ କାମ କରିଥିଲେ ।

୧୯୯୨ରେ ସେ ହିନ୍ଦୀ ସିନେମାରେ ପାଦ ଦେଇଥିଲେ । ସେ ନିଜର ପ୍ରଥମ ହିନ୍ଦୀ ଫିଲ୍ମ ‘ଖୁଦା ଗବାହ’ ରେ ମହାନାୟକ ଅମିତାଭ ବଚ୍ଚନ ଓ ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ସହ କାମ କରିଥିଲେ । ୬୨ ବର୍ଷ ବୟସରେ ଆଜି ମଧ୍ୟ ନାଗାର୍ଜୁନ ଫିଲ୍ମରେ ସକ୍ରିୟ ଅଛନ୍ତି । ଦୀର୍ଘ ଫିଲ୍ମ କ୍ଯାରିଅର ମଧ୍ୟରେ ସେ ଖୁବ ନାମ କମାଇବା ସହ ଧନ ମଧ୍ୟ ଅର୍ଜନ କରିଛନ୍ତି । ବିଳାସପୂର୍ଣ୍ଣ ଜୀବନ କାଟିବା ସହ ଅୟୁତ ଅୟୁତ ସମ୍ପତ୍ତିର ମାଲିକ ଅଟନ୍ତି । ତାଙ୍କ ପାଖେ ମହଙ୍ଗା ଘର ସହ ଅନେକ ଲକ୍ସରି ଗାଡି ମଧ୍ୟ ଅଛି ।

ନାଗାର୍ଜୁନଙ୍କ କୁଳ ସମ୍ପତ୍ତିର ମୂଲ୍ୟ ପ୍ରାୟ ୮୦୦ କୋଟି ଟଙ୍କା ଅଟେ । ସେ ବାର୍ଷିକ ୪୮ କୋଟି ଟଙ୍କା ତଥା ମାସକୁ ୪ କୋଟି ଟଙ୍କା ରୋଜଗାର କରନ୍ତି । ଫିଲ୍ମ ସହ ବିଜ୍ଞାପନ ମାନଙ୍କରୁ ମଧ୍ୟ ସେ ଖୁବ ବଡ ରକମର ରୋଜଗାର କରନ୍ତି । ନାଗାର୍ଜୁନ ୭ ଏକର ଜମିରେ ନିଜର ଗୋଟିଏ ଷ୍ଟୂଡିଓ ମଧ୍ୟ ଖୋଲିଛନ୍ତି । ସେଠାରେ ସେ ଫିଲ୍ମ ପ୍ରଡ଼କ୍ସନ ସହ ଫିଲ୍ମ ଡିଷ୍ଟ୍ରିବ୍ୟୁଟ କାର୍ଯ୍ୟ ମଧ୍ୟ କରନ୍ତି । ଏହାସହ ସେ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଇଣ୍ଟରନ୍ୟାସନାଲ ସ୍କୁଲ ଅଫ ଫିଲ୍ମ ଆଣ୍ଡ ମିଡିଆ ର ପ୍ରେସିଡେଣ୍ଟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ।

ସେ ରହୁଥିବା ବଙ୍ଗଳା ମଧ୍ୟ ଅତ୍ୟନ୍ତ ବିଳାସପୂର୍ଣ୍ଣ ଓ ଆକର୍ଷଣୀୟ ଅଟେ । ୪୨ କୋଟିର ଏହି ବଙ୍ଗଳାରେ ସେ ନିଜ ପରିବାର ସହ ରୁହନ୍ତି । ଏହାସହ ତାଙ୍କ ପାଖରେ କେତେକ ଲକ୍ସରି ମହଙ୍ଗା କାର ମଧ୍ୟ ଅଛି । ତାଙ୍କ ପାଖେ ୬୫ ଲକ୍ଷର ଏକ ରେଞ୍ଜ ରୋଭର ଗାଡି ଅଛି । ଏହାସହ ସେ ୧.୫ କୋଟିରୁ ନେଇ ୩ କୋଟି ମୂଲ୍ୟ ବିଶିଷ୍ଟ ଅଡି ଏ୭, ବିଏମଡବ୍ଲ୍ୟୁ ୭, ମର୍ଷିଡିଜ ଏସ କ୍ଳାସ ଗାଡିର ମଧ୍ୟ ମଧ୍ୟ ମାଲିକ ଅଟନ୍ତି । ଫିଲ୍ମ ଓ ବିଜ୍ଞାପନ ବ୍ଯତୀତ ନାଗାର୍ଜୁନ ବିଜନେସରୁ ମଧ୍ୟ ଖୁବ ପଇସା ରୋଜଗାର କରନ୍ତି ।

ସେ ମା ଟିଭିର ଜଣେ ବଡ ସେୟାର ହୋଲ୍ଡର ଅଟନ୍ତି । ଏହାସହ ସେ ଅନ୍ନପୂର୍ଣ୍ଣା ଷ୍ଟୂଡିଓ, ଏନ-କନଭେନସନ ସେଣ୍ଟର, ମୁମ୍ବାଇ ମାଷ୍ଟର୍ସ ଅଫ ଇଣ୍ଡିଆନ ବ୍ୟାଡମିଣ୍ଟନ ଲିଗର ସହ ମାଲିକ ଓ ଟିଭି ପ୍ରଡ୍ୟୁସର ମଧ୍ୟ ଅଟନ୍ତି । ନାଗାର୍ଜୁନଙ୍କ ଦୁଇ ଥର ଫୋବର୍ଷ ଲିଷ୍ଟରେ ଇଣ୍ଡିଆର ଟପ୍-୧୦୦ ଲୋକଙ୍କ ମଧ୍ୟରେ ସ୍ଥାନ ମଧ୍ୟ ମିଳି ସାରିଛି । ଏହି ଲିଷ୍ଟରେ ସେ ୫୬ ଓ ୬୧ ସ୍ଥାନରେ ରହିଥିଲେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।