ବଲିଉଡରେ ଏତେ ଫେମସ ହେଲା ପରେବି ଏହି 5 ହିରୋଇନ ଅଣ୍ଡରୱାର୍ଲ୍ଡ ଡନ ମାନଙ୍କ ସହ କରିଥିଲେ ବିବାହ

ବଲିଉଡରେ ଅନେକ ତାରକା ଅଣ୍ଡରୱାର୍ଲ୍ଡ ଡନଦାଉଦ ସହିତ ଦିଶିଛନ୍ତି ଏବଂ ବହୁତ ବଲିଉଡର ସୁନ୍ଦର ହିରୋଇନ ମାନଙ୍କ ସହ ସମ୍ପର୍କ ଥିବାର ଅଣ୍ଡରୱାର୍ଲ୍ଡଡନ ବହୁତ ଚର୍ଚ୍ଚାରେ ଥିଲେ । ଆଉ ଏହି ଅଭିନେତ୍ରୀ ମାନେ ସମୟ ସହିତ ନିଜକୁ ଏତେ ବଦଳେଇ ଦେଇଛନ୍ତି କି ସେମାନଙ୍କୁ ପ୍ରଥମ ନଜରରେ ଚିହ୍ନିବା ବହୁତ କଷ୍ଟ ଅଟେ । ଯେଉଁଠି କିଛି ବଲିଉଡର ଅଭିନେତ୍ରୀ ବଲିଉଡରୁ ସନ୍ୟାସ ନେଇଗଲେ ଆଉ କିଛି ଏବେବି ମଧ୍ୟ ବଲିଉଡରେ ଅଛନ୍ତି । ଆମେ ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ଅଣ୍ଡରୱାର୍ଲ୍ଡଡନ ସହିତ ସମ୍ପର୍କ ରଖି ଥିଲେ ଏବଂ ନିଜକୁ ବହୁତ ବଦାଳିଇ ଦେଇଛନ୍ତି ।

ମନ୍ଦାକିନୀ : ମନ୍ଦାକିନୀଙ୍କ ସମ୍ପର୍କ ଲାଇମ ଲାଇଟରେ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଦୁହିଁଙ୍କ ଫଟୋ ଅଣ୍ଡରୱାର୍ଲ୍ଡଡନ ଦାଉଦସହିତ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା । କୁହାଯାଏ ଯେ ଅଭିନେତ୍ରୀ ମନ୍ଦାକିନୀ ଦାଉଦକୁ ବିବାହ କରିଥିଲେ, ହେଲେ କିଛି ଦିନ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ । ସେ ନିଜ ଅଭିନୟ ଦୁନିଆରୁ ବିଦାୟ ନେଇଥିଲେ, ତାପରେ ସେ ୧୯୯୦ ରେ ଜଣେ ଡାକ୍ତରକୁ ବିବାହ କରିଥିଲେ । ସେ ଏବେ ଯୋଗ ଶିଖାଉଛନ୍ତି । ନିଜ ସ୍ବାମୀଙ୍କ ସ‌ହ ମିଶି ହରବଲ ସେଣ୍ଟର ମଧ୍ୟ ଚଳାଉଛନ୍ତି ।

ସୋନମ ମସ୍ତାନ ମିର୍ଜା : ମଧୁବାଲାଙ୍କ ଡୁପ୍ଲିକେଟ କୁହାଯାଉଥିବା ହିରୋଇନ ସୋନମ ମସ୍ତାନ ମିର୍ଜା । ୭୦ ଦଶକରେ ଚର୍ଚ୍ଚିତ ଅଭିନେତ୍ରୀ ବହୁତ ସଫଳ ରହିଛନ୍ତି । ସେତେବେଳେ ଗ୍ୟାଙ୍ଗଷ୍ଟରହାଜି ମସ୍ତାନ ସୋନମଙ୍କ ପଛରେ ଦିୱାନା ହୋଇଥିଲେ ତାପରେ ସେ ତାଙ୍କ ହାତ ମାଗିବାକୁ ସୋନମଙ୍କ ଘରକୁ ପଳେଇ ଯାଇଥିଲେ । ଏହା ସାଜି ମସ୍ତାନଙ୍କ ଦ୍ବିତୀୟ ବିବାହ ଥିଲା । ବିବାହ ପରେ ଦୁହେଁ ଖୁସି ନଥିଲେ । ହାଜୀଙ୍କ ମରିବାପରେ ସୋନମଙ୍କ ଜୀବନ ବଦଳି ଯାଇଥିଲା । ସେ ଏବେ ଏକା ଏକା ଜୀବନ ବିତାଉଛନ୍ତି ।

