ଟିମ ଇଣ୍ଡିଆର 36 ରନ ହେଉଛି ସବୁଠୁ କମ ସ୍କୋର, ଦେଖନ୍ତୁ ପାକିସ୍ତାନ, ଅଷ୍ଟ୍ରେଲିଆ, ସା ଆଫ୍ରିକାର ଲୋଏଷ୍ଟ ସ୍କୋର କେତେ

ଅଷ୍ଟ୍ରେଲିୟା ବିରୁଦ୍ଧରେ ଚାଲିଥିବା ଟେସ୍ଟ ମ୍ୟାଚରେ ଟିମ ଇଣ୍ଡିଆ ନିଜର ଦ୍ଵିତୀୟ ପାରିରେ କେବଳ ୩୬ ରନରେ ହିଁ ଅଲ ଆଉଟ ହୋଇଗଲେ । ଏହା ଟିମ ଇଣ୍ଡିଆର ଟେସ୍ଟ କ୍ରିକେଟ ଇତିହାସରେ ସବୁଠୁ କମ ରନ ବାଲା ମ୍ୟାଚ ଅଟେ । କାରଣ ଏହା ପୂର୍ବରୁ ଭାରତୀୟ ଟିମ କେବେ ବି ଏତେ କମ ସ୍କୋରରେ ଅଲ ଆଊଟ ହୋଇ ନ ଥିଲେ । ଆପଣଙ୍କୁ କହିଦେଉଛୁ କି ଏହା ପୂର୍ବରୁ ଟିମ ଇଣ୍ଡିଆର କମ ସ୍କୋର ୪୨ ରନ ଥିଲା । କିନ୍ତୁ ଏହା ୧୯୭୪ର କଥା ଅଟେ ।

କିନ୍ତୁ ବର୍ତ୍ତମାନ ସମୟରେ ଟିମ ଇଣ୍ଡିଆର ଏତେ କମ ରନରେ ଅଲ ଆଉଟ ହେବା ଆଶ୍ଚର୍ଯ୍ୟ କର ଅଟେ । କେବଳ ଟିମ ଇଣ୍ଡିଆ ନୁହେଁ ଏହା ପୂର୍ବରୁ ଅନ୍ୟ ସବୁ ଟିମ ବି ଏହିଭଳି ସ୍କୋରରେ ଅଲ ଆଊଟ କରିଛନ୍ତି ।

ଯଦି ଅନ୍ୟ ଟିମମାନଙ୍କ କମ ସ୍କୋର ବାଲା ଟେସ୍ଟ ମ୍ୟାଚ ବିଷୟରେ କହିବା ତେବେ ଟେସ୍ଟ କ୍ରିକେଟରେ ଶ୍ରୀଲଙ୍କାର ସବୁଠୁ କମ ସ୍କୋର ୭୧ ରନ ଅଟେ । ବର୍ଷ ୧୯୯୪ରେ ପାକିସ୍ତାନର ବୋଲରମାନେ ପ୍ରଥମ ପାରିକୁ ଶ୍ରୀଳଙ୍କାର ସବୁ ଖେଳାଳିମନଙ୍କୁ ମାତ୍ର ୭୧ ରନରେ ଅଲ ଆଉଟ କରି ଦେଇଥିଲେ । ଏହା ପରେ ଟିମ ଜିମ୍ବାବ୍ୱେ ମାତ୍ର ୫୧ ରନରେ ଅଲ ଆଉଟ ହୋଇସାରିଛନ୍ତି । ଏମାନଙ୍କର ଏହିଭଳି ଅବସ୍ଥା ସେତେବେଳେ ନ୍ୟୁଜିଲ୍ୟାଣ କରିଥିଲା ।

ଯଦି ପାକିସ୍ତାନ ଟିମ ବିଷୟରେ କହିବା ତେବେ ୨୦୧୩ରେ ସାଉଥ ଆଫ୍ରିକା ସାମ୍ନାରେ ପାକିସ୍ତାନ କେବଳ ୪୯ ରନରେ ଅଲ ଆଉଟ ହୋଇଯାଇଥିଲେ । ସେତେବେଳେ ସାଉଥ ଆଫ୍ରିକାର ଡେଲ ସ୍ଟେନ ପାକିସ୍ତାନର ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ଘରକୁ ପଠାଇ ଦେଇଥିଲେ । ବର୍ଷ ୨୦୦୪ରେ ୱେସ୍ଟଇଣ୍ଡିଜ ଟିମ ନିଜର ଦ୍ଵିତୀୟ ପାରିରେ ମାତ୍ର ୪୭ ରନରେ ଅଲ ଆଉଟ ହୋଇଯାଇଥିଲେ । ଯାହା ଏହି ଟିମର ସବୁଠୁ କମ ସ୍କୋର ଅଟେ ଓ ୱେଷ୍ଟଇଣ୍ଡିଜର ଏହି ଅବସ୍ଥା ସେତେବେଳେ ଇଂଲଣ୍ଡର ବୋଲରମାନେ କରିଥିଲେ ।

