ପ୍ରଥମଥର ପାଇଁ ଦେଖନ୍ତୁ ଅଭିନେତ୍ରୀ Usasi Mishraଙ୍କ ଜୀବନୀ, ଲାଇଫଷ୍ଟାଇଲ ଓ Family Album

ସିନେମା ହେଉ କି ଧାରାବାହିକ, ଯାତ୍ରା ହେଉ କି ମଞ୍ଚ ଅଭିନୟ ସବୁଥିରେ ନିଜର ପାରିଦର୍ଶିତା ଦେଖାଇଛନ୍ତି ଓଲିଉଡ ଅଭିନେତ୍ରୀ ଉଷଶୀ ମିଶ୍ର । ହିରୋଇନ ଠାରୁ ଆରମ୍ଭ କରି ମା ଭୂମିକାରେ ସବୁ କ୍ଷେତ୍ରରେ ଦର୍ଶକଙ୍କୁ ଏହି ଅଭିନେତ୍ରୀ ଖୁବ ପସନ୍ଦ ଆସିଛନ୍ତି । ଯାତ୍ରା ପେଣ୍ଡାଲରେ ଯେମିତି ଦର୍ଶକ ମାନେ ତାଙ୍କ କାନ୍ଦଭରା କୋହକୁ ଦେଖି ଅଟକାଇ ପାରନ୍ତି ନାହିଁ ସେମିତି ଆପଣ ବି ଅଟକାଇ ପାରୁ ନଥିବେ । ତେବେ ଆଜି ଆମେ ଆପଣଙ୍କୁ ଏହି ଦିଗଜ ଅଭିନେତ୍ରୀଙ୍କ ପରିବାର ଓ ଜୀବନ ବିଷୟରେ କିଛି ଜଣାଇବାକୁ ଯାଉଛୁ ।

ଉଷଶୀ ମିଶ୍ର ଓଡିଆ ଚଳଚ୍ଚିତ୍ର ଜଗତର ଏକ ପରିଚିତ ନାଁ ଟିଏ । ଓଡିଶାର ପ୍ରାୟ ପ୍ରତ୍ଯେକ ଲୋକମାନେ ତାଙ୍କ ଅଭିନୟର ଜାଦୁ ସହ ଖୁବ ପରିଚିତ । କେବେ ହିରୋଇନ, କେବେ ମାଆ ତ ଆଉ କେବେ ବୁଢୀମା ଭୂମିକାରେ ଅଭିନୟ କରି ସବୁ ଭୂମିକାକୁ ନିଖୁଣ ଭାବେ ଉପସ୍ଥାପନ କରି ଆସିଛନ୍ତି ଉଷଶୀ । ଉଷଶୀ ମିଶ୍ର ହେଉଛନ୍ତି ତାଙ୍କ ଘରର ସାନ ଝିଅ । ବର୍ତ୍ତମାନ ଉଷଶୀ ତାଙ୍କ ଭୁବନେଶ୍ବର ସ୍ଥିତ ଘରେ ରହୁଛନ୍ତି ।

ତେବେ ଉଷଶୀ ମିଶ୍ରଙ୍କ ବୈବାହିକ ଜୀବନ କଥା କହିଲେ ସେ ବିବାହ କରିଥିଲେ ସତ କିନ୍ତୁ ପରସ୍ପର ଠାରୁ ବିବାହର ପ୍ରାୟ ୧୦ ବର୍ଷ ପରେ ଅଲଗା ହୋଇ ଯାଇଥିଲେ । ଦୀର୍ଘ ଦଶ ବର୍ଷ ଧରି ସ୍ବାମୀଙ୍କ ସହ ବିବାହ ତୁଲାଇବା ପରେ ୨୦୧୯ ମସିହାରେ ନିଜ ସ୍ବାମୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ଅଭିନେତ୍ରୀ ଉଷଶୀ ମିଶ୍ର ।

ଉଷଶୀଙ୍କ ସ୍ଵାମୀ ମଧ୍ୟ ଜଣେ ଅଭିନେତା ଥିଲେ ଓ ଦୁହେଁ ପ୍ରେମ ବିବାହ କରିଥିଲେ । କ୍ୟାମେରା ଠାରୁ ନିଜ ପରିବାରକୁ ସବୁବେଳେ ଦୂରେଇ ରଖନ୍ତି ଉଷଶୀ ମିଶ୍ର । ନିଜ ପରିବାରର କୌଣସି କଥା କ୍ୟାମେରା ସାମ୍ନାକୁ ଆଣନ୍ତି ନାହିଁ ଚର୍ଚ୍ଚା ମଧ୍ୟ କରନ୍ତି ନାହିଁ । ଏପରିକି ଉଷଶୀ ମିଶ୍ର ନିଜେ ସ୍ଵୀକାର କରିଥିଲେ ଯେ ସେ ଜାଣିଶୁଣି ତାଙ୍କ ବିବାହ ଫଟୋ ମଧ୍ୟ କ୍ୟାମେରା ସାମ୍ନାକୁ ଆଣି ନଥିଲେ ।

ଭୁବନେଶ୍ବରରେ ହିଁ ଉଷଶୀ ନିଜ ପାଠପଢା ଆରମ୍ଭ କରିଥିଲେ ଓ ସେହିଠାରେ ହିଁ ପାଠପଢା ଶେଷ କରିଥିଲେ । ଏହା ବ୍ଯତୀତ ଉଷଶୀ ମିଶ୍ର ତାଙ୍କ ଅଭିନୟ କ୍ଯାରିୟର ମଧ୍ୟରେ ବଙ୍ଗାଳୀ ଓ ଓଡିଆ ସମେତ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏହାସହ ଅନେକ ଓଡିଆ ଆଲବମରେ ମଧ୍ୟ ଉଷଶୀ ଅଭିନୟ କରିଛନ୍ତି ।

ଛୋଟ ପରଦା ହେଉ କି ବଡ ପରଦା ଦର୍ଶକେ ତାଙ୍କ ଅଭିନୟକୁ ସବୁବେଳେ ପସନ୍ଦ କରି ଆସିଛନ୍ତି । ଆଜିକାଲି ଉଷଶୀଙ୍କୁ କିଛି ରିୟାଲିଟି ଶୋ ମାନଙ୍କରେ ମଧ୍ୟ ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ଉଷଶୀ ମିଶ୍ର ଏକାକୀ ରହୁଛନ୍ତି । ତାଙ୍କର ତିନୋଟି ପାଳିତ କୁକୁର ଅଛନ୍ତି ଯାହାଙ୍କ ସହ ସେ ନିଜର ସମୟ ଅତିବାହିତ କରନ୍ତି । ଆପଣଙ୍କୁ ଉଷଶୀ ମିଶ୍ର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।