ମନିକା ବେଦୀ: ଅଭିନେତ୍ରୀ ମନିକା ବେଦୀ ୭୦ ଏବଂ ୮୦ ଦଶକରେ ବହୁତ ସୁନ୍ଦର ଅଭିନେତ୍ରୀ ରହିଛନ୍ତି ଯିଏ ବହୁତ ଫିଲ୍ମରେ କାମ କରିଛନ୍ତି । ତାପରେ ସେ କୈାଣସି ଫିଲ୍ମ ଅଭିନେତା ନୁହେଁ ବରଂ ଡନକୁ ଜୀବନସାଥୀ ରୂପରେ ବାଛିଥିଲେ । ସେ ନିଜ ସଫଳତା ସହ ଅବୁସଲିମ ସହ ସମ୍ପର୍କରେ ଥିଲେ । ବହୁ ଦିନ ଧରି ସମ୍ପର୍କ ଥିଲା ହେଲେ ୨୦୦୨ ମସିହାରେ ସେ ଗିରଫ ହୋଇଥିଲେ । ଜେଲରୁ ଦଣ୍ଡଭୋଗି ସେ ପୁଣି ଥରେ ଫିଲ୍ମ ଦୁନିଆକୁ ଫେରିଲେ । ଏବେ ସେ ଫିଲ୍ମ ଦୁନିଆରୁ ବହୁତ ଦୂରରେ ରହୁଛନ୍ତି ହେଲେ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି ।

ମମତା କୁଲ୍କରନୀ : ୮୦ ଏବଂ ୯୦ ଦଶକର ହିରୋଇନ ମମତା ଖୁବ ସୁନ୍ଦର ଥିଲେ । ସେ ଫିଲ୍ମ ଅଭିନେତା ନୁହେଁ ବରଂ ଡ୍ରଗମାଫିଆ ବାଛିଥିଲେ । ସେ ନିଜ ସଫଳତା କ୍ୟାରିୟର ଭିତରେ ଡ୍ରଗମାଫିଆ ବିକିଗୋସ୍ୱାମୀଙ୍କୁ ବିବାହ କରିଥିଲେ । ଫିଲ୍ମ ଛାଡ଼ିବା ପରେ ଦୁହେଁ ଡ୍ରଗବ୍ୟବସାୟରେ ସାମିଲ ହୋଇଗଲେ । ଏହାପରେ ୧୯୯୭ରେ‌ ବିକିକୁ ଡ୍ରଗଅପରାଧରେ ଗିରଫ କରିଦେଲେ । ତାପରେ ମମତା ଦୁବାଇ ପଳେଇଗଲେ, ସେଠି ନିଜର ଧର୍ମବଦଳାଇ ରହିଲେ । ଏବେ ସେ ସବୁ କିଛି ତ୍ୟାଗ କରି ଗୋଟିଏ ସନ୍ଥ ଜୀବନ ବିତାଉଛନ୍ତି ।

ଉର୍ମିଳା ମାତୋଣ୍ଡକର: ବଲିଉଡ ଇଣ୍ଡଷ୍ଟ୍ରିରେ ରଙ୍ଗିଲା ଗାର୍ଲ ନାଁରେ ପରିଚିତ ଉର୍ମିଳା ଯିଏ ଅନେକ ବଲିଉଡ ଅଭିନେତାଙ୍କ ସହ କାମ କରିଛନ୍ତି । ତାଙ୍କର ବହୁ ଡାଇରେକ୍ଟୋରଙ୍କ ସହ ସମ୍ପର୍କ ମଧ୍ୟ ଥିଲା । ଡନଦାଉଦ ଇବ୍ରାହିମସହ ଏମିତି ଏକ ସମ୍ପର୍କ ଥିଲା, ଖବର ଥିଲା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିଲେ କିନ୍ତୁ ଏହା ହୋଇ ପାରିଲା ନାହିଁ । ଯାହାଦ୍ବାରା ଦୁହେଁ ଦୁହିଁଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ । ଯେଉଁ କାରଣ ପାଇଁ ଅଭିନେତ୍ରୀ ଉର୍ମିଳା ଏବେ ମୁମ୍ବାଇରେ ରହୁଛନ୍ତି । ତାଙ୍କୁ ଶେଷଥର ପାଇଁ ଫିଲ୍ମ ବ୍ଲାକ୍ମେଲ୍ ରେ ଦେଖା ଯାଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।