ସାଂସଦ ହେବା ତୁରନ୍ତ ପରେ ବିବାହ କରିବାକୁ ଯାଉଛନ୍ତି ନୁସରତ ଜହାଂ, ଜାଣନ୍ତୁ କାହା ସହିତ କରୁଛନ୍ତି ବିବାହ !

ଲୋକସଭା ନିର୍ବାଚନ – ୨୦୧୯ରେ ବିଜେପି ପ୍ରବଳ ମାତ୍ରାରେ ବିଜୟ ହାସଲ କରିଛି ଓ ୩୦ ମେରେ ପିଏମ ମୋଦୀ ନିଜର ୫୭ ଜଣ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ଦେଶ – ବିଦେଶରୁ ବହୁତ ବଡ ବଡ ରାଜନୀତିଜ୍ଞମାନେ ବି ସାମିଲ ହୋଇଥିଲେ । ଏହା ଛଡା ବଲୀଉଡର କିଛି ଷ୍ଟାରମାନେ ବି ଏଥିରେ ସାମିଲ ହୋଇଥିଲେ ।

ଆପଣମାନଙ୍କୁ କହିଦେଉଛୁ କି ୧୭ ତମ ଲୋକସଭା ନିର୍ବାଚନରେ ୭୮ ଜଣ ମହିଳା ସାଂସଦ ଜିତି ସଂସଦକୁ ପହଞ୍ଚିଛନ୍ତି । ସେଥି ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ନୁସରତ ଜହାଂ । ସାଂସଦ ହେବା ମାତ୍ରେ ହିଁ ସେ ବିବାହ କରିବାକୁ ଯାଉ ଛନ୍ତି ।

ସାଂସଦ ହେବାର ସଙ୍ଗେ ସଙ୍ଗେ ଦୁଲ୍ହନ ହେବାକୁ ଯାଉଛନ୍ତି ନୁସରତ ଜହାଂ

ବେଙ୍ଗଲି ଅଭିନେତ୍ରୀ ନୁସରତ ଜହାଂ ବର୍ତ୍ତମାନ ସାଂସଦ ହୋଇ ଯାଇଛନ୍ତି । ସେ ପଶ୍ଚିମବଙ୍ଗର ବୀରହାଟ ଲୋକସଭା ସୀଟ ରୁ ବିଜୟ ହାସଲ କରିଛନ୍ତି । ଗତ କିଛି ଦିନ ତଳେ ନୁସରତ ନିଜର ଡ୍ରେସକୁ ନେଇ ଟ୍ରୋଲ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଖବର ଆସୁଛି କି ନୁସରତ ଜଲ୍ଦି ହିଁ ବିବାହ କରିବାକୁ ଯାଉଛନ୍ତି । ନୁସରତ କୋଲକାତାର ବିଜନେସମ୍ୟାନ ନିଖିଲ ଜୈନଙ୍କ ସହ ବିବାହ କରିବେ ଓ ଏହା ଏକ ଡେସ୍ଟିନେଶନ ୱେଡିଂଗ ହେବ ।

ଯାହାର ଆୟୋଜନ ଇସ୍ତାଂବୁଲରେ କରାଯିବ । ଏହି କଥାର ସୂଚନା ନିଜେ ନୁସରତ ନିଜର ସୋସିଆଲ ମିଡିଆ ଆକାଉନ୍ଟରେ ସେୟାର କରିଛନ୍ତି । ନୁସରତ ନିଜର ଇଂଷ୍ଟାଗ୍ରାମ ଆକାଉନ୍ଟରେ ନିଜର ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ରିଙ୍ଗ ପିନ୍ଧିଛନ୍ତି ଓ ତାଙ୍କର ହାତକୁ କେହି ଧରିଛନ୍ତି ।

ଏହି ଫଟୋକୁ ଶେୟାର କରି ସେ ଲେଖିଛନ୍ତି କି, ଯେତେବେଳେ ଶେଷରେ ନିଜର ସ୍ଵପ୍ନ ପୁରା ହେବ, ସେତେବେଳେ ଜୀବନରେ ପରସ୍ପରର ହାତ ଧରିବା ଉଚିତ । ଗତ କିଛି ଦିନ ତଳେ ଟ୍ରୋଲ ହେବାକୁ ନେଇ ଏକ ନ୍ୟୁଜ ଚ୍ୟାନେଲ ସହ କଥା ହୋଇ ନୁସରତ କହିଥିଲେ କି, ଟ୍ରୋଲିଙ୍ଗ ପାଇଁ ମୋତେ ଧନ୍ୟବାଦ କହିବାର ଅଛି । ମୋର ମାନିବା ଅଟେ କି ଲୋକମାନେ ଆପଣଙ୍କୁ ପସନ୍ଦ କରୁଛନ୍ତି, ସେଥିପାଇଁ ଟ୍ରୋଲ କରୁଛନ୍ତି ।

ସେ ଆଗକୁ କହିଲେ କି, ମୋର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ । ଯେତେବେଳେ ଲୋକମାନେ ଆପଣଙ୍କୁ ପସନ୍ଦ କରିବାକୁ ଲାଗନ୍ତି ସେତେବେଳେ ସେମାନେ ଆପଣଙ୍କ ବିଷୟରେ ବିଭିନ୍ନ ପ୍ରକାରର କଥା ହେବାକୁ ଲାଗନ୍ତି ।

ଯଦି ସେମାନେ ଆପଣଙ୍କ ପାଇଁ ନିଜର ମୂଲ୍ୟବାନ ସମୟ ଖର୍ଚ କରୁଛନ୍ତି ତେବେ ଏହା ଭଲ ଅଟେ । ‘ଲୋକମାନେ ବହୁତ ଖୁସି ହେଉଥିବେ କି ବର୍ତ୍ତମାନ ସାଂସଦ ଭବନରେ ବର୍ତ୍ତମାନ ଯୁବପିଢି ବସିବେ । ସତରେ ସମୟର ଫଟୋ ବଦଳୁଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।