ସାନିୟାଙ୍କ ଠାରୁ ଅଧିକ ସୁନ୍ଦର ଥିଲେ ଶୋଏବ ମଲିକଙ୍କର ପ୍ରଥମ ପତ୍ନୀ, କାହାକୁ ଜଣା ନ ପଡୁ ସେଥିପାଇଁ ଡିଭୋର୍ସ ର ୪ ଦିନ ପରେ…

ସାନିୟା ମିର୍ଜା ଭାରତର ଏକ ଷ୍ଟାର ଖେଳାଳି ଅଟନ୍ତି । ତାଙ୍କର ନାମ ଅନ୍ତରାଷ୍ଟ୍ରୀୟ ସ୍ତରରେ ବି ବହୁତ ଉଚ୍ଚ ଅଟେ । ସାନିୟା ଏକ ଭଲ ଖେଳାଳି ହେବା ସହିତ ବହୁତ ସୁନ୍ଦର ମହିଳା ମଧ୍ୟ ଅଟନ୍ତି । କିଛି ମାସ ପୂର୍ବେ ସାନିୟା ମିର୍ଜା ନିଜର ପ୍ରେଗ୍ନେଂସିକୁ ନେଇ ବହୁତ ଚର୍ଚ୍ଚାରେ ଥିଲେ ଓ ସେ କିଛି ଦିନ ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଯାହାର ନାମ ସେ ଇଜହାନ ମିର୍ଜା ମଲିକ ରଖିଛନ୍ତି । କହିଦେଉଛୁ କି ସାନିୟାଙ୍କର ଜନ୍ମ ୧୫ ନଭେମ୍ବର ୧୯୮୬ରେ ମୁମ୍ବାଇରେ ହୋଇଥିଲା ।

ସେ ଟେନିସ ଖେଳାଳି ହେବା ସହିତ ଏକ ଭଲ Swimmer ବି ଅଟନ୍ତି । ଏତିକି ନୁହେଁ ତେଲେଙ୍ଗାନା ରାଜ୍ୟର ବ୍ରାଣ୍ଡ ଏମ୍ବେସଡର ବି ଅଟନ୍ତି । ସାନିୟା ମିର୍ଜାଙ୍କର ନାମ ସେହି ଖେଳାଳିଙ୍କ ମଧ୍ୟରେ ଆସିଥାଏ ଯେଉଁମାନେ ଷ୍ଟାଇଲିଶ ହେବା ସହିତ ବହୁତ ସୁନ୍ଦର ଓ ଫେମସ ମଧ୍ୟ ଅଟନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ସାନିୟା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରିଛନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ସାନିୟା ଶୋଏବଙ୍କର ଦ୍ଵିତୀୟ ପତ୍ନୀ ଅଟନ୍ତି ?

ସାନିୟା ମିର୍ଜାଙ୍କ ସହିତ ବାହାଘର

କହିଦେଛୁ କି ଶୋଏବ ମଲିକ ଓ ସାନିୟା ମିର୍ଜାଙ୍କର ବାହାଘର ୨୦୧୦ରେ ହୋଇଥିଲା । ମିଡିଆ ରିପୋର୍ଟ ଅନୁସାରେ ଶୋଏବ ମଲିକ ସାନିୟାଙ୍କ ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ କି ସେ ଏହା ବି ଦେଖିଲେ ନାହିଁ କି ସେ ଜଣେ ଭାରତୀୟ ଅଟନ୍ତି । ଏହି ବାହାଘର ପରେ କେତେଜଣ ସାନିଆଙ୍କର ଭାରତୀୟ ହେବା ଉପରେ ପ୍ରଶ୍ନ କରିଥିଲେ ଓ ତାଙ୍କୁ ଦେଶଦ୍ରୋହୀ ମଧ୍ୟ କହିଥିଲେ କିନ୍ତୁ ସାନିୟା ନିଜର ଉତ୍ତର ଦ୍ଵାରା ସମସ୍ତଙ୍କର ମୁହଁକୁ ବନ୍ଦ କରି ଦେଇଥିଲେ । କିନ୍ତୁ ବହୁତ ଲୋକମାନଙ୍କୁ ଜଣା ନାହିଁ କି ସାନିୟା ଶୋଏବଙ୍କର ଦ୍ଵିତୀୟ ପତ୍ନୀ ଅଟନ୍ତି ।

ଶୋଏବ ମଲିକ ବାହା ହୋଇଥିଲେ

କହିଦେଉଛୁ କି ଶୋଏବ ମଲିକଙ୍କର ପ୍ରଥମ ବାହାଘର ୨୦୦୨ରେ ଆଏଶା ସିଦ୍ଦିକୀ ନାମକ ମହିଳାଙ୍କ ସହିତ ହୋଇଥିଲେ । କିନ୍ତୁ କିଛି ବର୍ଷ ପର୍ଯ୍ୟନ୍ତ ଏମିତି ଚାଲିବା ପରେ ସେମାନଙ୍କର ସମ୍ପର୍କ ୨୦୧୦ରେ ଭାଙ୍ଗିଗଲା । କୁହାଯାଏ କି ସାନିୟା ଓ ଶୋଏବଙ୍କ ସମ୍ପର୍କ ଯୋଗୁ ତାଙ୍କର ସମ୍ପର୍କ ମଧ୍ୟରେ ଫାଟ ଆସିଥିଲା । ଆପଣମାନେ ଏହି କଥା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଡିଭୋର୍ସ ର ମାତ୍ର ୪ ଦିନ ପରେ ହିଁ ଶୋଏବ ସାନିୟାଙ୍କ ସହିତ ଦ୍ଵିତୀୟ ବିବାହ କରିଥିଲେ ।

ଯାହା ବିଷୟରେ ବହୁତ କମ ଲୋକମାନେ ହିଁ ଜାଣିଛନ୍ତି । ବର୍ତ୍ତମାନ ଶୋଏବ ଓ ସାନିୟାଙ୍କର ବାହାଘର ୯ ବର୍ଷ ହୋଇଗଲାଣି ।