ବିବାହ ସମୟରେ ତିନି ମାସର ଗର୍ଭବତ୍ତୀ ଥିଲେ ନେହା ଧୂପିୟା, ଡରି ଡରି ନେହାଙ୍କ ମାତା ପିତାଙ୍କୁ ହାତ ମାଗିବାକୁ ପହଞ୍ଚି ଥିଲେ ଅଙ୍ଗଦ ବେଦି, ଆଉ ତା ପରେ…

ଅଭିନେତ୍ରୀ ନେହା ଧୂପିୟା ବର୍ତ୍ତମାନ କିଛି ଦିନ ତଳେ ବହୁତ ଚର୍ଚାରେ ଥିଲେ । କହିବାକୁ ଗଲେ ନେହା ଧୂପିୟା ରୋଡିଜରେ ଦେଇଥିବା ନିଜର ଏକ ବୟାନକୁ ନେଇ ବହୁତ ଚର୍ଚାରେ ଆସି ଯାଇଥିଲେ । ଏହା ପରେ ସେ ସେହି ଚର୍ଚାର ଲଗାତାର ଅଂଶ ହେବାକୁ ଲାଗିଲେ । ରୋଡିଜ ଛଡା ନେହା ନିଜର ଏକ ଚ୍ୟାଟ ଶୋ ବି ଚଲାନ୍ତି । ନେହାଙ୍କ ଏହି ଚ୍ୟାଟ ଶୋ କୁ ଗତ କିଛି ଦିନ ତଳେ ତାଙ୍କର ସ୍ଵାମୀ ଅଙ୍ଗଦ ବେଦି ଆସିଥିଲେ । ଚ୍ୟାଟ ଶୋ ସମୟରେ ଅଙ୍ଗଦ ନିଜର ଓ ନେହାଙ୍କ ଜୀବନ ସହ ଜଡିତ ଏକ ରହସ୍ୟ ବିଷୟରେ ସମସ୍ତଙ୍କୁ କହିଲେ । ତାଙ୍କର ଜୀବନ ସହ ଜଡିତ ସବୁଠୁ ବଡ ରହସ୍ୟ ତାଙ୍କର ବିବାହ ଅଟେ । ଦୁଇ ଜଣଙ୍କ ବିବାହ ଶେଷରେ ହେଲା କେମିତି !

ନେହା ଓ ଅଙ୍ଗଦଙ୍କ ବିବାହ ନଭେମ୍ବର ୨୦୧୮ରେ ହୋଇଥିଲା । ସେହି ବିବାହ ଏକଦମ ଗୁପ୍ତ ଉପାୟରେ ହୋଇଥିଲା । ତାଙ୍କର ପାଖାପାଖି ବନ୍ଧୁମାନଙ୍କୁ ବି ଏହି ଦୁଇ ଜଣଙ୍କ ବିବାହ ବିଷୟରେ ଜଣା ନ ଥିଲା । କିଛି ଦିନ ମଧ୍ୟରେ ଦୁଇ ଜଣଙ୍କ ବିବାହ ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ବିବାହକୁ ବହୁତ ପର୍ସନାଲ ରଖା ଯାଇଥିଲା । ବର୍ତ୍ତମାନ ଏହି ଶୋ ରେ ଅଙ୍ଗଦ ସେହି ରହସ୍ୟ ବିଷୟରେ କହିଲେ କି ସେ ନେହାଙ୍କ ମାତା ପିତାଙ୍କୁ ବିବାହ ପ୍ରସ୍ତାବ କିପରି ନେଇ ଯାଇଥିଲେ । ଏହା ପରେ ତାଙ୍କର ମାତା ପିତାଙ୍କ ରିଆକ୍ସନ କେମିତି ଥିଲା ?

ଶୋ ସମୟରେ ଯେତେବେଳେ ନେହା ସ୍ଵାମୀ ଅଙ୍ଗଦଙ୍କ ସହ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ କରିଲେ, ସେତେବେଳେ ଅଙ୍ଗଦ ଏହି ରହସ୍ୟ ଖୋଲିଲେ । ଅଙ୍ଗଦ କହିଲେ କି, ନେହା ଏହି ଖବରକୁ କହିବାକୁ ଚାହୁଁ ନ ଥିଲେ । ସେଥିପାଇଁ ମୋତେ ତାଙ୍କୁ କହିବାର ଥିଲା କି ଆମକୁ ବିବାହ କରିବା ଦରକାର ଅଟେ କାରଣ ଆମେ ପରସ୍ପରକୁ ପ୍ରେମ କରୁଥିଲୁ । ମୁଁ ବହୁତ ଡରି ଯାଇ ଥିଲି କାରଣ ସେହି ସମୟ ମୋ ପାଇଁ ବହୁତ ମହତ୍ଵପୂର୍ଣ୍ଣ ଥିଲା । ନେହାଙ୍କ ମାତା ପିତାଙ୍କୁ ଆମ ବିଷୟରେ କହିବା ସମୟରେ ମୋର ପାଦ ଥଣ୍ଡା ପଡି ଯାଉଥିଲା କାରଣ ନେହା ଏହି ବିଷୟରେ କିଛି ବି କହିବାକୁ ଚାହୁଁ ନଥିଲେ ।

ସେ ଆଗକୁ କହିଲେ କି, ମୋତେ ସବୁ କିଛି କହିବାର ଥିଲା ଓ ତାଙ୍କର ରିଆକ୍ସନ ଦେଖିବାର ଥିଲା ।‘ ଏହା ପରେ ଅଙ୍ଗଦ କହିଲେ ଯେତେବେଳେ ନେହାଙ୍କ ମାତା ପିତାଙ୍କୁ ଏହି ସବୁ କଥା ଜଣା ପଡିଲା ତେବେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ଏତିକି ନୁହେଁ, ନେହାଙ୍କ ମା ଅତ୍ୟଧିକ ଚିନ୍ତା କରିବା କାରଣରୁ ତାଙ୍କ ନାକରୁ ରକ୍ତ ବି ବାହାରିବାକୁ ଲାଗିଥିଲା ।‘

ଆପଣଙ୍କୁ କହିଦେଉଛୁ କି ନେହା ଓ ଅଙ୍ଗଦଙ୍କର ଯେତେବେଳେ ବିବାହ ହୋଇଥିଲା ତେବେ ନେହା ୩ ମାସର ଗର୍ଭବତ୍ତୀ ଥିଲେ । ତାଙ୍କର ଗର୍ଭବତ୍ତୀ ହେବା ବିଷୟରେ କାହାକୁ ବି କିଛି ଜଣା ନ ଥିଲା । ଅନ୍ୟ ପଟେ ସେ ବିବାହ ବିଷୟରେ କିଛି ବି କହି ନ ଥିଲେ । କିନ୍ତୁ ନେହା ଓ ଅଙ୍ଗଦ ନିଜର ବିବାହକୁ ନେଇ ବହୁତ ଖୁସି ଅଛନ୍ତି । ଦୁଇ ଜଣଙ୍କର ଏକ ଝିଅ ବି ଅଛି ଯାହାର ନାମ ମେହେର ଅଟେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।