70 ଓ 80 ଦଶକରେ Bollywood ରେ ରାଜ କରୁଥିବା ହିରୋଇନ Jayaprada, ଆଜି ବିତାଉଛନ୍ତି ଏମିତି ଜୀବନ

୮୦ ମସିହାରେ ବଲିଉଡ ରେ ଏମିତି ବହୁତ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ନିଜର ଅଭିନୟ ବଳରେ ବଲିଉଡ ରେ ରାଜ କରୁଥିଲେ । ଏମିତି ହିଁ ଜଣେ ଅଭିନେତ୍ରୀ ଅଟନ୍ତି ଜୟାପ୍ରଦା । ଜୟା ଏକ ଭାରତୀୟ ଫିଲ୍ମ ଅଭିନେତ୍ରୀ ଏବଂ ରାଜନୈତିକ ଅଟନ୍ତି । ସେ ୮୦ ମସିହାର ସବୁଠାରୁ ସଫଳ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଅଟନ୍ତି । ସେ ତେଲୁଗୁ, ହିନ୍ଦୀ, କନ୍ନଡ଼, ମାଲାୟଲମ, ବଙ୍ଗାଳୀ ଏବଂ ମରାଠୀ ଫିଲ୍ମ ରେ ଅଭିନୟ କରିଛନ୍ତି ।

କିନ୍ତୁ ବହୁତ ଅଭିନେତ୍ରୀ ଙ୍କ ପରି ଜୟା ମଧ୍ୟ ନିଜର କ୍ୟାରିୟର ମଝିରେ ହିଁ ଛାଡିଥିଲେ । କିନ୍ତୁ ତାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରି କୁ ଛାଡ଼ିବା ତାଙ୍କ ବିବାହ ନୁହେଁ ବରଂ କିଛି ଅଲଗା ଥିଲା । ଆଜି ଆମେ ଆପଣଙ୍କୁ ଜୟା ଙ୍କ ସେହି କାରଣ ବିଷୟରେ କହିବାକୁ ଯାଉଛୁ ଯେଉଁ କାରଣରୁ ସେ ନିଜର ବଲିଉଡ କ୍ୟାରିୟର ଛାଡିଥିଲେ । ତେବେ ଚାଲନ୍ତୁ ଜାଣିବା ।

ଜାୟାପ୍ରଦା ଙ୍କ ଜନ୍ମ ୩ ଏପ୍ରିଲ ୧୯୬୨ ରେ ଆନ୍ଦ୍ରପ୍ରଦେଶ ରେ ହୋଇଥିଲା ସେତେବେଳେ ତାଙ୍କ ନାମ ଲଳିତା ରାଜା ମୁନ୍ଦ୍ରି ଥିଲା । ଯାହା ପରେ ବଦଳି ଜୟାପ୍ରଦା ହୋଇଥିଲା । ତାଙ୍କ ପିତା କ୍ରୀଷ୍ଣା ରାଓ ତେଲୁଗୁ ଫିଲ୍ମ ର ଦାତା ଥିଲେ । ଜୟା ନିଜର ପାଠ ପଢା ତେଲୁଗୁ ମଧ୍ୟମ ସ୍କୁଲ ରୁ କରିଥିଲେ ।

ଏବଂ ସାଥିରେ ନୃତ୍ୟ ଏବଂ ସଙ୍ଗୀତ ର ଶିକ୍ଷା ମଧ୍ୟ ହାସଲ କରିଥିଲେ । ଯେତେବେଳେ ଜୟା ୧୪ ବର୍ଷ ର ଥିଲେ ସେତେବେଳେ ସେ ତାଙ୍କ ସ୍କୁଲ ରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ସେତେବେଳେ ସେହି ଦର୍ଶକ ମାନଙ୍କ ଭିତରେ ଜଣେ ଫିଲ୍ମ ନିର୍ଦ୍ଦେଶକ ଥିଲେ । ସେ ଜୟା ଙ୍କୁ ୧୯୬୩ ର ଫିଲ୍ମ ଭୂମି ଗୋସ୍ଵାମୀ ରେ ଛୋଟ ରୋଲ ଦେଇଥିଲେ । ପରିବାର ଲୋକଙ୍କ ସାପୋର୍ଟ ସହିତ ଜୟା ସେହି ଫିଲ୍ମ ରୋଲ ପାଇଁ ରାଜି ହୋଇଥିଲେ ।

