ରୋଜଗାର ମାମଲାରେ ଅମ୍ବାନୀ ଙ୍କ ବୋହୁମାନେ ବି ନମ୍ବର ୱାନ, ଜାଣନ୍ତୁ ସେମାନଙ୍କ ବିଷୟରେ ଖାସ କଥା

ଦେଶର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ ଙ୍କୁ ଆମେ ସମସ୍ତେ ଜାଣିଛେ । ଯିଏ ନିଜର ବ୍ୟବସାୟ ପାଇଁ ସାରା ଦୁନିଆରେ ଭାରତ ନାଁ ଉଜ୍ବଳ କରିଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କର ବୋହୁ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ କି ବ୍ୟବସାୟ ମାମଲାରେ କମ ନୁହେଁ ତାହେଲେ ପ୍ରଥମେ ଜାଣିବା ଶ୍ଲୋକା ମେହେତା ଙ୍କ ବିଷୟରେ ।

ଆକାଶ ଅମ୍ବାନୀ ଙ୍କ ସ୍ତ୍ରୀ ଶ୍ଲୋକା ମେହତା ଦେଶର ସବୁଠାରୁ ବଡ ହୀରା କମ୍ପାନୀ ବ୍ଲୁ ଇଣ୍ଡିଆର ପ୍ରବନ୍ଧ ନିଦେଶକ ରସେଲ ମେହତା ଙ୍କ ଝିଅ ଅଟନ୍ତି । ଆକାଶ ଅମ୍ବାନୀ ରିଲିୟାଂସ ଜିଓ ର ସମ୍ପୂର୍ଣ ଦାୟିତ୍ଵ ସମ୍ଭାଳୁଛନ୍ତି ସେମିତି ତାଙ୍କ ସ୍ତ୍ରୀ ବି ବ୍ୟବସାୟକୁ ହ୍ୟାଣ୍ଡେଲ କରିବାରେ କାହା ଠାରୁ କମ ନୁହଁନ୍ତି । ଶ୍ଲୋକା ନିଜର ବାପାଙ୍କ କମ୍ପାନୀରେ ୨୦୧୪ ରେ ରୋଜୀ ବ୍ଲୁ ଫାଉଣ୍ଡେସନର ଡାଇରେକ୍ଟର ଥିଲେ ଯାହା ତାଙ୍କ ବାପାଙ୍କ କମ୍ପାନୀର ଏକ ଭାଗ ଅଟେ ।

ଶ୍ଲୋକା ସୋସିଆଲ ଆକ୍ଟିଭିଟୀଜରେ ବହୁତ ଆଗରେ ଅଛନ୍ତି ସେ ନିଜର ବ୍ୟବସାୟ ସହିତ ଏକ ସଂସ୍ଥାର କୋ ଫାଉଣ୍ଡର ମଧ୍ୟ ଅଟନ୍ତି ଯାହାର ନାମ କନେକ୍ଟ ଫର ସଂସ୍ଥା ଅଟେ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶ୍ଲୋକାଙ୍କ ସମ୍ପତ୍ତିର ମୂଲ୍ୟ ୧୮୦ଲକ୍ଷ ଆମେରିକୀୟ ଡଲାର ଅଟେ ଅର୍ଥାତ ସେ ମାସକୁ ପ୍ରାୟ ୮୦ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।

ମୁକେଶ ଅମ୍ବାନୀ ଙ୍କର ସାନ ପୁଅ ଅନନ୍ତ ଆଜିକାଲି ରାଧିକା ମଚେଟ ଙ୍କ ସହିତ ସଂପର୍କକୁ ନେଇ ବହୁତ ଚର୍ଚାରେ ଅଛନ୍ତି । ନୀତା ଅମ୍ବାନୀ ମଧ୍ୟ ରାଧିକାଙ୍କୁ ବହୁତ ପସନ୍ଦ କରିଥାନ୍ତି । ରାଧିକାଙ୍କ ପରିବାର ବହୁତ ବର୍ଷ ଧରି ଅମ୍ବାନୀ ଙ୍କ ପରିବାରକୁ ଜାଣିଛନ୍ତି । ରାଧିକାଙ୍କ ବାପା ବିରେନ ମାର୍ଚନ୍ଟ ଙ୍କର ନିଜର ଆମଦାନୀ ରପ୍ତାନି ବ୍ୟବସାୟ ଅଛି, ୨୦୦୨ରେ ବିରେନ encore health services ପ୍ରତିଷ୍ଠା କରିଥିଲେ ଏବଂ ରାଧିକା ନିଜ ବାପାଙ୍କ କମ୍ପାନୀରେ ଡାଇରେକ୍ଟର କାମ କରିଥାନ୍ତି । ରାଧିକା କାଦର କନ୍ସଲଟାଣ୍ଟ, ଦେଶାଇ ଏବଂ ଇଣ୍ଡିଆ ଫାର୍ଷ୍ଟ ଭଳି କମ୍ପାନୀରେ ମଧ୍ୟ କାମ କରିଛନ୍ତି । ରାଧିକା ତାଙ୍କ ନିଜର ଏକ ଫାର୍ମ ମଧ୍ୟ ଆରମ୍ଭ କରିଛନ୍ତି ।

ଅମ୍ବାନୀ ପରିବାରର ବୋହୁ ଶ୍ଲୋକା ବହୁତ ଫେମସ ହୋଇଯାଇଛନ୍ତି ଏବଂ ଯେବେ ଠାରୁ ରାଧିକାଙ୍କ ନାମ ତାଙ୍କ ପରିବାର ସହ ଯୋଡି ହୋଇଯାଇଛି ସେବେଠାରୁ ଲୋକମାନେ ତାଙ୍କୁ ବି ଚିହ୍ନିବା ଆରମ୍ଭ କରିଦେଇଛନ୍ତି । ନୀତା ଅମ୍ବାନୀ ଶ୍ଲୋକା ଏବଂ ରାଧିକାଙ୍କୁ ନିଜ ଝିଅ ଭଳି ଭଲ ପାଇଥାନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।