Shukra Niti- ଏହି କଥାକୁ ସବୁବେଳେ ଗୁପ୍ତ ରଖିବେ ନହେଲେ ଜୀବନସାରା କାନ୍ଦିବାକୁ ପଡିପାରେ

ଆପଣ ଜାଣିଥିବେ ଯେଉଁ ପ୍ରକାର ବୃହସ୍ପତି ଦେବତା ମାନଙ୍କର ଗୁରୁ ଅଟନ୍ତି ସେହି ପ୍ରକାର ଦାନବ ମାନଙ୍କ ଗୁର ଶୁକ୍ରାଚାର୍ଯ୍ୟ ଅଟନ୍ତି । ଆଉ ଶୁକ୍ରାଚାର୍ଯ୍ୟ କେବଳ ଗୋଟିଏ ଥର ନୁହେଁ କିନ୍ତୁ ଅନେକ ଥର ନିଜ ବିଚାର ଓ ବୁଦ୍ଧିରେ ଅସୁରମାନଙ୍କୁ ରାଜ୍ୟପଦ ପ୍ରାପ୍ତ କରାଇଥିଲେ । ଠିକ ସେହି କ୍ରମରେ ସେ ମନୁଷ୍ୟମାନଙ୍କ ସମ୍ଭନ୍ଧରେ ୯ଟି ଏପରି କଥା କହିଛନ୍ତି ଯାହା ଆପଣଙ୍କୁ କିଛି ବି ପରିସ୍ଥିତିରେ ଗୁପ୍ତ ରଖିବା ଉଚିତ । ଅନ୍ୟଥା ଏହା ଦ୍ୱାରା ଆପଣଙ୍କୁ ଖୁବ କ୍ଷତି ସହ୍ୟ କରିବାକୁ ପଡିପାରେ । ତେବେ ଆସନ୍ତୁ ଶୁକ୍ରାଚାର୍ଯ୍ୟ ଗୁପ୍ତ ରଖିବାକୁ କହିଥିବା ସେହି ୯ଟି କଥାକୁ ବିସ୍ତାରିତ ରୂପେ ଜାଣିବା ।

୧-ଆୟୁ

ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ନିଜ ନୀତିରେ କହିଛନ୍ତି କି ମନୁଷ୍ୟକୁ ନିଜ ଆୟୁ ଗୁପ୍ତ ରଖିବା ଉଚିତ । କାରଣ ନିଜ ଆୟୁ ଅନ୍ୟ ଆଗରେ ପ୍ରକାଶ କଲେ ବହୁତ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଶତ୍ରୁ ଆପଣଙ୍କ କ୍ଷମତା ଓ କୌଶଳ ଅନୁସାରେ ଆପଣଙ୍କ ଶକ୍ତିର ସଠିକ ଅନ୍ଦାଜ ଲଗାଇ ଆପଣଙ୍କୁ ହାନି ପହୁଞ୍ଚାଇ ପାରନ୍ତି ।

୨-ଧନ

ଦୈତ୍ୟଗୁରୁ ଏହି ସମ୍ଭନ୍ଧରେ କହିଛନ୍ତି କି ଆପଣଙ୍କ ପାଖରେ କେତେ ଅଧିକ ଧନ ଓ ସଂସାରର ସମସ୍ତ ସୁଖ ସୁବିଧା ଥାଉ ନା କାହିଁକି ପରିବାର ବ୍ୟତୀତ ଅନ୍ୟ କାହାକୁ ଏହାର ସୂଚନା ଦେବା ଉଚିତ ନୁହେଁ । କାହିଁକି ନା ଆପଣଙ୍କ ଧନକୁ ହଡ଼ପିବାକୁ ଅନେକ ଲୋକ ଅନେଇ ବସିଛନ୍ତି ।

୩-ପାରିବାରିକ ଭେଦ

ଶୁକ୍ରାଚାର୍ଯ୍ୟ ନିଜ ନୀତିରେ କହିଛନ୍ତି କେଉଁ ବି ପରିସ୍ଥିତିରେ ନିଜ ପାରିବାରିକ ଭେଦ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ଏହା ଦ୍ୱାରା ଆପଣଙ୍କ ପରିବାର ପ୍ରତିଷ୍ଠା ଖରାପ ହେବା ସହ ବହୁତ ଲୋକ ଏହାର ଲାଭ ଉଠାଇ ପାରନ୍ତି ।

