ରାତିରେ ଇୟର ଫୋନ ଲଗାଇ ଗୀତ ଶୁଣିବା ହୋଇପାରେ ବହୁତ ଭୟାନକ, ବଧିରବି ହୋଇପାରନ୍ତି

ଆଜିକାଲି ଅଧିକାଂଶ ଲୋକଙ୍କୁ ଇୟର ଫୋନରେ ଗୀତ ଶୁଣି ଶୋଇବାର ଅଭ୍ୟାସ ଅଛି । ହେଲେ ଏହା ଆପଣଙ୍କ କାନ ପାଇଁ ବହୁତ ଖରାପ ଅଟେ । ଆଜି ଆପଣମାନଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବୁ ଯାହା କିଛି ଦିନ ତଳେ ହୋଇଥିଲା । ଥାଇଲ୍ୟାଣ୍ଡରେ ଏକ ଯୁବକର ମୃତ୍ୟୁ ଇୟର ଫୋନ ଲଗାଇବାରୁ ହୋଇଥିଲା । ଥାଇଲ୍ୟାଣ୍ଡର ଲୋକାଲ ମିଡିଆ ଅନୁସାରେ ଏହି ଯୁବକର ମୃତ୍ୟୁ ସ୍ମାର୍ଟ ଫୋନ ଦ୍ଵାରା ହୋଇଥିବାର ପୋଲିସକୁ ସନ୍ଦେହ ଅଛି । ବର୍ତ୍ତମାନ ପୋଲିସ ଏହି ଶବକୁ ପୋଷ୍ଟ ମାଟମ ପାଇଁ ପଠାଇଛି ଓ ଏହି ମାମଲା ପାଇଁ ଅଧିକାଂଶ ବୟାନ ଜାରି କରାଯାଇ ନାହିଁ ।

google

ଥାଇଲ୍ୟାଣ୍ଡ ପୋଲିସ ମତରେ ଏହି ଯୁବକର ମୃତ୍ୟୁ ମୁଖ୍ୟ ରୂପରେ ସର୍ଟ ସର୍କିଟ କାରଣରୁ ହୋଇଥିବ । କାରଣ କୁହାଯାଉଛି କି ଯୁବକ ଜଣକ ତାର ସ୍ମାର୍ଟ ଫୋନକୁ ଚାରଜିଙ୍ଗ ରେ ବସାଇ ଇୟରଫୋନରେ ଗୀତ ଶୁଣି ଶୋଇଥିଲା ବା କାହା ସହିତ କଥା ହେଉଥିଲା । ପୋଲିସ ମତରେ ସ୍ମାର୍ଟ ଫୋନଟି ସାମସଙ୍ଗ କମ୍ପାନିର ଏକ ମଡେଲ ଥିଲା । ହେଲେ ଏହି ଫୋନକୁ କୌଣସି ଶସ୍ତା ଥାର୍ଡ ପାର୍ଟି ଚାର୍ଜର ଦ୍ଵାରା ଚାରଜିଙ୍ଗ କରାଯାଉଥିଲା ।

google

ଯୁବକ ଜଣକ ନିଜ ଇୟରଫୋନର ମାଇକ୍ରୋଫୋନ ନିଜ ଓଠ ଉପରେ ରଖିଥିଲା । ଏହିପରି ଘଟଣା ପୂର୍ବରୁ ମଧ୍ୟ ବହୁତ ଥର ହୋଇସାରିଛି । ସୋସିଆଲ ମିଡିଆ ଆସିବା ପରେ ଲୋକମାନେ ଅଧିକ ରାତି ପର୍ଯ୍ୟନ୍ତ ଇଣ୍ଟରନେଟର ବ୍ୟବହାର କରୁଛନ୍ତି । ଯାହାଫଳରେ ବ୍ୟାଟେରୀର ଅବଧି ମଧ୍ୟ କମିଥାଏ, ସେଥିପାଇଁ ଲୋକମାନେ ଫୋନକୁ ଚାରଜିଙ୍ଗରେ ବସାଇ ଥିବା ସମୟରେ ଫୋନକୁ ବ୍ୟବହାର କରିଥାନ୍ତି । ଏହା ଦ୍ଵାରା ସର୍ଟ ସର୍କିଟ ହୋଇଥାଏ ଓ କେତେ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ପରି  ଘଟଣାରୁ ବଞ୍ଚିବା ପାଇଁ କିଛି ଉପାୟ କହିବୁ ।

google

ସ୍ମାର୍ଟ ଫୋନକୁ ଚାର୍ଜ କରୁଥିବା ସମୟରେ କେବେ ବି ଏହାର ବ୍ୟବହାର କରନ୍ତୁ ନାହିଁ । ସ୍ମାର୍ଟ ଫୋନରେ କେବେବି ଭୁଲ ରେ ମଧ୍ୟ ଶସ୍ତା ଥାର୍ଡ ଗ୍ରେଡ ର ଚାର୍ଜର ବ୍ୟବହାର କରନ୍ତୁ ନାହିଁ । ସ୍ମାର୍ଟ ଫୋନରେ ଇୟର ଫୋନ ଲଗାଇ ଶୁଅନ୍ତୁ ନାହିଁ । ଫୋନ ଗରମ ହେବା ସ୍ଥିତିରେ ତା’ର ବ୍ୟବହାର କରନ୍ତୁ ନାହିଁ । ସ୍ମାର୍ଟ ଫୋନ ହ୍ୟାଙ୍ଗ ହେଲେ ସର୍ଭିସ ସେଣ୍ଟରରେ ଏହାକୁ ଦେଖାନ୍ତୁ । ସମୟ ସମୟରେ ନିଜ ସ୍ମାର୍ଟ ଫୋନର ବ୍ୟାଟେରୀକୁ ଚେକ କରନ୍ତୁ ।