ଘରକୁ ମାଙ୍କଡ ଆସିବା ପଛରେ ରହିଛି ଏହି ବଡ କାରଣ, ଏସବୁ ପଶୁ ଘରକୁ ଆସିବା ଭଲ ସଂକେତ ଦେଇ ନଥାଏ

ଯେଉଁ ଘରେ କୌଣସି ନିୟମ ନିଷ୍ଠା ନ ଥାଏ ଓ ଭାଗବତ ପାଠହୁଏ ନାହିଁ ସେହି ସ୍ଥାନରୁ ଲକ୍ଷ୍ମୀ ଛାଡି ଚାଲିଯାଆନ୍ତି । ଏହା ସହିତ ଯେଉଁ ଘରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିଥାଏ ସେହି ଗୃହକୁ ବି ଲକ୍ଷ୍ମୀ ଛାଡି ଚାଲି ଯାଆନ୍ତି । ଯଦି ପରିବାରରେ କଳହ, ହିଂସାବାଦ ଓ ଦ୍ଵନ୍ଦ ଲାଗି ରହିଥାଏ । ତେବେ ସେହି ସ୍ଥାନକୁ ବି ମାତା ଲକ୍ଷ୍ମୀ ପରିତ୍ୟାଗ କରିଥାନ୍ତି । ଘରେ ନିୟମ, ଶିଷ୍ଠାଚାର ହିନ ହେଲେ ମାତା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି । ଏପରି ସବୁ ଭୁଲ କାର୍ଯ୍ୟ କରିବା ଦ୍ଵାରା ମାତା ଲକ୍ଷ୍ମୀ ଗୃହତ୍ୟାଗ କରିଥାନ୍ତି ।

କିନ୍ତୁ ମାତା ଲକ୍ଷ୍ମୀ ଗୃହତ୍ୟାଗ କରିବା ସମୟରେ ଏମିତି କିଛି ସଂକେତ ଅଛି ଯାହା ସେ ପଶୁ ପକ୍ଷୀ ମାଧ୍ୟମରେ ଦେଇଥାନ୍ତି । ଅର୍ଥାତ ପଶୁ ପକ୍ଷୀମାନଙ୍କ ଦ୍ଵାରା କରାଯାଇଥିବା କୌଣସି କାମ ଆପଣଙ୍କୁ ସଂକେତ ଦେଇଥାଏ କି ମାତା ଲକ୍ଷ୍ମୀ ଆମ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏହା ସହିତ ଆପଣ ଜାଣି ଯିବେ କି ମାତା ଲକ୍ଷ୍ମୀ ଆପଣଙ୍କ ଘକୁ ଆଗମନ କରିବେ ନାହିଁ । କେତେକ ପଶୁର କାର୍ଯ୍ୟ ଗୁଡିକ ସତର୍କତାର ସୂଚନା ମଧ୍ୟ କରାଇଥାଏ କି ମାତା ଲକ୍ଷ୍ମୀ ଆମମାନଙ୍କ ଉପରେ ରାଗିଛନ୍ତି ।

କୁକୁର

ଯଦି କୌଣସି ବାହାର ବୁଲା କୁକୁର ଆପଣଙ୍କ ଘରକୁ ପସି ଆସେ ତେବେ ତାହା ଏକ ସତର୍କତାର ସୂଚନା ଅଟେ କି ମାତା ଲକ୍ଷ୍ମୀ ଆପଣଙ୍କ ଗୃହ ଉପରେ ଋଷ୍ଠ ଅଛନ୍ତି । ଏହାର ଅର୍ଥ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଗୃହ ଉପରେ ନାହିଁ ।

କୁକୁଡା

କୁକୁଡା ଯଦି ଘରେ ଚାଲିଆସେ ତେବେ ବୁଝି ଯାଆନ୍ତୁ କି ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗିଛନ୍ତି ।

ଛେଳି

ଯେଉଁ ଘରେ ଛେଳି ଗୋଡ ପଡେ ସେହି ସ୍ଥାନରେ ଲକ୍ଷ୍ମୀ ରୁହନ୍ତି ନାହିଁ ।

କଳା ମାଙ୍କଡ

ଯଦି ଘରେ କଳା ମୁହଁ ଥିବା ମାଙ୍କଡ ପସି ଆସେ ଓ ତାହାର ପାଦ ଚିହ୍ନ ପଡେ ସେହି ଘରେ ତେବେ ସେହି ଘରୁ ଲକ୍ଷ୍ମୀ ଛାଡି ଚାଲିଯାଆନ୍ତି । ସେହି ଘରେ ଅଭାବ ଅନାଟନ ଲାଗି ରହିଥାଏ । ଯେଉଁ ସବୁ ପଶୁ ମାନଙ୍କ ବିଷୟରେ କୁହାଗଲା ସେହି ସବୁ ପଶୁ ପାଳନ କରିବେ ନାହିଁ । ଅର୍ଥ ଅଭାବ ଦେଖାଯାଇପାରେ ।

ଅତୀତରେ ଲୋକମାନେ ଗାଈକୁ ପୂଜା କରୁଥିଲେ । ବର୍ତ୍ତମାନ ଲୋକମାନେ କୁକୁରମାନଙ୍କର ସେବା କରୁଛନ୍ତି । କହିବାକୁ ଗଲେ କୌଣସି ଧର୍ମରେ କୁକୁରକୁ ଶୁଭ ବୋଲି ବିଚାର କରାଯାଏ ନାହିଁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।