ବୃଦ୍ଧ ମହିଳାଙ୍କ ସହିତ ରାହୁଲଙ୍କ ଫଟୋରେ ଦେଖା ଯାଉଛି ଏକ ରହସ୍ୟମୟ ହାତ, ଏହି ତୃତୀୟ ହାତ କାହାର

ଲୋକସଭା ନିର୍ବାଚନ ପାଇଁ ସମସ୍ତ ପାର୍ଟି ନିଜର ନିର୍ବାଚନର ପ୍ରଚାର ଆରମ୍ଭ କରି ଦେଇଛନ୍ତି । ସୋମବାର ଦିନ କଂଗ୍ରେସ ପାର୍ଟି ବି ନିଜର ନିର୍ବାଚନକୁ ପ୍ରଚାର କରିବା ପାଇଁ କେତେକ ଖବର କାଗଜରେ ଏକ ଫଟୋ ପ୍ରକାଶିତ କରିଥିଲେ । ଏହି ଫଟୋରେ ରାହୁଲ ଗାନ୍ଧୀ ଏକ ବୃଦ୍ଧ ମହିଳାଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି ଓ ଏହି ଫଟୋକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି । କହିବାକୁ ଗଲେ ଏହି ଫଟୋରେ ଦେଖାଯାଉଥିବା ଏକ ଆଙ୍ଗୁଠିକୁ ନେଇ ପ୍ରଶ୍ନ ଆରମ୍ଭ ହୋଇ ଯାଇଛି ।

ବିଜେପି ପ୍ରବକ୍ତା କରିଲେ ଟ୍ଵିଟ

ରାହୁଲ ଗାନ୍ଧୀଙ୍କର ଏହି ଫଟୋକୁ ନେଇ ଦିଲ୍ଲୀର ବିଜେପି ପ୍ରବକ୍ତା ତେଜିନ୍ଦର ପାଲ ସିଂହ ବଗ୍ଗା ପ୍ରଶ୍ନ କରି ଟ୍ଵିଟ କରିଛନ୍ତି କି, ଏହି ତୃତୀୟ ହାତ କାହାର ଅଟେ @RahulGandhi, ମୁଁ କାଲି ହିଁ କହିଥିଲି ଏକ ଭଲ ପି ଆର ଏଜେନ୍ସିକୁ ହାୟର କରି ନିଅନ୍ତୁ ।

କହିବାକୁ ଗଲେ ଏହି ଫଟୋକୁ ତେଜିନ୍ଦର ପାଲ ସିଂହ ବଗ୍ଗା ନକଲି କହିଛନ୍ତି ଓ କହିଛନ୍ତି କି ଫଟୋକୁ ଏଡିଟ କରାଯାଇଛି । ଏହି ଫଟୋକୁ ତେଜିନ୍ଦରଙ୍କ ବ୍ୟତୀତ ବହୁତ ଲୋକମାନେ ଟ୍ରୋଲ କରିଛନ୍ତି ଓ ସମସ୍ତେ ଏହି ଫଟୋକୁ ଫେକ ବୋଲି କହୁଛନ୍ତି ।

କଣ ସତରେ ଫେକ ଅଟେ ଏହି ଫଟୋ

ରାହୁଲ ଗାନ୍ଧୀଙ୍କର ଏହି ଫଟୋ ଫେକ ଅଟେ କି ନାହିଁ ଏହାର ସ୍ୟତାତା ଜାଣିବା ପାଇଁ ଯେତେବେଳେ ଗୂଗଲ ଈମେଜ ସର୍ଚ୍ଚ କରାଗଲା ତେବେ ଜଣାପଡିଲା କି ଏହି ଫଟୋ ରିୟଲ ଅଟେ । ଏହି ଫଟୋକୁ ୮ ଡିସେମ୍ବର ୨୦୧୫ରେ ଉଠା ଯାଇଥିଲା ଓ ଏହି ଫଟୋକୁ କଂଗ୍ରେସ ପାର୍ଟି ୯ ଡିସେମ୍ବର ୨୦୧୫ରେ ଟ୍ଵିଟ କରିଥିଲା ।

କହିବାକୁ ଗଲେ ୨୦୧୫ରେ ରାହୁଲ ଗାନ୍ଧୀ ଯେତେବେଳେ ତାମିଲନାଡୁ ଏବଂ ପୁଡୁଚେରୀରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଦେଖିବାକୁ ଯାଇଥିଲେ ଏହି ଫଟୋ ସେହି ସମୟର ଅଟେ । ଏହି ଫଟୋରେ ଦେଖାଯାଉଥିବା ମହିଳା ଯେତେବେଳେ ରାହୁଲଙ୍କୁ ଷ୍ଟେଜ ଉପରେ ଦେଖା କଲେ ତେବେ ସେ ରାହୁଲ ଗାନ୍ଧୀଙ୍କୁ ଆଲିଙ୍ଗନ କରିନେଲେ । ସେହି ସମୟରେ ଷ୍ଟେଜ ଉପରେ ଥିବା କିଛି ଲୋକମାନେ ମଧ୍ୟ ଏହି ଫଟୋରେ ନଜର ଆସିଥିଲେ ।

ଏହି ସମୟରେ କଂଗ୍ରେସର ଜଣେ ନେତାଙ୍କର ହାତ ଏହି ମହିଳାଙ୍କର ପିଠି ଉପରେ ଦେଖାଯାଉଛି । ଅନ୍ୟ ପଟେ କଂଗ୍ରେସ ବର୍ତ୍ତମାନ ଏହି ଫଟୋକୁ ଏଡିଟ କରି ନିର୍ବାଚନ ପାଇଁ ବ୍ୟବହାର କରିଛି । କହିବାକୁ ଗଲେ ଏହି ଫଟୋଟି ରିୟଲ ଅଟେ ।