ରହସ୍ୟମୟ “ବିମାନ MH370” କୁ ନେଇ ଆସିଲା ଚମକାଇ ଦେବା ଭଳି ରିପୋର୍ଟ, 8 ବର୍ଷ ପରେ ବିମାନ ଉଭାନ ହେବାର ପ୍ରକୃତ କାରଣ ଉପରୁ ପରଦା ଉଠିଲା !!

ମଝି ଆକାଶରୁ 239 ଜଣ ଯାତ୍ରୀଙ୍କୁ ନେଇ କୁଆଡେ ଉଭାନ ହୋଇଗଲା ବିମାନ MH370 ! ଏହି ଘଟଣାର 8 ବର୍ଷ ପରେ ଯାହା ରିପୋର୍ଟ ଆସିଲା ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ଆଜିକୁ ପ୍ରାୟ 8 ବର୍ଷ ପୂର୍ବେ ଘଟିଥିଲା ଏହି ଛାତି ଥରେଇ ଦେବା ଭଳି ଘଟଣା । ସାରା ବିଶ୍ଵବାସୀଙ୍କୁ ଚକିତ କରି ଦେଇଥିଲା ଏହି ଦୁର୍ଘଟଣା । ସେଦିନର ଏହି ଘଟଣାକୁ ନେଇ ଆଜି ବି ଲୋକଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ରହିଛି ।

ମାଲେସିଆ ଏୟାରଲାଇନ୍ସର ଏହି ବିମାନ ମଝି ଆକାଶରୁ ଗାୟବ ହୋଇଯିବା ପରେ ଆଜି ମଧ୍ୟ ଏନେଇ କୌଣସି ସଠିକ ସୂଚନା ମିଳି ପାରିନାହିଁ । 8 ମାର୍ଚ୍ଚ 2014 ରାତି ପ୍ରାୟ 1ଟା 20 ମିନିଟରେ ସୁଉଚ୍ଚ ଆକାଶରେ ଉଡାଣ ଭରୁଥିବା MH370 ବିମାନ ହଠାତ ଉଭେଇ ଯାଇଥିଲା । ବିମାନଟି 239 ଜଣ ଯାତ୍ରୀଙ୍କୁ ନେଇ କ୍ଵାଲାଲାମପୁରରୁ ବେଜିଂ ଅଭିମୁଖେ ଏହା ଯାଉଥିଲା । ହେଲେ ରହସ୍ୟମୟ ଭାବେ ଆକାଶ ମଝିରେ ହିଁ କୁଆଡେ ଅଦୃଶ୍ୟ ହୋଇ ଯାଇଥିଲା ବିମାନ ।

କେହି କିଛି ବୁଝିବା ପୂର୍ବରୁ କଣ୍ଟ୍ରୋଲ ରୁମ୍ ରାଡ଼ାର ବାହାରକୁ ଚାଲି ଯାଇଥିଲା ଏହି ବିମାନ । ତେବେ ବର୍ତ୍ତମାନ ଏହି ବିମାନକୁ ନେଇ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଅନୁସାରେ ବିମାନର ପାଇଲଟ ଜାଣିଶୁଣି ବିମାନକୁ ବିନାଶ କରିବା ଉଦ୍ଦେଶ୍ୟରେ ଏହାକୁ ସମୁଦ୍ରରେ ବୁଡାଇ ଦେଇଥିଲେ । ଯାହା ଫଳରେ ଏହି ବିମାନର ସମସ୍ତ ଯାତ୍ରୀ ସମୁଦ୍ରରେ ବୁଡି ପ୍ରାଣ ହରାଇଥିଲେ ।

ଏହି ରିପୋର୍ଟ ଅନୁଯାୟୀ MH370 ବିମାନର କିଛି ଭଗ୍ନାବଶେଷ ଏବେ ସମୁଦ୍ରରୁ ମିଳିଛି । ଯାହା ପ୍ରମାଣ କରୁଛି କି ସମୁଦ୍ରରେ ବୁଡିବା ପୂର୍ବରୁ ବିମାନର ଅବତରଣ ଗିୟରକୁ ତଳମୁହାଁ କରା ଯାଇଥିଲା । ସେଥିପାଇଁ ଜାଣିଶୁଣି ବିମାନଟିକୁ ବୁଡାଇ ଦିଆ ଯାଇଥିବା ନେଇ ସନ୍ଦେହ କରାଯାଉଛି । ଇଣ୍ଡିପେଡେଣ୍ଟ ର ରିପୋର୍ଟ ଅନୁଯାୟୀ ଏହି ବିମାନର ଭାଙ୍ଗି ଯାଇଥିବା ଲ୍ୟାଣ୍ଡିଂ ଦ୍ଵାରର କିଛି ଅଂଶ ମାଡଗାସ୍କାରର ଏକ ମତ୍ସ୍ୟଜୀବୀଙ୍କ ଘରେ ଦେଖିବାକୁ ମିଳିଛି ।

ବ୍ରିଟିଶ ଇଞ୍ଜିନିୟର ରିଚାର୍ଡ ଗଡଫ୍ରେ ଏବଂ ଆମେରିକୀୟ ବିଶେଷଜ୍ଞ ବ୍ଲେଙ୍କିପସନ ଦାବି କରିଛନ୍ତି ଯେ ବିମାନଟିକୁ ଉଦ୍ଦେଶ୍ଯମୂଳକ ଭାବେ ନଷ୍ଟ କରାଯାଇଛି । 2017 ଏକ ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ହେବା ଫଳରେ ମାଡାଗାସ୍କାର କୂଳରେ ରହୁଥିବା ଟାଟାଲି ନାମକ ଜଣେ ମତ୍ସ୍ୟଜୀବୀଙ୍କୁ ବିମାନର ଏହି ଅଂଶ ମିଳିଥିଲା ।

ଟାଟାଲିଙ୍କ ପତ୍ନୀ ଆଜିକୁ 5 ବର୍ଷ ଏହି ଗିୟର ବୋର୍ଡକୁ ୱାଶିଂ ବୋର୍ଡ ଭାବେ ବ୍ୟବହାର କରି ଆସୁଥିଲେ । ଜରୁରୀକାଳୀନ ଅବତରଣ ବେଳେ ପାଇଲଟ ଲ୍ୟାଣ୍ଡିଂ ଗିୟରକୁ ତଳକୁ କରନ୍ତି ନାହିଁ । କାରଣ ଏମିତି କଲେ ବିମାନର ଅଂଶ ଗୁଡିକ ଭାଙ୍ଗିଯିବାର ସମ୍ଭାବନା ଥାଏ ।

ଏପରି କଲେ ବିମାନ ପାଣିରେ ଶୀଘ୍ର ବୁଡିଯାଏ ବୋଲି ବୈଜ୍ଞାନିକ ମାନେ ମତ ଦିଅନ୍ତି । ସେ ଯାହା ବି ହେଉ MH370 ବିମାନର ଦୁ-ର୍ଘ-ଟ-ଣା ଆଜି ବି ରହସ୍ୟ ଘେରରେ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।