ପ୍ରେଗନେନ୍ସି ସମୟରେ କିଛି ଏମିତି ଦେଖା ଯାଉଥିଲେ Bollywood ର ଏହି 5 ଜଣ ହିରୋଇନ, ପୁଣି ନିଜକୁ ଏହିପରି କରିନେଲେ ଫିଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନେ ଅଭିନୟ କ୍ଷେତ୍ରରେ ଯେପରି ଅଟନ୍ତି ସେହିପରି ଭାବରେ ତାଙ୍କର ସୁନ୍ଦରତା କୁ ମଧ୍ୟ ଶବ୍ଦ ରେ ପ୍ରକାଶ କରିହେବ ନାହିଁ । ବୟସ ବଢ଼ିଲେ ସୁନ୍ଦରତା କମିବାକୁ ଲାଗିଥାଏ । କିନ୍ତୁ ବଲିଉଡ ର ଏହି ଅଭିନେତ୍ରୀ ମାନେ ବୟସ ବଢ଼ିବା ସହିତ ଅଧିକ ସୁନ୍ଦର ଦେଖା ଯାଉଛନ୍ତି । ସୁନ୍ଦରତା ସହିତ ଏମାନଙ୍କ ଫିଗର ରେ ମଧ୍ୟ କୌଣସି ପରିବର୍ତ୍ତନ ଆସିନାହିଁ । ସାଧାରଣତଃ ପ୍ରେଗନେନ୍ସି ପରେ ମହିଳା ମାନଙ୍କ ଓଜନ ବଢ଼ି ଯାଇଥାଏ ।

କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଏହି ଅଭିନେତ୍ରୀ ମାନେ ପ୍ରେଗନେନ୍ସି ସମୟରେ ମଧ୍ୟ ନିଜ ଫିଗର କୁ ଖରାପ ହେବାକୁ ଦେଇନଥିଲେ ଏବଂ ଏହି ଅଭିନେତ୍ରୀ ମାନେ ପୂର୍ବରୁ ତାଙ୍କ ଫିଗର ଯେପରି ଥିଲା ସେହିପରି ଭାବରେ ପ୍ରେଗନେନ୍ସି ସମୟରେ ମଧ୍ୟ ତାଙ୍କ ଫିଗର କୁ ବଜାୟ ରଖିଥିଲେ । ସାମାନ୍ୟ ଓଜନ ବଢିବା ପରେ ମଧ୍ୟ ଏମାନେ ପୁଣିଥରେ ଫିଟ ହୋଇଯାଇଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. କରିନା କପୁର- ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନ ରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘କରିନା କପୁର’ । ତେବେ ତୈମୁର ଙ୍କୁ ଜନ୍ମ ହେବାର ୧ ବର୍ଷ ରୁ ଅଧିକ ହୋଇ ସାରିଛି । ସେହି ସମୟରେ ଅଭିନେତ୍ରୀ କରିନା କପୁର ବହୁତ ୱେଟ୍ ଗେନ୍ କରି ଦେଇଥିଲେ । କିନ୍ତୁ ତୈମୁର ଙ୍କ ଜନ୍ମ ହେବାର ମାତ୍ର ୧୪ ମାସ ପରେ ହିଁ କରିନା ନିଜର ଫିଗର କୁ ପୂର୍ବ ଭଳି କରିଥିଲେ ଏବଂ ଫିଟ ରହିଥିଲେ ।

୨. ଐଶ୍ୱରିୟା ରାୟ- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର କୁଇନ ‘ଐଶ୍ୱରିୟା ରାୟ’ । ଏହି ଅଭିନେତ୍ରୀ ୨୦୦୭ ମସିହାରେ ‘ଗୁରୁ’ ଫିଲ୍ମ ପରେ ଅଭିଷେକ ବଚ୍ଚନ ଙ୍କୁ ବିବାହ କରିଥିଲେ । ବିବାହ ର ୪ ବର୍ଷ ପରେ ଐଶ୍ୱରିୟା ଆରାଧ୍ୟା ଙ୍କୁ ଜନ୍ମ ଦେଇଥିଲେ ।
ପ୍ରେଗନେନ୍ସି ସମୟରେ ଐଶ୍ୱରିୟା ରାୟ ବହୁତ ୱେଟ୍ ଗେନ୍ କରି ଦେଇଥିଲେ । କିନ୍ତୁ ଫିଲ୍ମ ରେ ପୁର୍ନବାର ଆସିବା ନିମନ୍ତେ ଐଶ୍ୱରିୟା ନିଜର ଓଜନ କମାଇ ଦେଇଥିଲେ ।

୩. ସୋହା ଅଲ୍ଲୀ ଖାଁ- ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ‘ସୋହା ଅଲ୍ଲୀ ଖାଁ’ । ଏହି ଅଭିନେତ୍ରୀ ପ୍ରେଗନେନ୍ସି ସମୟରେ ବହୁତ ଅଧିକ ୱେଟ୍ ଗେନ୍ କରିଥିଲେ । କିନ୍ତୁ ପରେ ସେ ପୁଣିଥରେ ନିଜକୁ ଫିଟ୍ କରି ଦେଇଥିଲେ ।

୪. ଜେନେଲିଆ- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ‘ଜେନେଲିଆ’ । ଏହି ଅଭିନେତ୍ରୀ ରିତେଶ ଦେଶମୁଖ ଙ୍କୁ ବିବାହ କରିବା ପରେ ବଲିଉଡ ଇଣ୍ଡଷ୍ଟ୍ରୀ ରୁ ବିଦାୟ ନେଇଥିଲେ । ଜେନେଲିଆ ଦୁଇ ଜଣ ପୁଅ ଙ୍କ ମାଆ ଅଟନ୍ତି । କିନ୍ତୁ ତାଙ୍କୁ ଦେଖିଲେ ଏପରି ପ୍ରତୀତ ହୋଇନଥାଏ । ସେ ବର୍ତ୍ତମାନ ମଧ୍ୟ ସେଭଳି ସୁନ୍ଦର ଦେଖା ଯାଉଛନ୍ତି ଯେଉଁ ଭଳି ଫିଲ୍ମ ‘ଜାନେ ତୁ ୟା ଜାନେନା’ ରେ ଦେଖା ଯାଉଥିଲେ ।

୫. ଅମୃତା ଆରୋରା- ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ‘ଅମୃତା ଆରୋରା’ । ଏହି ଅଭିନେତ୍ରୀ ମଧ୍ୟ ପ୍ରେଗନେନ୍ସି ସମୟରେ ବହୁତ ଅଧିକ ୱେଟ୍ ଗେନ୍ କରିଥିଲେ । କିନ୍ତୁ ଏହାପରେ ସେ ଜିମ୍ ଏବଂ ଯୋଗ କରି ନିଜକୁ ପୁଣିଥରେ ଫିଟ୍ କରି ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।