୧୯୭୯ ରେ ଜୟା ବଲିଉଡ ରେ ସର୍ଗମ ଫିଲ୍ମ ରେ ଡେବ୍ୟୂ କରିଥିଲେ । ଏହି ଫିଲ୍ମ ବହୁତ ହିଟ ହୋଇଥିଲା । କିନ୍ତୁ ସେହି ସମୟରେ ତାଙ୍କୁ ହିନ୍ଦୀ ଆସୁ ନଥିଲା । ଏହା ପରେ ସେ ହିନ୍ଦୀ ଶିଖିଲେ ଏବଂ ୧୯୮୨ ରେ ରିଲିଜ ହେଲା ଏବଂ ସେହି ଫିଲ୍ମ ରେ ଜୟା ପ୍ରଥମ ଥର ପାଇଁ ହିନ୍ଦୀ ପୁରା ଭାବରେ କହିଥିଲେ । ଏହା ପରେ ସେ ଲଗାତାର ହିନ୍ଦୀ ଫିଲ୍ମ ରେ କାମ କରୁଥିଲେ ।

କିନ୍ତୁ ୧୯୮୪ ରେ ରିଲିଜ ହୋଇଥିବା ଫିଲ୍ମ ସରାବି ରେ ଅମିତାଭ ବଚ୍ଚନ ଏବଂ ଜୟାପ୍ରଦା ଙ୍କ ଯୋଡ଼ି ବହୁତ ପସନ୍ଦ ହୋଇଥିଲା । ଏହି ଫିଲ୍ମ ସୁପରହିଟ ହୋଇଥିଲା । ଏହା ପରେ ତାଙ୍କ ନା ବଡ଼ ହିରୋଇନ ମାନଙ୍କ ସହିତ ଯୋଡି ହୋଇଗଲା । 1986 ରେ, ସେ ନିର୍ମାତା ଶ୍ରୀକାନ୍ତ ନହତାଙ୍କୁ ବିବାହ କରିଥିଲେ, ଯିଏକି ପୂର୍ବରୁ ଚନ୍ଦ୍ରାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର 3 ସନ୍ତାନ ଥିଲେ ।

ଏହି ବିବାହ ଅନେକ ବିବାଦ ସୃଷ୍ଟି କରିଥିଲା, ବିଶେଷ କରି ଯେହେତୁ ନାହାତା ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇନଥିଲେ ଏବଂ ଜୟା ପ୍ରଦାଙ୍କୁ ବିବାହ କରିବା ପରେ ତାଙ୍କର ପ୍ରଥମ ପତ୍ନୀଙ୍କ ସହିତ ସନ୍ତାନ ହେଇଥିଲା । ଜୟା ପ୍ରଦା ଏବଂ ଶ୍ରୀକାନ୍ତଙ୍କର କୌଣସି ସନ୍ତାନ ନାହିଁ । ବିବାହର କିଛି ଦିନ ପରେ ଦୁହିଙ୍କ ଭିତରେ ଡିଭୋର୍ସ ହେଇ ଯାଇ ଥିଲା । ଜୟା ପ୍ରଦା ତାଙ୍କ ଭଉଣୀର ପୁଅକୁ ଗ୍ରହଣ କରି ତାଙ୍କୁ ନିଜ ପୁଅ ଭାବରେ ବଡ କରିଥିଲେ ।

ଏବେ ପର୍ଯ୍ୟନ୍ତ ସେ ୭ ଟି ଭାଷାରେ ଫିଲ୍ମ କରିଛନ୍ତି । ୩୦୦ ରୁ ଅଧିକ ଫିଲ୍ମ ରେ କାମ ମଧ୍ୟ କରିଛନ୍ତି । ୧୯୮୬ ରେ ସେ ପ୍ରଥମ ବିବାହ କରିଥିଲେ କିନ୍ତୁ ୧୯୯୪ ରେ ସେ ତେଲୁଗୁ ଦେଶମ ପାର୍ଟି ରେ ସାମିଲ ହେଲେ । ରାଜନୀତିରେ ସାମିଲ ହେବା ପରେ ସେ ନିଜ ଫିଲ୍ମ କ୍ୟାରିୟର କୁ ମଝିରେ ଛାଡିଥିଲେ । ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ଦିୱାନା କରିଥିଲେ କିନ୍ତୁ ମଝିରେ ହିଁ ନିଜ ଅଭିନୟ ଦୂନିଆକୁ ଛାଡ଼ିଦେଇଥିଲେ ।

ତେବେ ଜୟାପ୍ରଦା ଙ୍କ କେଉଁ ଫିଲ୍ମ ଆପଣଙ୍କୁ ସବୁଠାରୁ ଭଲ ଲାଗେ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।