ନକଲି ମୋତି ଧାରଣ କଲେ ଜୀବନ ଉପରେ ପଡିଥାଏ ବହୁତ ଖରାପ ପ୍ରଭାବ, ଅସଲି ମୋତି ଚିହ୍ନିବେ କିପରି, ଜାଣନ୍ତୁ

ମୋତି ବହୁତ ଶୁଭ ରତ୍ନ ହୋଇଥାଏ, ଯାହାକୁ ଅନେକ ଲୋକ ଧାରଣ କରିଥାନ୍ତି । ମୋତିକୁ ଚନ୍ଦ୍ରଙ୍କର ରତ୍ନ ବୋଲି ମଧ୍ୟ କୁହାଯାଏ ଏବଂ ଏହାକୁ ଧାରଣ କରିବା ଦ୍ଵାରା ଚନ୍ଦ୍ର ଗ୍ରହଙ୍କର କୃପା ଆପଣଙ୍କୁ ମିଳିଥାଏ । ସଠିକ ମୋତି ଧାରଣ କରିଲେ ବ୍ୟକ୍ତିଙ୍କ ଜୀବନରେ ବହୁତ ଇନ୍ନତି ହୋଇଥାଏ ଓ ସେ ସର୍ବଦା ଖୁସିରେ ରହିଥାନ୍ତି । କିନ୍ତୁ ଆଜିକାଲି ଦୋକାନରେ ନକଲି ମୋତି ବହୁତ ବିକ୍ରି କରା ଯାଉଛି । ସେଥିପାଇଁ ମୋତି କ୍ରୟ କରିବା ସମୟରେ ସାବଧାନ ରୁହନ୍ତୁ ଏବଂ କେବଳ ଅସଲି ମୋତି ହିଁ କ୍ରୟ କରନ୍ତୁ ।

ସଠିକ ମୋତିକୁ ଚିହ୍ନିବା କେମିତି –

ଭାଙ୍ଗେ ନାହିଁ

ଯେଉଁ ନକଲି ଧଳା ମୋତି ଅଟେ ତାହା ସହଜରେ ଭାଙ୍ଗି ଯାଇଥାଏ । ଅସଲି ମୋତି କିମ୍ବା ନକଲି ମୋତି ଜାଣିବା ପାଇଁ ଆପଣ ସେହି ମୋତିକୁ ନିଜ ଦାନ୍ତରେ ଦବାନ୍ତୁ । ଯଦି ମୋତି ଭାଙ୍ଗୁ ନାହିଁ ତେବେ ମୋତିଟି ଅସଲି ଅଟେ । କିନ୍ତୁ ଯଦି ମୋତିଟି ଭାଙ୍ଗି ଯାଉଛି ତେବେ ତାହା ନକଲି ଅଟେ ।

ଚମକ କମ ହେବ ନାହିଁ

ଅସଲି ମୋତିର ଚମକ କେବେ ମଧ୍ୟ କମ ହୁଏ ନାହିଁ । ସଠିକ ମୋତିକୁ ଚିହ୍ନିବା ପାଇଁ ଆପଣ ମୋତିକୁ ଏକ କପଡାରେ ରଗଡନ୍ତୁ । ଯଦି ମୋତିର ଚମକ କମ ହେବା ପରିବର୍ତ୍ତେ ବଢିଯାଏ ତେବେ ତାହା ଅସଲି ଅଟେ ।

ସଠିକ ମୋତି କେମିତି ଧାରଣ କରିବେ

ସଠିକ ମୋତିକୁ ଆପଣ ଚାନ୍ଦିର ମୁଦି କିମ୍ବା ଲକେଟ ଦ୍ଵାରା ଧାରଣ କରିପାରିବେ । ମୋତି ଧାରଣ କରିବା ପୂର୍ବରୁ ପ୍ରଥମେ ଏହାକୁ କ୍ଷୀର ଓ ଗଙ୍ଗା ଜଳରେ ପକାଇ ଘର ମନ୍ଦିରରେ ରଖି ଦିଅନ୍ତୁ । ଏହା ପରେ ତାହାକୁ ପୂଜା କରିବା ପରେ ହିଁ ଧାରଣ କରନ୍ତୁ କିନ୍ତୁ ଆପଣ କୌଣସି ପଣ୍ଡିତଙ୍କର ପରାମର୍ଶ ନେଇ ମୋତି ଧାରଣ କରନ୍ତୁ ।

ସଠିକ ମୋତି ଧାରଣ କରିବା ପରେ ହିଁ ବଦଳି ଯାଇଥାଏ ଜୀବନ

ଯଦି ଆପଣ ସଠିକ ମୋତି ଧାରଣ କରିଛନ୍ତି ତେବେ ଆପଣଙ୍କର ଜୀବନ ଉପରେ ଏହାର ଶୁଭ ପ୍ରଭାବ ପଡିବାରେ ଲାଗିଥାଏ । ଜୀବନର ସମସ୍ତ ଦୁଃଖ ଦୂର ହୋଇଯାଏ । ଏହା ସହିତ ଜୀବନରେ ଉନ୍ନତି ହୋଇଥାଏ ।

ନକଲି ମୋତି ଧାରଣ କରିବାର କ୍ଷତି

ଯଦି ଆପଣ ନକଲି ମୋତି ଧାରଣ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ଦୁଃଖର ଆଗମନ ହୋଇଥାଏ । ଏହି କାରଣରୁ ଆପଣଙ୍କୁ ଦରିଦ୍ରତାର ସମ୍ମୁଖୀନ ହେବାକୁ ପଡିଥାଏ । ଏହା ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇଥାଏ । ସେଥିପାଇଁ ଆପଣ କେବେ ମଧ୍ୟ ନକଲି ମୋତି, ଦାଗ ଲାଗିଥିବା ମୋତି କିମ୍ବା ଭାଙ୍ଗି ଯାଇଥିବା ମୋତିକୁ ଧାରଣ କରନ୍ତୁ ନାହିଁ ।