Vastu Shastra- ଘରର ଏହିସବୁ ଜିନିଷ କାହାକୁ ବି ଦେବେ ନାହିଁ ନହେଲେ ପୁରା ଘର କରଜରେ ବୁଡି ରହିବ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେତେ ସମ୍ପର୍କୀୟ ହୋଇଥିଲେ ମଧ୍ୟ ନିଜ ଘରର ଏହି ଜିନିଷ ଗୁଡିକୁ କାହାକୁ ମଧ୍ୟ ଦିଅନ୍ତୁ ନାହିଁ । ଘରର ଏହି ଜିନିଷକୁ ଉଧାର ଦେବା ପାପ ବୋଲି କୁହାଯାଏ । ଶ୍ରୀକୃଷ୍ଣ କହିଛନ୍ତି କି ଏପରି ଘରକୁ ମା ଲକ୍ଷ୍ମୀ କେବେ ଆସନ୍ତି ନାହିଁ ଓ ଉଧାର ଦେବା ପରେ ମା ଲକ୍ଷ୍ମୀ ଘରୁ ମଧ୍ୟ ଚାଲିଯାନ୍ତି । ଆସନ୍ତୁ ଦେଖିବା କେଉଁ ସମସ୍ତ ଜିନିଷ ଦେବାକୁ ଶାସ୍ତ୍ରରେ ବାରଣ କରା ଯାଇଛି ।

*ନଂ.୧- * ଶ୍ରୀକୃଷ୍ଣ କୁହନ୍ତି, ସ୍ତ୍ରୀ ର ଆଭୂଷଣ ରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ସେଥିପାଇଁ ଯେଉଁ ମହିଳା ନିଜ ଆଭୂଷଣ ତଥା ମଙ୍ଗଳସୂତ୍ର ଅନ୍ୟକୁ ପିନ୍ଧିବା ପାଇଁ ଅବା ଉଧାରରେ ଦେଇଥାଏ ଏହାକୁ ଶାସ୍ତ୍ରାନୁସାରେ ପାପ ବୋଲି କୁହାଯାଏ । ଯଦି ଆପଣ ମଧ୍ୟ ଏପରି କରୁଛନ୍ତି ତେବେ ସେଦିନ ଦୂର ନୁହେ ଯେବେ ଆପଣ ନିଧନ ଓ ଗରିବ ହୋଇଯିବେ । ସେଥିପାଇଁ ଏପରି କରନ୍ତୁ ନାହିଁ ।

ନଂ.୨- ଝାଡୁ ରେ ମଧ୍ୟ ଧନଦେବୀ ମାତା ଲକ୍ଷ୍ମୀ ବାସ କରନ୍ତି । ସେଥିପାଇଁ ନିଜ ଘରେ ବ୍ୟବହୃତ ହେଉଥିବା ଝାଡୁ କାହାକୁ ମଧ୍ୟ ବ୍ୟବହାର କରିବା ପାଇଁ ଦିଅନ୍ତୁ ନାହିଁ । ଏହିପରି କଲେ ମା ଲକ୍ଷ୍ମୀ ଦୁଃଖିତ ହୁଅନ୍ତି । ଯେତେ ସମ୍ଭବ ଏହା କରିବାରୁ ବଞ୍ଚନ୍ତୁ । ନ ହେଲେ ଆପଣ ବହୁତ ଶୀଘ୍ର ଗରିବ ହୋଇଯିବେ ।

ନଂ.୩- ଶାସ୍ତ୍ରରେ ଧନ କୁ ମନୁଷ୍ୟର ସବୁଠୁ ବଡ ଶତ୍ରୁ ବୋଲି କୁହା ଯାଇଛି । ଧନ ସବୁ ଦୁଃଷ୍କର୍ମ ର ଉତ୍ପତି । ଏହା କାହାକୁ ବି ନିଜର କରେନାହି । ସେଥିପାଇଁ ଟଙ୍କା ପଇସା କାହାକୁ ଉଧାର ଦିଅନ୍ତୁ ନାହିଁ. ଖାସ କରି ନିଜ ସମ୍ପର୍କରେ ଧନର ନେଣଦେଣ ନ କରିବା ଉଚିତ । ଧନ ନିଜ ଭିତରେ ଥିବା ପ୍ରେମକୁ ଶେଷ କରିଦିଏ ଓ ସମ୍ପର୍କରେ ଦୂରତା ବଢେଇଦିଏ । ଧନର ଦୁରୁପଯୋଗ ମଧ୍ୟ କରନ୍ତୁ ନାହିଁ । ଏପରି କଲେ ଆପଣ ଶୀଘ୍ର ଗରିବ ହୋଇଯିବେ ।

ନଂ.୪- ଆହୁରି ମଧ୍ୟ ଶ୍ରୀକୃଷ୍ଣ କହିଛନ୍ତି କେଉଁ ବି ବ୍ୟକ୍ତି କୁ ସୂର୍ଯ୍ୟାସ୍ତ ପରେ ଅବା ସନ୍ଧ୍ୟାବେଳେ କ୍ଷୀର, ଦହି, ଭାତ ଆଦି ଭୋଜନ କରିବାକୁ ଦିଅନ୍ତୁ ନାହିଁ । ଏହି ସମୟରେ କାହାକୁ ଉଧାର ମଧ୍ୟ ନ ଦେବା ଉଚିତ । ଏହାର ପରିଣାମ ଖରାପ ହୋଇପାରେ ଓ ମା ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯିବେ ।

ନଂ.୫- ଆହୁରି ମଧ୍ୟ ଶ୍ରୀକୃଷ୍ଣ କହିଛନ୍ତି ଖାସ୍ କରି ନିଜ ଘରର ଚକି, ବେଲଣ ଓ ତାୱା କେବେ ମଧ୍ୟ କାହାକୁ ଦିଅନ୍ତୁ ନାହିଁ । ଏପରି କଲେ ମାତା ଲକ୍ଷ୍ମୀ ଆପଣଙ୍କୁ ଘରୁ ଚାଲିଯିବେ ଓ ଆପଣ ଗରିବ ହୋଇଯିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।