ଯଦି ଆପଣ ବି ଖାଦ୍ୟ ଖାଇବା ପରେ ପାନମଧୁରୀ ଖାଇବାକୁ ଭୁଲନ୍ତି ନାହିଁ ତେବେ ନିଶ୍ଚୟ ପଢନ୍ତୁ…

ପ୍ରାଚୀନ କାଳରୁ ପାନମଧୁରୀ ର ପ୍ରୟୋଗ ଜଡିବୁଟି ରୂପରେ କରାଯାଇଥାଏ । ପାନମଧୁରୀ କୁ ପାଚନ ଶକ୍ତି ବଢାଇବାରେ ପ୍ରୟୋଗ କରାଯାଇଥାଏ । ଏହା କେତେକ ରୋଗ ପାଇଁ ରାମବାଣ ସଦୃଶ କାମ କରିଥାଏ । ଏହା ମାଂସପେଶୀକୁ ଆରାମ ଦେବା ସହିତ ଗ୍ୟାସ ଓ ପେଟର ଯନ୍ତ୍ରଣାକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ପାନମଧୁରୀ ର ମଞ୍ଜିରୁ ତିଆରି ହେଉଥିବା ଚା ପିଇବା ଦ୍ଵାରା କେତେକ ମାନସିକ ରୋଗ ବି ଭଲ ହୋଇଯାଏ ।

ଏତିକି ନୁହେଁ ଏହାକୁ ଖାଇବା ଦ୍ଵାରା ଶରୀରରୁ ବିଷଯୁକ୍ତ ତତ୍ତ୍ଵ ବି ବାହାରକୁ ବାହାରିଯାଏ ଓ ଶରୀର ଶୁଦ୍ଧ ହୋଇଯାଏ । ଏହା ମାନସିକ ନୁହେଁ ଶାରୀରିକ ସମସ୍ୟା ପାଇଁ ବି ବହୁତ ଉପକାରୀ ହୋଇଥାଏ । ପେଟକୁ ଥଣ୍ଡା କରିବା ପାଇଁ ଏହା ବହୁତ ଭଲ ହୋଇଥାଏ । ଖାଦ୍ୟ ଖାଇବା ପରେ ଯଦି ୩୦ ଗ୍ରାମ ପାନମଧୁରୀ ସେବନ କରାଯାଏ ତେବେ କୋଲେଷ୍ଟ୍ରୋଲର ସମସ୍ୟାକୁ ବି ଠିକ କରାଯାଇପାରିବ ।

ଯଦି ଆପଣଙ୍କ ଆଖିର ଦୃଷ୍ଟିଶକ୍ତି କମ ହୋଇ ଯାଉଛି ତେବେ ଆପଣଙ୍କୁ ସବୁଦିନ ୩୦ ଗ୍ରାମ ପାନମଧୁରୀ ନିଶ୍ଚିତ ଖାଇବା ଉଚିତ । ଏହା ଦ୍ଵାରା କେବଳ ଆଖି ହିଁ ନୁହେଁ ଆପଣଙ୍କ ଲିଭର ସହ ଜଡିତ ସମସ୍ୟା ବି ଦୂର ହୋଇଯିବ । ପେଟରେ ଜନ୍ତରାନା ହେଉଥିଲେ କିମ୍ବା ବାନ୍ତି ଲାଗୁଥିଲେ ପାନମଧୁରୀ ର କାଢା ପିଅନ୍ତୁ । କଫକୁ ଦୂର କରିବା ପାଇଁ ବି ପାନମଧୁରୀ ର କଢା ପିଇବା ଉଚିତ ।

ଆସ୍ଥମା ଓ କାଶ ପାଇଁ ପାନମଧୁରୀ ଖାଇବା ଓ ତାହର କାଢା ପିଇବା ବହୁତ ଲାଭଦାୟକ ହୋଇଥାଏ । ଗୁଡ ସହିତ ପାନମଧୁରୀ ଖାଇବା ଦ୍ଵାରା ସବୁ ପ୍ରକାରର ପେଟ ଯନ୍ତ୍ରଣା ଭଲ ହୋଇଯାଏ । ପିରିୟଡ୍ସ ସମୟରେ ହେଉଥିବା କଷ୍ଟରୁ ବି ଏହା ମୁକ୍ତି ଦେଇଥାଏ । ବାଦାମ, ପାନମଧୁରୀ ଓ ମିଶ୍ରି ସମାନ ପରିମାଣରେ ଗ୍ରାଇଣ୍ଡିଙ୍ଗ କରି, ସବୁଦିନ ରାତିରେ ଓ ଦ୍ଵିପହର ସମୟରେ ଖାଇବା ପରେ ଏହାର ସେବନ କରିବା ଦ୍ଵାରା ସ୍ମରଣ ଶକ୍ତି ବଢିଥାଏ ।

ଖାଲି ପେଟରେ ପାନମଧୁରୀ ଖାଇବା ଦ୍ଵାରା ଚେହେରା ଗ୍ଲୋ କରିଥାଏ ଓ ରକ୍ତ ବି ସଫା ହୋଇଥାଏ । ଯଦି ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଆସୁଛି ତେବେ ସବୁଦିନ ନିୟମିତ ରୂପରେ ୩ ରୁ ୪ ଥର ଅଧ ଚାମଚ ପାନମଧୁରୀ ର ସେବନ କରନ୍ତୁ । ଏହା ଦ୍ଵାରା ମୁହଁରୁ ଆସୁଥିବା ଦୁର୍ଗନ୍ଧ ବନ୍ଦ ହୋଇଯିବ ।