୪-ମନ୍ତ୍ର ଓ କୃପା

ଭଗବାନଙ୍କ କୃପା ପାଇବା ପାଇଁ ପ୍ରତ୍ୟେକ ଲୋକ ସକାଳ ଓ ସନ୍ଧ୍ୟାରେ ପୂଜାପାଠ କରିଥାନ୍ତି ଓ ଏହି ସମୟରେ ପ୍ରତ୍ୟେକ ଲୋକ ଭିନ୍ନ ଭିନ୍ନ ବିଶେଷ ପ୍ରକାରର ଗୁରୁମନ୍ତ୍ର ଜପ କରିଥାନ୍ତି । ଶୁକ୍ରାଚାର୍ଯ୍ୟ କହିଛନ୍ତି ପ୍ରତ୍ୟେକ ମନ୍ତ୍ର ତଥା କୃପା ଗୁପ୍ତ ଭାବେ ଉଚ୍ଚାରଣ କଲେ ହିଁ ତାହା ଫଲୀଭୂତ ହୋଇଥାଏ ।

୫-ଅନ୍ତରଙ୍ଗ ମୁହୂର୍ତ୍ତ

ଶୁକ୍ରାଚାର୍ଯ୍ୟ ନିଜ ନୀତିରେ ଲେଖିଛନ୍ତି କି ମନୁଷ୍ୟକୁ ନିଜ ଅନ୍ତରଙ୍ଗ ମୁହୂର୍ତକୁ କାହା ସାମନାରେ ମଧ୍ୟ କହିବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ଦିନେ ନା ଦିନେ ତାଙ୍କୁ ଲଜ୍ୟାର ସମ୍ମୁଖୀନ ହେବାକୁ ପଡିବ ଓ ଅନ୍ୟ ଲୋକଙ୍କ ଆଗରେ ଉପହାସର ପାତ୍ର ହୋଇ ରହିଯିବେ ।

୬-ଔଷଧି

ଶୁକ୍ରାଚାର୍ଯ୍ୟ କହିଛନ୍ତି ଯଦି ଆପଣ କେଉଁ ରୋଗ ପାଇଁ ବିଶେଷ ଔଷଧ ଖାଉଛନ୍ତି ତେବେ ଆପଣ ନିଜ ଔଷଧିକୁ ଗୁପ୍ତ ରଖିବା ଜରୁରୀ ଅଟେ । ଅନ୍ୟଥା ଆପଣଙ୍କ ସହ ମନରେ ଶତ୍ରୁତା ରଖୁଥିବା ଲୋକେ ଏହାର ଲାଭ ଉଠାଇ ଆପଣଙ୍କ କ୍ଷତି କରି ପାରନ୍ତି ।

୭-ଦାନ

ଦାନର ମହତ୍ୱ ତ ଆପଣ ଜାଣିଛନ୍ତି । ସେଥିପାଇଁ ଶୁକ୍ରାଚାର୍ଯ୍ୟ କହିଛନ୍ତି କି ଦାନ ଏପରି ପୁଣ୍ୟ କର୍ମ ଅଟେ ଯାହା ଗୁପ୍ତ ଭାବେ କରିବା ଉଚିତ । ଅନ୍ୟଥା ଦାନ କରିବା ବ୍ୟର୍ଥ ହୋଇଥାଏ ।

୮-ସମ୍ମାନ ଓ ପ୍ରଶଂସା

ଯେଉଁ ଲୋକ ନିଜ ମୁଖରେ ନିଜର ପ୍ରଶଂସା କରେ ସେ ଅନ୍ୟ ବ୍ୟକ୍ତିଙ୍କ ପାଖରେ ନିଜ ଆଦର ହରାଇ ଥାଏ । ସେଥିପାଇଁ ଶୁକ୍ରାଚାର୍ଯ୍ୟ କହିଛନ୍ତି କି ଅନ୍ୟ ବ୍ୟକ୍ତିଙ୍କୁ ତାଙ୍କ ବିଚାର ଓ ବୁଦ୍ଧି ଅନୁଯାୟୀ ଆପଣଙ୍କୁ ପରଖିବାର ଅବସର ଦିଅନ୍ତୁ । ତେବେ ଯାଇ ଲୋକ ଆପଣଙ୍କ ସତ୍ୟ ପ୍ରଶଂସକ ହେବେ ।

୯-ଅପମାନ

ଯେପରି ଆମ ମାନ ସମ୍ମାନ ବିଷୟରେ ଲୋକଙ୍କୁ ଜଣାଇବା ଉଚିତ ନୁହେଁ ସେହିପରି ଆମ ଅପମାନ ମଧ୍ୟ ଅନ୍ୟ ସାମନାରେ ବଖାଣିବା ଉଚିତ ନୁହେଁ । କାରଣ ଲୋକ ଆପଣଙ୍କ କଷ୍ଟ ଦୂର କରିବା ବଦଳରେ ଆପଣଙ୍କ ଉପହାସ ଉଡାଇବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।