କେବଳ ଜଣେ କି 2 ଜଣ ନୁହେଁ ବରଂ Bollywood ର ଏହି 6 ଜଣ ହିରୋଇନଙ୍କ ସହ ଥିଲା Yuvraj Singh ଙ୍କ ପ୍ରେମ ସମ୍ପର୍କ, ସୁନ୍ଦରତାରେ କେହି କାହା ଠାରୁ ନୁହଁନ୍ତି କମ

ଭାରତୀୟ କ୍ରିକେଟର ୟୁବରାଜ ସିଂଙ୍କୁ କିଏ ନ ଜାଣେ । ସେ ତାଙ୍କର ଖେଳ ସହ ନିଜର ପର୍ଶନାଲ ଲାଇଫକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି । ସେ ୨୦୧୬ରେ ବଲିଉଡ ଅଭିନେତ୍ରୀ ହେଜଲ କୀଚଙ୍କ ସହ ମ୍ୟାରେଜ କରିଥିଲେ ।

ଏହା ପୂର୍ବରୁ ତାଙ୍କ ନାଁ ବଲିଉଡର ଅନେକ ଅଭିନତୃଙ୍କ ସହ ଯୋଡା ଯାଇଛି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ସହ ଭାରତର ଷ୍ଟାର ଖିଲାଡ଼ି ୟୁବରାଜ ସିଂଙ୍କ ସହ ସମ୍ପର୍କ ରହିଥିଲା । “କିମ ଶର୍ମା” : ୨୦୦୦ରେ ବଲିଉଡରେ ଅଭିନେତ୍ରୀ କିମ ଶର୍ମା “ମୋହବତେ” ଫିଲ୍ମରୁ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ଯୁବରାଜଙ୍କ ସହ କିମଙ୍କର ୪ବର୍ଷ ଯାଏଁ ସମ୍ପର୍କ ରହିଥିଲା । କିନ୍ତୁ ୨୦୦୭ରେ ଦୁହେଁ ଅଲଗା ହୋଇଥିଲେ କାରଣ ଯୁବରାଜଙ୍କର ମାଙ୍କୁ ଦୁହିଙ୍କର ସମ୍ପର୍କ ପସନ୍ଦ ନ ଥିଲା ।

“ଦୀପିକା ପାଦୁକନ” : ବଲିଉଡରେ ୨୦୦୭ରେ ଶାହରୁଖ ଖାନଙ୍କ ସହ ଦୀପିକା “ଓମ ଶାନ୍ତି ଓମ” ଫିଲ୍ମରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ଦୀପିକାଙ୍କର ଯୁବରାଜଙ୍କ ସହ ସମ୍ପର୍କ ଥିଲା । ସେ ଯୁବରାଜଙ୍କ ପାଇଁ ପାର୍ଟିର ଆୟୋଜନ କରୁଥିଲେ ।

“ମିନିଷା ଲାମ୍ବା” : ବଲିଉଡରେ କିଛି ଫିଲ୍ମରେ ନଜର ଆସିଥିବା ମିନିଷା ଲାମ୍ବାଙ୍କ ସହ ୟୁବରାଜଙ୍କର ସମ୍ପର୍କ ରହିଥିଲା । ଦୁହେଁ ପରସ୍ପରକୁ କିସ କରୁଥିବାର ଏକ ଫୋଟୋ ଭାଇରାଲ ହୋଇଥିଲା ଯାହାକୁ ମିନିଷା ଏହା ସତ୍ୟ ନୁହେଁ ବୋଲି କହିଥିଲେ । ଦୁହିଙ୍କର ସମ୍ପର୍କ ଅଧିକ ଦିନ ଯାଏଁ ତିଷ୍ଠି ନ ଥିଲା ।

“ନେହାଁ ଧୂପିୟା” : ୟୁବରାଜ ସିଂଙ୍କର ନାଁ ବଲିଉଡର ବୋଲ୍ଡ ଓ ହଟ ଅଭିନେତ୍ରୀ ନେହାଁ ଧୂପିୟାଙ୍କ ସହ ମଧ୍ୟ ଯୋଡା ଯାଇଥିଲା । ୨୦୧୪ରେ ଦୁହିଙ୍କର ସମ୍ପର୍କ ବହୁତ ଚର୍ଚ୍ଚାରେ ରହିଥିଲା । ଦୁହିଙ୍କର ଭେଟ ସୋଫି ଚୌଧୁରୀଙ୍କ ପାର୍ଟିରେ ହୋଇଥିଲା । ଏହା ପରେ ଦୁହେଁ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ ।

“ରିୟା ସେନ” : ୟୁବରାଜ ସିଂଙ୍କ ନାଁ ରିୟା ସେନଙ୍କ ସହ ଯୋଡା ଯାଇ ସାରିଛି । ଦୁହେଁ ପରସ୍ପରକୁ ଏକ ପାରତିରେ ସାକ୍ଷାତ କରିଥିଲେ ଓ ପରସ୍ପରର ହାତ ଧରିବାର ନଜର ଆସିଥିଲେ । କିନ୍ତୁ ଏହା ପରେ ଦୁହିଙ୍କ ସମ୍ପର୍କକୁ ନେଇ କୌଣସି ଚର୍ଚ୍ଚା ହୋଇ ନ ଥିଲା ।

“ପ୍ରୀତି ଜିନ୍ଟା” : ୟୁବରାଜ ସିଂ ପ୍ରୀତି ଜିନ୍ଟାଙ୍କ ଉପରେ ନିଜର ଦିଲ ହାରିଥିଲେ । ଦୁହିଁଙ୍କର ଆପିଏଲ ମ୍ଯାଚର ଫୋଟୋ ଭାଇରାଲ ହୋଇଥିଲା । ଦୁହେଁ ପରସ୍ପରକୁ ଡେଟ କରିବାର ମଧ୍ୟ ଖବର ମିଳିଥିଲା । ମିଡିଆରେ ଦୁହିଙ୍କ ସମ୍ପର୍କକୁ ନେଇ ଏମିତି ଖବର ଆସିଥିଲା ଯେ ଦୁହେଁ ପରସ୍ପରକୁ ପ୍ରେମ କରୁଛନ୍ତି ।

ଅନେକ ଥର ଦୁହିଙ୍କଉ ଷ୍ଟାଡିୟମରେ ହକ କରିବାର ଦେଖା ଯାଇଛି । ପ୍ରୀତି ନିଜର ଓ ୟୁବରାଜଙ୍କର ସମ୍ପର୍କକୁ ମିଥ୍ୟା ବୋଲି କହିଥିଲେ । ୟୁବରାଜ ଆପିଏଲରେ ମାଲିକାନା ହକ ବାଲି ଟିମ ପଞ୍ଜାବ କିଙ୍ଗସରେ ଭାଗ ନେଇ ସାରିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।