Cannes ଫିଲ୍ମ ଫେସ୍ଟିଭାଲରେ ଛିଡିଗଲା Priyanka Chopra ଙ୍କ ଡ୍ରେସର ଚେନ, ଏମିତି ବଞ୍ଚିଥିଲା ଇଜ୍ଜତ

ବଲୀଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ବଲୀଉଡ ଠାରୁ ନେଇ ହଲିଉଡ ପର୍ଯ୍ୟନ୍ତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଓ ଆଜି ସେ ଜଣେ ଜଣା ଶୁଣା ଇଣ୍ଟରନ୍ୟାସନାଲ ଷ୍ଟାର ହୋଇଯାଇଛନ୍ତି । କିନ୍ତୁ ପ୍ରିୟଙ୍କା ଚୋପଡା ବି ନିଜ ଏହି ଯାତ୍ରାରେ ସେହି ସମସ୍ତ ଜିନିଷର ସାମ୍ନା କରିଛନ୍ତି ଯାହାକୁ ସବୁ ମଡେଲ ଓ ଅଭିନେତ୍ରୀଙ୍କୁ ନିଜର କ୍ୟାରିୟରରେ ସାମ୍ନା କରିବାକୁ ପଡିଥାଏ । ଏହା ମଧ୍ୟରୁ ଗୋଟିଏ ହେଉଛି ନିଜ ଡ୍ରେସ କାରଣରୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବା ।

ଯାହା ବିଷୟରେ ସମସ୍ତ ଚିନ୍ତା କରିଥାନ୍ତି କି ତାଙ୍କ ସହିତ ଏହିଭଳି କିଛି ବି ନ ହେଉ । କହିବାକୁ ଗଲେ ବଲୀଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ନିଜର ଡ୍ରେସକୁ ନେଇ ସବୁବେଳେ ଚର୍ଚାରେ ରହିଥାନ୍ତି ।

ଖାସକରି ଯେତେବେଳେ ରେଡ କାରପେଟର କଥା ଆସେ ତେବେ ସେତେବେଳେ ପ୍ରିୟଙ୍କା ଚୋପଡାଙ୍କ ଜଳୱା ନଜର ଆସିଥାଏ । ପ୍ରିୟଙ୍କା ଚୋପଡା ଏହି ସମୟରେ ବହୁତ ବୋଲ୍ଡ ଡ୍ରେସରେ ବି ବହୁତ ଆତ୍ମବିଶ୍ଵାସୀ ଓ ଗ୍ଲାମରସ ନଜର ଆସନ୍ତି । ବର୍ତ୍ତମାନ କିଛି ଦିନ ତଳେ ହିଁ ପ୍ରିୟଙ୍କା ଚୋପଡା କାନ୍ସ ଫିଲ୍ମ ଫେସ୍ଟିଭାଲ ସହ ଜଡିତ ଗୋଟିଏ ଘଟଣା ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଇଂସ୍ଟାଗ୍ରାମରେ ଶେୟାର କରିଛନ୍ତି । ଯେଉଁଥିରେ ପ୍ରିୟଙ୍କା ଲଜ୍ଜିତ ହଉ ହଉ ବଞ୍ଚି ଯାଇ ଥିଲେ ।

କହିଦେଉଛୁ କି ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି । ପ୍ରିୟଙ୍କା ପ୍ରାୟତଃ ନିଜ ଫ୍ୟାନଙ୍କ ସହ ନିଜର ପୁରୁଣା ସ୍ମୃତି ବି ଶେୟାର କରନ୍ତି । କିଛି ଦିନ ତଳେ ହିଁ ପ୍ରିୟଙ୍କା ଚୋପଡା ନିଜର ଇଂସ୍ଟାଗ୍ରାମ ଆକାଉଣ୍ଟ ଜରିଆରେ କାନ୍ସ ଫିଲ୍ମ ଫେସ୍ଟିଭାଲ ସମୟର ଏକ ଫଟୋ ଶେୟାର କରିଲେ ଓ ଏହି ଫଟୋ ସହ ପ୍ରିୟଙ୍କା କହିଲେ କି ରେଡ କାରପେଟ ଉପରେ ଆସିବା ପୂର୍ବରୁ ଯେତେବେଳେ ସେ ନିଜର ଡ୍ରେସ ପିନ୍ଧୁ ଥିଲେ ତେବେ ସେହି ସମୟରେ ତାଙ୍କ ଡ୍ରେସର ଚେନ ଛିଣ୍ଡି ଗଲା ।

କିନ୍ତୁ ତାଙ୍କ ଟିମ ୫ ମିନିଟ ଭିତରେ ହିଁ ସେହି ଡ୍ରେସକୁ ଗାଡିରେ ବସି ବସି ସିଲେଇ କରି ଦେଲେ । ପ୍ରିୟଙ୍କା ଆଗକୁ କହିଲେ କି ସେ ଏହି ଫଟୋରେ ଯେତିକି ଖୁସି ନଜର ଆସୁଛନ୍ତି ସେତିକି ହିଁ ଚିନ୍ତିତ ହୋଇଯାଇଥିଲେ କିଛି ମିନିଟ ପୂର୍ବରୁ ନିଜ ଡ୍ରେସ ପାଇଁ । ଡ୍ରେସ ଠିକ ହେବା ସତ୍ବେ ବି ପ୍ରିୟଙ୍କା ଚୋପଡାଙ୍କୁ ଲଗାତାର ଏହା ଲାଗୁଥିଲା କି ସେ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ନ ହୋଇ ଯାଆନ୍ତୁ । କିନ୍ତୁ ଏହିଭଳି କିଛି ବି ହେଲା ନାହିଁ ।

ଆପଣଙ୍କୁ କହିଦେଉଛୁ କି ପ୍ରିୟଙ୍କା ଚୋପଡା ନିଜର ବହି ‘unfinished’ରେ ଏହିଭଳି ବହୁତ ଘଟଣା ଓ କାହାଣୀ ବିଷୟରେ କହିଛନ୍ତି । ଯଦି ଫିଲ୍ମ ବିଷୟରେ କହିବା ତେବେ ପ୍ରିୟଙ୍କା ଆସନ୍ତା ଦିନରେ ବହୁତ ହଲିଉଡ ଫିଲ୍ମ ଓ ସିରିଜରେ ନଜର ଆସିବେ । ବର୍ତ୍ତମାନ ଅଭିନେତ୍ରୀ ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।