ଯଦି ଟିମ ଇଂଲଣ୍ଡ ବିଷୟରେ କହିବା ତେବେ ଏହି ଟିମ ଗୋଟିଏ ଟେସ୍ଟ ମ୍ୟାଚରେ କେବଳ ୪୫ ରନ ହିଁ କରି ଅଲ ଆଉଟ ହୋଇ ଯାଇଥିଲେ । ସେତେବେଳେ ଏହି ଟିମ ସାମ୍ନାରେ ଅଷ୍ଟ୍ରେଲିୟା ଥିଲା । ଟିମ ବାଂଲାଦେଶର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ କମ ସ୍କୋର ୪୩ ରନ ଅଟେ । ୨୦୧୮ରେ ୱେସ୍ଟଇଣ୍ଡିଜ ଟିମ ବାଂଲାଦେଶର ଏହିଭଳି ଅବସ୍ଥା କରିଥିଲା ।

ଟିମ ଆୟାରଲ୍ୟାଣ୍ଡ ୨୦୧୯ରେ ଇଂଲଣ୍ଡ ବିରୁଦ୍ଧରେ ମାତ୍ର ୩୮ ରନରେ ହିଁ ଅଲ ଆଉଟ ହୋଇଯାଇଥିଲା । ସେତେବେଳେ ଇଂଲଣ୍ଡର ଦୁଇ ଜଣ ବୋଲର ଆୟାରଲ୍ୟାଣ୍ଡ ବ୍ୟାଟ୍ସମ୍ୟାନଙ୍କର ଏହିଭଳି ଅବସ୍ଥା କରିଥିଲେ । ଆପଣଙ୍କୁ କହିଦେଉଛୁ କି ଇଣ୍ଡିଆକୁ କେବଳ ୩୬ ରନରେ ଅଲ ଆଉଟ କରିଥିବା ଟିମ ଅଷ୍ଟ୍ରେଲିୟା ନିଜେ ବି ୩୬ ରନ ଠାରୁ କମ ସ୍କୋରରେ ଆଉଟ ହୋଇ ସାରିଛି । କିନ୍ତୁ ଏହା ୧୯୦୨ର କଥା ଅଟେ । ସେତେବେଳେ ଅଷ୍ଟ୍ରେଲିୟାର ଏହି ଅବସ୍ଥା ଇଂଲଣ୍ଡ କରିଥିଲା ।

ଯଦି ସାଉଥ ଆଫ୍ରିକା ବିଷୟରେ କହିବା ତେବେ ବର୍ତ୍ତମାନ ସମୟରେ ଏହି ବର୍ତ୍ତମାନ ଗୋଟିଏ ମଜବୁତ ଟିମ ହୋଇସାରିଛି । କିନ୍ତୁ ପୁରୁଣା ସମୟରେ ଏହି ଟିମ ମାତ୍ର ୩୦ ରନରେ ଆଉଟ ହୋଇସାରିଛି । ଏହା ଥରେ ନୁହେଁ ଦୁଇ ଥର ହୋଇସାରିଛି ଓ ଦୁଇ ଥର ଟିମ ସାଉଥ ଆଫ୍ରିକା ସାମ୍ନାରେ ଟିମ ଇଂଲଣ୍ଡ ହିଁ ଥିଲା । ଟେସ୍ଟ କ୍ରିକେଟର ଗୋଟିଏ ପାରିରେ ସବୁଠୁ କମ ସ୍କୋର କରିବାର ଖରାପ ରେକର୍ଡ ଟିମ ନ୍ୟୁଜିଲ୍ୟାଣ୍ଡ ନାଁରେ ଅଛି । ଏହି ଟିମ ୧୯୫୫ରେ ମାତ୍ର ୨୬ ରନରେ ଅଲ ଆଉଟ ହୋଇଯାଇଥିଲେ ଓ ସେତେବେଳେ ନ୍ୟୁଜିଲ୍ୟାଣ୍ଡର ଏହିଭଳି ଅବସ୍ଥା ସେତେବେଳେ ଟିମ ଇଂଲଣ୍ଡ କରିଥିଲା ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।